ଏଲଏସିରେ ବ୍ୟାକ୍ ଫୁଟ୍‌ରେ ଚୀନ, ଲଦାଖ ଓ ଅରୁଣାଚଳରେ ୨୦୦ ପ୍ରକଳ୍ପ ଶେଷ କଲା ବିଆର୍‌ଓ

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଲୀ: ଏଲଏସିରେ ଆଉ ଚଳିବନି ଚୀନ ଚାଲାକି । ଦୁଇ ବର୍ଷରେ ବିଆରଓ ନିର୍ମାଣ କରିଛି ସର୍ବାଧିକ ପ୍ରୋଜେକ୍ଟ । ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ଡ୍ରାଗନ ବ୍ୟାକଫୁଟରେ ରହିଛି । ବିଆରଓ ଲଦାଖ ଓ ଅରୁଣାପ୍ରଦେଶ ସୀମାରେ ୨୦୦ରୁ ଅଧିକ ପ୍ରୋଜେକ୍ଟ ସଫଳତାର ସହ ନିର୍ମାଣ କରିଛି । ଏହା ଚୀନ୍‌କୁ ଚେକ୍ ଦେବାକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରାହଣ କରିବ ।

ବୋର୍ଡର ରୋଡ୍ ଅର୍ଗାନାଇଜେସନ ଡିଜି ଲେଫ୍ଟନାଣ୍ଟ ଜେନେରାଲ ରାଜିବ୍ ଚୌଧୁରୀଙ୍କ କହିବା ଅନୁଯାୟୀ, କେନ୍ଦ୍ର ସରକାର ବିଆରଓ କାର୍ଯ୍ୟ ଉପରେ ଅଧିକ ଭରସା କରିବା ସହିତ ଅଧିକ ବଜେଟ୍ ଆବଣ୍ଟନ କରିଛନ୍ତି ।  ଆଉ ଏହାକୁ ଏଲଏସିରେ ସଫଳତାର ସମ୍ପନ୍ନ କରିଛି ବିଆରଓ । ଅତ୍ୟାଧୁନିକ ପ୍ରଣାଳୀ ପ୍ରୟୋଗ କରି କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣଛି । ୨୦୨୧ରେ ଲଦାଖ ଓ ଅରୁଣାଚଳ ପ୍ରଦେଶ ଏଲଏସିରେ ୧୦୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି । ଏଥିରେ ୮୭ଟି ବ୍ରିଜ୍ ଓ ୧୫ ରାଜପଥ ରହିଛି । ସେହିପରି ୨୦୨୨ରେ ୧୦୩ରେ ପ୍ରକଳ୍ପ ଶେଷ କରିଛି ବିଆରଓ । ଏଥିରେ ୬୭ଟି ବ୍ରିଜ୍, ୩୦ ରାଜପଥ ଓ ୬ଟି ହେଲିପ୍ୟାଡ୍ ରହିଛି ।   

୨ ବର୍ଷ ମଧ୍ୟରେ ୫ହଜାର ୧୨୫ କୋଟି ଟଙ୍କାର ପ୍ରଜୋକ୍ଟ ସଫଳତାର ସହିତ କାର୍ଯ୍ୟ ଶେଷ କରିଛି ବିଆରଓ । ୨୨ ପ୍ରତିଶତ ଲଦାଖରେ ଏବଂ ୩୦ ପ୍ରତିଶତ ଅରୁଣାଚଳରେ କାର୍ଯ୍ୟ ଚାଲିଛି । ବର୍ତ୍ତମାନ ଅରୁଣାଚଳ ପ୍ରଦେଶରେ ୪ଟି ଏବଂ ଲଦାଖରେ ୩ ପ୍ରକଳ୍ପ ଚାଲୁଛି । ବିଆରଓ ଗତ ୬୦ବର୍ଷ ମଧ୍ୟରେ ୪ଟି ଟର୍ଣ୍ଣେଲ ନିର୍ମାଣ କରିଥିବା ବେଳେ ବର୍ତ୍ତମାନ ୧୧ଟି ଟର୍ଣ୍ଣେଲର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ 9ଟିର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।   

ଏଲଏସିରେ ସବୁ ପ୍ରକାଣ ନିର୍ମାଣ ଉପରେ ଫୋକସ୍ ଦିଆଯାଉଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ରାଜିବ୍ ଚୌଧୁରୀ କହିଛନ୍ତି । ଲଦାଖରେ ୧୯ ହଜାର ଫୁଟ୍ ଉପରେ ରାସ୍ତା ନିର୍ମାଣ କରୁଛି ବିଆରଓ । ଡିଏସଡିବିଓର ବିକଳ୍ପ ଯୋଗାଯୋଗକୁ ମଜବୁତ୍ କରିଛି ବିଆରଓ । ସିଓକେରେ ବ୍ରିଜ୍ ନିର୍ମାଣ ପରେ ଯୁଦ୍ଧାଶସ୍ତ୍ର ସହଜରେ ସୀମାରେ ପହଞ୍ଚି ପାରୁଛି ବୋଲି ଡିଜି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.