ଦୁବାଇ ସଡ଼କରେ ବ୍ରିଟିଶ୍‌ ସିଙ୍ଗର ଗାଇଲେ ପଞ୍ଜାବୀ ଗୀତ, ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଳୀ ୧୩/୧୦: ଦୁବାଇ ସଡ଼କରେ ବ୍ରିଟିଶ୍‌ ସିଙ୍ଗର ଗାଇଲେ ପଞ୍ଜାବୀ ଗୀତ। ବିଚ୍‌ ରାସ୍ତାରେ ‘ଦମା ଦମ୍‌ ମସ୍ତ କଲନ୍ଦର’ ଗୀତ ଗାଇ ଚର୍ଚ୍ଚାରେ ବ୍ରିଟିଶ୍‌ ଗାଇକା। ପଞ୍ଜାବୀ ଗୀତ ଗାଉଥିବାର ଏହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯଦିଓ ସୁଫି ସଙ୍ଗ ଗାଇବାର ଏ ଦୃଶ୍ୟ ପୂରୁଣା କିନ୍ତୁ ପୁଣିଥରେ ସୋସିଆଲ୍‌ ମିଡିଆରେ ଏହାକୁ ଅଧିକ ପସନ୍ଦ କରାଯାଇଛି।

ଭାଇରାଲ୍‌ ଭିଡିଓରେ ସିଙ୍ଗର ଓ୍ବେଲ୍‌ ଓ ତାଙ୍କ ସାଥି ଷ୍ଟ୍ରିଟ୍‌ରେ ଗୀତ ଗାଉଥିବା ଦେଖିବାକୁ ମିଳିଛନ୍ତି। ସେମାନଙ୍କ ପାଖରେ ଜଣେ ବ୍ୟକ୍ତି ଗିଟାର ବଜାଉଥିବା ନଜର ଆସିଛନ୍ତି।

 ଏହି ଭିଡିଓ ୨୦୧୭ର ହୋଇଥିବା ବେଳେ ଲେଫ୍ଟନାଣ୍ଟ ଜେନେରାଲ୍‌ କେଜିଏସ୍‌ ଧିଲନ୍‌ ଏହାକୁ ଟ୍ବିଟ୍‌ରରେ ସେୟାର କରିଛନ୍ତି। ସେ ଭିଡିଓ ସେୟାର କରି ଲେଖିଛନ୍ତି, ‘ସୁଫିୟାନା କଲାମ… ଦମା ଦମ ମସ୍ତ କଲନ୍ଦର..ଅନ୍ତରାଷ୍ଟ୍ରୀୟ ସ୍ତର ପର।’

wp:core-embed/twitter {"url":"https://twitter.com/Tiny_Dhillon/status/1315325314491281408","type":"rich","providerNameSlug":"twitter","className":""}
https://twitter.com/Tiny_Dhillon/status/1315325314491281408
/wp:core-embed/twitter

ଏହି ଭିଡିଓକୁ ଏବେସୁଦ୍ଧା ୩୫ ହଜାରରୁ ଅଧି୍ ଭିଉ ମିଳିସାରିଛି। ସମସ୍ତେ ଏହି ଭିଡିଓର ମଜା ଉଠାଉଥିବା ବେଳେ କମେଣ୍ଟ ମଧ୍ୟ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.