ପ୍ରଧାନମନ୍ତ୍ରୀଙ୍କୁ ବି ନାହିଁ କ୍ଷମା, ନିୟମ ଉଲ୍ଲଙ୍ଘନ କରି ଫାଇନ୍ ଦେଲେ ବ୍ରିଟିଶ୍ ପିଏମ, କଟିଲା ୧୦୦ ପାଉଣ୍ଡ ଚାଲାଣ
21/01/2023 at 10:17 AM

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କୁ ଫାଇନ୍ । ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଋଷି ସନୁକଙ୍କ ନାଁରେ କଟିଛି ଟ୍ରାଫିକ୍ ଚାଲାଣ । କାରରେ ସିଟ୍ ବେଲ୍ଟ ଦେଇନଥିବାରୁ ଜରିମାନା ଲାଗିଥିବା ଜଣାପଡିଛି । ସିଟ୍ ବେଲ୍ଟ ପାଇଁ ୧୦୦ ପାଉଣ୍ଡ ଚାଲାଣ କାଟିଛି ପୋଲିସ । ନିଜ୍ ଭୂଲକୁ ସ୍ବିକାର କରିଛନ୍ତି ବ୍ରିନେଟ୍ ଇଲଂଣ୍ଡ ପ୍ରଧାନମନ୍ତ୍ରୀ ଋଷି ସନୁକ୍ ।
ନିୟମ ସମସ୍ତଙ୍କ ପାଇଁ ସମାନ । ସେ ସାଧାରଣ ଲୋକ ହୁଅନ୍ତୁ କି ପ୍ରଧାନମନ୍ତ୍ରୀ । ଏଭଳି ଏକ ଘଟଣା ଘଟିଛି ଲଣ୍ଡନରେ । ବ୍ରିଟଶ୍ ପ୍ରଧାନମନ୍ତ୍ରୀଙ୍କ ନାଁ ଚାଲାଣ କଟିଛି । ଗୁରୁବାର ଲଙ୍କାସାୟର ପୋଲିସ ପ୍ରଧାନମନ୍ତ୍ରୀ ଋଷି ସମୁନଙ୍କୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ପାଇଁ ଫାଇନ୍ ପଡ଼ିଛି । ସୂଚନା ଅନୁଯାୟୀ, ଇଂଲଣ୍ଡର ଉତ୍ତର-ପଶ୍ଚିମ ପ୍ରାନ୍ତରେ ଗାଡ଼ି ଚାଲୁଥିବା ସମୟରେ ପିଏମ୍ ଋଷି ସନୁକ୍ ଏକ ଭିଡିଓ କରିବା ପାଇଁ ସିଟ୍ ବେଲ୍ଟ ହଟାଇଥିଲେ । ଏନେଇ ପୋଲିସ୍ ତାଙ୍କୁ ଅଟକାଇ ଚାଲାଣ କାଟିଥିଲା । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ପାଇଁ ପିଏମଙ୍କ ନାଁରେ ୧୦୦ ପାଉଣ୍ଡର ଫାଇନ୍ ପଡ଼ିଛି ।
ଋଷି ସନୁକ୍ ଚାଲାଣ କଟିଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗୁରୁବାର ଡାଉନିଂ ଷ୍ଟ୍ରିଟ୍ ପ୍ରବକ୍ତା ଏହାକୁ ନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଟ୍ରାଫିକ୍ ଉଲଙ୍ଘନ ହୋଇଛି ଏହାକୁ ମଧ୍ୟ ସେ ସ୍ବିକାର କରିବା ସହିତ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି ପ୍ରବକ୍ତା କହିଛନ୍ତି ।
ବ୍ରିଟେନରେ ବିନା ସିଟ୍ ବେଲ୍ଟରେ ଗାଡ଼ି ଚାଳନା କଲେ ୧୦୦ ପାଉଣ୍ଡ ପର୍ଯ୍ୟନ୍ତ ତତ୍କାଳ ଜୋରିମନା ପଡ଼ିଥାଏ । ଏହି ମାମଲା କୋର୍ଟରେ ଉପସ୍ଥାପନା ହେଲେ ୫୦୦ ପାଉଣ୍ଡ ଦେବାକୁ ପଡ଼ିବାର ନିୟମ ରହିଛି । ଜରୁରୀକାଳୀନ ପରିସ୍ଥିତି ତଥା ମେଡିକାଲ ପରିପେକ୍ଷୀରେ ଫାଇନ୍ ଦେବାକୁ ପଡ଼ିନଥାଏ ।
ଋଷି ସନୁକ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବା ପରେ ୧୦୦ରୁ ଅଧିକ ଲୋକାଭିମୁଖୀ ଯୋଜନାରେ ରାଜସ୍ବ ପାଇଁ ‘ଲେଭଲିଂ ଅଫ୍ ଫଣ୍ଡ’ ଘୋଷଣା କରିଛନ୍ତି । ଆଉ ଏହାର ପ୍ରମୋସନ୍ ପାଇଁ ଭିଡିଓ ତିଆରି କରୁଥିଲେ । ତେବେ ବିନା ସିଟ୍ ବେଲ୍ଟରେ ଏହି ଭିଡିଓ କରୁଥିବା ବେଳେ ସ୍ଥାନୀୟ ପୋଲିସ ପିଏମଙ୍କ ଚାଲାଣ କାଟିଥିଲା ।