scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ସୁନକ ଦେଲେ ଦିୱାଲି ପାର୍ଟି, ଯୋଗଦେଲେ ୩ ବଲିଉଡ୍‌ ଷ୍ଟାର

12/11/2023 at 8:41 AM

ମୁମ୍ଵାଇ ୧୨।୧୧: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ। ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। କେବଳ ଏତିକି ନୁହେଁ ବଲିଉଡ୍ ଅଭିନେତା ଅକ୍ଷୟ କୁମାର, ଟ୍ବିଙ୍କିଲ ଖାନ୍ନା, ପ୍ରୀତି ଜିଣ୍ଟା ଏବଂ ଅନ୍ୟାନ୍ୟ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ। ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାସଭବନକୁ ଫୁଲ ଏବଂ ଆଲୋକରେ ସଜାଯାଇଛି। ସେଥିପାଇଁ ଦୀପାବଳିର ଉତ୍ସବ ଟିକେ ନିଆରା ହୋଇଛି।

ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଦୀପାବଳି ପାଳିଲେ ଏହି ୩ ବଲିଉଡ ଷ୍ଟାର। ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମରେ ଯେଉଁ ଫଟୋ ଭାଇରାଲ ହୋଇଛି । ସେଥିରେ ଅକ୍ଷୟ କୁମାର, ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା, ଋଷି ସୁନକଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଧଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ବେଳେ ଟ୍ବିଙ୍କିଲ ଖାନ୍ନା ଓ ପ୍ରୀତି ଜିଣ୍ଟା ସାଲୱାର ପିନ୍ଧିଥିବା ଦେଖିବାକୁ ମିଳିଛି।

Akshay Kumar, Twinkle Khanna And Preity Zinta Celebrate Diwali With UK PM  Rishi Sunak In London; Photos - News18

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ କିଛି ଫଟୋ ସେୟାର କରାଯାଇଛି, ଯେଉଁଥିରେ ସେ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକଙ୍କ ସହ ଦୀପାବଳି ପାଳନ କରୁଥିବାର ନଜର ଆସିଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

   Related Posts