ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ବ୍ରିଟେନ ପିଏମ ବୋରିସ୍ ଜନସନ, କହିଲେ- ‘ଦରମାରେ ଘର ଚଳାଇ ହେଉ ନାହିଁ’

Published By : Prameya-News7 Bureau | October 21, 2020 IST

ଲଣ୍ଡନ ୨୧/୧୦: ଯଦି ପ୍ରଧାନମନ୍ତ୍ରୀ କହିବେ ତାଙ୍କ ପାଖରେ ପଇସା ନାହିଁ, ଏକଥାକୁ କେହି ବି ଗ୍ରହଣ କରିବେ ନାହିଁ। ସେହିପରି କୌଣସି ପ୍ରଧାନମନ୍ତ୍ରୀ କହନ୍ତି ଦରମାରେ ଯଦି ଘର ଚଳାଇ ହେଉ ନାହିଁ, ହୁଏତ ଶୁଣିବାକୁ ଅସମ୍ଭବ କି ବିଶ୍ବାସ ନ ଲାଗିପାରେ। ମାତ୍ର ଏମିତି କିଛି କଥା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜସନ ଓରଫ ବୋଜୋ।

ବ୍ରିଟେନର ଏକ ଖବର ଅନୁସାରେ ପିଏମ ବୋଜୋ ନିଜ ଦରମାରେ ଚଳିପାରୁ ନାହାନ୍ତି। ସେଥିପାଇଁ ସେ ଇସ୍ତଫା ଦେବା କଥା ଚିନ୍ତା କରୁଛନ୍ତି। ଅବଶ୍ୟ ତାଙ୍କର ବର୍ଷକୁ ଦରମା ୧ କୋଟି ୪୩ ଲକ୍ଷ ଟଙ୍କା। ତେବେ ତାଙ୍କ ହାତକୁ ମାସକୁ ଦରମା ଆସେ ୧୨ ଲକ୍ଷ ଟଙ୍କା। ବୋଜୋଙ୍କୁ ଲାଗୁଛି ଏତିକି ଟଙ୍କା ତାଙ୍କ ପାଇଁ ଯଥେଷ୍ଟ ନୁହେଁ। ଏତିକି ଟଙ୍କାରେ ସେ ତାଙ୍କର ୬ ପିଲା ଓ ପୂର୍ବତନ ପତ୍ନୀ ମରିନା ଓ୍ବିଲରଙ୍କ ଚଳାଇବାରେ କଷ୍ଟ ହେଉଛି।

ଏବେ ତାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବାରୁ ନୂଆ ପିଏମ କଥା ଆଲୋଚନା ହେଲାଣି। ପିଏମ ଦୌଡ଼ରେ ଇନଫୋସିସ ପ୍ରତିଷ୍ଠାତା ନାରାୟଣମୂର୍ତିଙ୍କ ଜ୍ବାଇଁ ଓ  ବ୍ରିଟେନର ଅର୍ଥ ମନ୍ତ୍ରୀ ରୁଷି ସୁନକଙ୍କ ନାଁକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.