ଆମେରିକୀୟ ପ୍ରଜାତିର ଏହି କୁକୁର ବିପଜ୍ଜନକ, ବ୍ୟାନ୍ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ
16/09/2023 at 11:22 AM

ନୂଆଦିଲ୍ଲୀ ୧୬/୦୯: ସମାଜ ପାଇଁ ବିପଦ ଆମେରିକୀୟ ବୁଲି ଡଗ୍ସ । ବିଶେଷ କରି ଏହା ଶିଶୁଙ୍କ ପାଇଁ ଭୟଙ୍କର ପ୍ରମାଣିତ ବି ହୋଇଛି । ସେଥିପାଇଁ ଏହି ପ୍ରଜାତିର କୁକୁରକୁ ବ୍ୟାନ୍ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଏହାସହ ଦେଶରେ ହୋଇଥିବା କୁକୁରଙ୍କ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଋଷି ସୁନକ୍ ।
ଭିଡିଓଟିରେ ଅଧିକାଂଶ ଆକ୍ରମଣ ଏହି ପ୍ରଜାତିର କୁକୁର ଦ୍ୱାରା ହୋଇଥିବା ନଜର ଆସିଛି । ଯାହାକୁ ଅଣଦେଖା କରାଯିବା ଉଚିତ ନୁହେଁ ବୋଲି ଏକ ଭିଡିଓ ଜାରି ସ୍ପଷ୍ଟ କରିଛନ୍ତି ଋଷି ସୁନକ୍ ।
It’s clear the American XL Bully dog is a danger to our communities.
— Rishi Sunak (@RishiSunak) September 15, 2023
I’ve ordered urgent work to define and ban this breed so we can end these violent attacks and keep people safe. pic.twitter.com/Qlxwme2UPQ
ସୂଚନା ଥାଉକି, ଚଳିତ ସପ୍ତାହାରେ ଷ୍ଟେଫର୍ଡ ଶାୟରରେ ଏକ୍ସଏଲ ବୁଲି ପ୍ରଜାତିର କୁକୁର ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏହା ପୂର୍ବରୁ ଏହି କୁକୁରର ଆକ୍ରମଣରେ ୧୧ ବର୍ଷର ଶିଶୁ ମଧ୍ୟ ଗୁରୁତର ହୋଇଥିଲା । ଆମେରିକାନ୍ ଏକ୍ସଏଲ ବୁଲି ଡଗ୍ସ ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ଜଣା ।
ଏହା ଆମେରିକାନ୍ ପିଟବୁଲ ଟେରିଅର୍ସ ଏବଂ ଆମେରିକାନ୍ ଷ୍ଟେଫୋର୍ଡଶାୟରର କ୍ରସ୍ ବ୍ରିଡ୍ । ତେବେ ଏହି କୁକୁର ପାଇଁ ସ୍ୱତନ୍ତ୍ର ଆଇନ୍ ବର୍ଷର ଶେଷ ସୁଦ୍ଧା ଆସିବ । ବର୍ତ୍ତମାନ ସ୍ଥିତିରେ ଏପରି ଆକ୍ରମଣ ସମାଧାନକୁ ଦୃଷ୍ଟିରେ ରଖି ଏହି କୁକୁରକୁ ବ୍ୟାନ୍ କରିଛନ୍ତି ଋଷି ସୁନକ୍ ।