ଜମ୍ମୁ-କାଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନକୁ କହିଥିଲେ ଅଗଣତାନ୍ତ୍ରିକ, ଏବେ ଦିଲ୍ଲୀ ଏୟାରପୋର୍ଟରୁ ଫେରିଲେ ବ୍ରିଟିଶ ସାଂସଦ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୨:  ବ୍ରିଟିଶ ସାଂସଦ ଡେବି ଆବ୍ରାହାମସଙ୍କୁ ସୋମବାର ଭାରତରେ ପ୍ରବେଶ ଲାଗି ଦିଲ୍ଲୀ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ତାଙ୍କ ଭିସା ନିବେଦନ ଅଗ୍ରାହ୍ୟ ହୋଇଥିବା ଭାରତ ସରକାରଙ୍କ ଗୃହମନ୍ତ୍ରାଳୟ କହିଥିବା ବେଳେ ସମୟ ପୂର୍ବରୁ ତାଙ୍କୁ ପ୍ରକ୍ରିୟାରେ ଜଣାଇ ଦିଆଯାଇଥିଲା ବୋଲି କହିଛନ୍ତି। ଏଣୁ ତାଙ୍କୁ ବିମାନ ବନ୍ଦରରୁ ଫେରିଯିବାକୁ ପଡିଛି। ଜମ୍ମୁ-କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାରକୁ ଆବ୍ରାହାମ୍ସ ବିରୋଧ କରିବା ସହ ଅଗାଣତାନ୍ତ୍ରିକ କହିଥିଲେ।

wp:html /wp:html

ପୂର୍ବାହ୍ନ ୯ଟା ବେଳେ ସେ ଦୁବାଇରୁ ଏମିରେଟର ଏକ ବିମାନ ଯୋଗେ ଦିଲ୍ଲୀ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ। ଭାରତ ଆସିବା ଲାଗି ସେ ଇ-ଭିସା ଆବେଦନ କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ତାଙ୍କ ଭିସା ମଞ୍ଜୁର ହୋଇ ନଥିବା ତାଙ୍କୁ ଜଣାଇ ଦିଆଯାଇଥିଲା ବୋଲି ଗୃହମନ୍ତ୍ରାଳୟ କହିଛନ୍ତି। ଏହା ସତ୍ତ୍ୱେ ସେ ଭାରତ ଆସିଥିବା ବେଳେ ତାଙ୍କୁ ବିମାନବନ୍ଦରରୁ ବାହାରକୁ ଛାଡି ଦିଆଯାଇନଥିଲା। ତେ ସେ ଏଠାକୁ ଏକ ଘରୋଇ ଗସ୍ତ କାର୍ଯ୍ୟକ୍ରମରେ ଭାରତୀୟ ପରିବାରକୁ ଭେଟିବାକୁ ଆସିଥିବାର ଜଣାପଡିଛି।  

wp:html /wp:html

ଏହା ପୂର୍ବରୁ ଆବ୍ରାହାମସ କାଶ୍ମୀର ପ୍ରସଙ୍ଗରେ ଗଠିତ ସର୍ବଦଳୀୟ ସଂସଦ ଗୋଷ୍ଠୀର ଅଧ୍ୟକ୍ଷା ଥିଲେ। ତେବେ ବିମାନବନ୍ଦରରେ ତାଙ୍କୁ ଅଟକାଇ ଦିଆଯିବା ପରେ ସେ ଏକ ବିବୃତ୍ତିରେ ତାଙ୍କ ପ୍ରତି ଭାରତୀୟ ପ୍ରାଧିକର୍ତ୍ତା ଅପରାଧୀ ଭଳି ଆଚରଣ କରିଥିବା କହିଛନ୍ତି। ଇମିଗ୍ରେସନ କର୍ମଚାରୀ ତାଙ୍କ ଇ-ଭିସାଅଗ୍ରାହ୍ୟ ହୋଇଥିବା କହି ତାଙ୍କୁ  ଡିପୋର୍ଟିଙ୍କ ଅପେକ୍ଷା ସ୍ଥଳରେ ବସାଇଥିବାର ମଧ୍ୟ ସେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.