୨୦୧୩ରେ ଉହାନ ଲ୍ୟାବ୍‌କୁ ଯାଇଥିଲା COVID ଭଳି ଭୂତାଣୁ: ବ୍ରିଟିଶ ଗଣମାଧ୍ୟମ

Published By : Prameya-News7 Bureau | July 06, 2020 IST

ଲଣ୍ଡନ: ଚୀନ୍‌ ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ମହାମାରୀକୁ ନେଇ ଏବେବି ଚାଲିଛି ଖୋଳତାଡ। ଏଥିରେ ଏକ ବ୍ରିଟିଶ ଗଣମାଧ୍ୟମର ରବିବାର ରିପୋର୍ଟ  ଭୂତାଣୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି। କୋଭିଡ-୧୯ ବ୍ୟାପିବାର ୭ ବର୍ଷ ପୂର୍ବରୁ ଅର୍ଥାତ ୨୦୧୩ ମସିହାରେ ସମାନ ଭୂତାଣୁ ନମୁନା ଉହାନ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜିକୁ ଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

{"id":296962,"sizeSlug":"large"}

ରିପୋର୍ଟ ଅନୁସାରେ ୨୦୧୩ ମସିହାରେ ଦକ୍ଷିଣ-ପଶ୍ଚିମ ଚୀନର ଏକ ପରିତ୍ୟକ୍ତ ତମ୍ବା ଖଣିରେ ବାଦୁଡି ମଳ ସଫା କରୁଥିବା ୬ ଜଣ ଶ୍ରମିକ ନିମୋନିଆ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ତମ୍ବାଖଣିରୁ ସଂଗୃହୀତ ଭୂତାଣୁର ରେଫ୍ରିଜେରଟ୍ ନମୁନା ସେତେବେଳେ ଉହାନ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜିକୁ ପଠାଯାଇଥିବା ବେଳେ ସେଠାରେ ବାଦୁଡି ଦ୍ୱାରା ସୃଷ୍ଟି ହେଉଥିବା ସାର୍ସ ଭଳି କରୋନା ଭାଇରସର ଅଧ୍ୟୟନ କରୁଥିବା ବିଶେଷଜ୍ଞ ସି ଝେଙ୍ଗଲୀ ପରେ ଏହାର ଅଧ୍ୟାୟନ କରିଥିଲେ। ଏପରି ଭୂତାଣୁଙ୍କ ଗବେଷଣା ଲାଗି ଝେଙ୍ଗଲୀ ପ୍ରାୟତଃ ବାଦୁଡିମାନଙ୍କ ଗୁମ୍ଫାକୁ ଯାଇଥାନ୍ତି। ଏଣୁ ତାଙ୍କୁ ଚୀନ୍‌ରେ ‘ବ୍ୟାଟ୍ ଓମ୍ୟାନ୍‌’ ବି କୁହାଯାଏ। ତେବେ ଖଣିରୁ ସଂଗୃହୀତ ଭୂତାଣୁର କୋଭିଡ-୧୯ ଭୂତାଣୁ ଆରଏ ଟିଜି-୧୩ସହ ୯୬.୨ ପ୍ରତିଶତ ସାମଞ୍ଜସ୍ୟ ଥିବା ଗଣମାଧ୍ୟମ ବର୍ଣ୍ଣନା କରିଛି।

{"id":296963,"sizeSlug":"large"}

ହୁଏତ ନମୁନାର ପାର୍ଥକ୍ୟ ଦଶନ୍ଧୀର ବିବର୍ତ୍ତନକୁ ଦର୍ଶାଇପାରେ, ତେବେ ଏ ନେଇ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର କିନ୍ତୁ ଲ୍ୟାବ୍ ଏପର୍ଯ୍ୟନ୍ତ ଦେଇ ନାହିଁ। ତେବେ ଗତ ମେ ମାସରେ ସଂସ୍ଥାନର ନିର୍ଦ୍ଦେଶ ଲ୍ୟାବ୍‌ରେ ଆରଏଟିଜି୧୩ ଭୂତାଣୁର କୌଣସି କପି ନାହିଁ ବୋଲି କହିଥିଲେ। ଏଣୁ ଉହାନରେ ସୃଷ୍ଟି ହୋଇଥିବା ସଂକ୍ରମଣର ଉତ୍ସ ଲାବୋରେଟରୀ ବୋଲି ହେଉଥିବା ଅଭିଯୋଗକୁ ସେତେବେଳେ ସେ ଖଣ୍ଡନ କରିବା ବେଳେ ଗୁଇନ୍ଦା ରିପୋର୍ଟ ସମୀକ୍ଷା କରି ଭୂତାଣୁ ଥିଓରୀର ପ୍ରମାଣ ପାଇଥିବା ଆମେରିକା ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିବାର ହୁଏତ ସତ୍ୟତା ଥାଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.