ସ୍ପେନର ଉଚ୍ଚତମ ବ୍ରିଜରୁ ଖସିପଡ଼ି ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ମୃତ୍ୟୁ

Published By : Prameya-News7 Bureau | October 15, 2024 IST

News7

ନୂଆଦିଲ୍ଲୀ: ସ୍ପେନର ଉଚ୍ଚତମ ବ୍ରିଜରୁ ଖସିପଡ଼ି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ମୃତ୍ୟୁ ହୋଇଛି। ତାଙ୍କର ବୟସ ୨୬ ବର୍ଷ ହେବ। ଖବର ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ବିନା ସୁରକ୍ଷା ଚଢ଼ିବାକୁ ଚେଷ୍ଟା କରିଥିଲେ। ବର୍ଷା ପାଣି ଯୋଗୁଁ ତାଙ୍କ ଗୋଡ଼ ଖସିଥାଇପାରେ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣା ପୂର୍ବରୁ ତାଲାଭେରାରେ ପ୍ରବଳ ବର୍ଷା ହେତୁ ସ୍ଥାନୀୟ କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି।

ସହରର ଅଧିକାରୀଙ୍କ କହିବାନୁସାରେ, ବ୍ରିଜ ଉପର କେବୁଲରେ ଚଢିବା ନିଷେଧ ରହିଛି। ଏନେଇ ବାରମ୍ବାର ଚେତାବନୀ ଦିଆଯାଉଛି ଯେକୌଣସି ପରିସ୍ଥିତିରେ ଏହାକୁ ଅନୁମତି ଦିଆଯାଉ ନାହିଁ। ଚେତାବନୀ ସତ୍ତ୍ୱେ ମଜାମସ୍ତି କରିବା ଓ ସୋସିଆଲ ମିଡିଆ ପାଇଁ  ନିଜ ଜୀବନକୁ ବିପଦରେ ପକାଉଛନ୍ତି। ଫଳସ୍ୱରୂପ ଏଭଳି ଦୁଃଖଦ ଘଟଣା ଘଟିଛି।

ପୀଡିତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହକୁ ନିଆଯାଇଛି ବୋଲି ନଗର କର୍ତ୍ତୃପକ୍ଷ କହିଛି। ବ୍ରିଟେନର ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର କହିଛନ୍ତି ଯେ, 'ସ୍ପେନରେ ମୃତ୍ୟୁବରଣ କରିଥିବା ଜଣେ ବ୍ରିଟିଶ ବ୍ୟକ୍ତିଙ୍କ ପରିବାର ସହ ଆମେ ଯୋଗାଯୋଗ କରିଛୁ।

ଟାଗୁସ୍ ନଦୀ ଉପରେ ୧୯୨ ମିଟର ଉଚ୍ଚରେ ଠିଆ ହୋଇଥିବା ଦେଶର ସବୁଠାରୁ ଉଚ୍ଚତମ ବ୍ରିଜ କାଷ୍ଟିଲା-ଲା ବ୍ରିଜ୍। କେବୁଲ୍ ସ୍ଥିତ ସେତୁରେ ୧୫୨ ତାରର କେବୁଲ ରହିଛି ଏବଂ ୨୦୧୧ରେ ନିର୍ମାଣ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.