oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଗୀର୍ଜାରେ ସାଂସଦଙ୍କୁ ଛୁରାମାଡ଼, ବ୍ରିଟିସ୍‌ ଆଇନଜୀବୀ ଡେଭିଡ୍‌ ଆମେସ୍‌ ନିହତ

16/10/2021 at 8:52 AM

ଲଣ୍ଡନ୍‌ ୧୬/୧୦: ଗୀର୍ଜାରେ ସାଂସଦଙ୍କୁ ଛୁରାମାଡ । ଶୁକ୍ରବାର ଗୀର୍ଜାରେ ଘଟିଥିଲା ଏପରି ଅଘଟଣ । ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ‘କଞ୍ଜର୍‌ଭେଟିଭ୍‌ ପାର୍ଟି’ର ସାଂସଦ ଡେଭିଡ୍‌ ଆମେସଙ୍କ ଛୁରାମାଡ଼ରେ ମୃତ୍ୟୁ ହୋଇଛି । ତାଙ୍କ ‘ଇଲେକ୍ଟୋରାଲ୍‌ ଜିଲ୍ଲା’ରେ ଭୋଟର୍‌ଙ୍କୁ ଭେଟୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୁରି ଭୁସି ହତ୍ୟା କରିଦେଇଛି ।

ସୂଚନା ଥାଉକି, ପୂର୍ବାଞ୍ଚଳ ଇଂଲଣ୍ଡ୍‌ର ସାଉଥ୍‌ ଏଣ୍ଡ୍‌ ଓ୍ଵେଷ୍ଟ୍‍ ଇସେକ୍ସ୍‍ର ସାଂସଦ ଭାବେ ପ୍ରତିନିଧିତ୍ୱ କରୁଥିବା ୬୯ ବର୍ଷିୟ ଡେଭିଡ୍‌ ଆମେସ୍‌ଙ୍କୁ ଲି-ଅନ୍‌-ସି ଠାରେ ଥିବା ବେଲ୍‌ଫେୟାର୍ସ ମେଥଡିଷ୍ଟ୍‍ ଚର୍ଚରେ ସଭା ଚାଲିଥିବା ଆକ୍ରମଣ କରିଥିଲା ଦୁର୍ବୃତ୍ତ । ସଂଗେ ସଂଗେ ଖବର ପ୍ରଘଟ ହେବା ପରେ ପୋଲିସ ଗୀର୍ଜାରେ ଚଢ଼ାଉ କରି ୨୫ ବର୍ଷିୟ ଆତତାୟୀଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ଜବତ କରିଛି ।

ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି ବୋଲି ସନ୍ଦେହ ନଥିବା ନିଜେ ପୋଲିସ ସ୍ପଷ୍ଟ କରିଛି । ପୋଲିସ କହିବା ମୁତାବକ, ସାଂସଦଙ୍କୁ ବଞ୍ଚାଇବା ଲାଗି ଆପ୍ରାଣ ଉଦ୍ୟମ କରାଯଇଥିଲା । ଅର୍ଥାତ୍ ଗୀର୍ଜା ମଧ୍ୟରେ ଏମରଜେନ୍ସି ସେବା ଯୋଗାଇ ଦିଆଯାଇଥିଲା । ହେଲେ ସବୁ ପରିଶ୍ରମ ବୃଥା ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ଆମେସ୍ ।

ଘଟଣା ସହ ଆତଙ୍କବାଦୀମାନଙ୍କ ସମ୍ପୃକ୍ତି ରହିଛି କି, ନାହିଁ, ତାହା ପୋଲିସ ତଦନ୍ତ କରୁଛି । ଘଟଣାସ୍ଥଳରେ ଥିବା ଜଣେ ସ୍ଥାନୀୟ କାଉନ୍‌ସିଲର୍‌ ଗଣମାଧ୍ୟମକୁ କହିଛନ୍ତି, ଡେଭିଡ୍‌ଙ୍କ ଉପରେ ଆତତାୟୀଜଣକ ବହୁବାର ଛୁରାମାଡ଼ କରିଥିଲେ । ଆମେସ୍‌ଙ୍କ ମୃତ୍ୟୁ ଖବର ପାଇ ଇଂଲଣ୍ଡ୍‌ ପାର୍ଲାମେଣ୍ଟ୍‌ରେ ଥିବା ସହଯୋଗୀମାନେ ଶୋକବ୍ୟକ୍ତି କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ପ୍ରତି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଦିନ ଡେଭିଡ୍‌ ନିୟମିତ ଭାବେ ଭୋଟର୍‌ମାନଙ୍କ ସହ ବାର୍ତ୍ତାଳାପ କରୁଥିଲେ । ଆମେସ୍‌ ବିବାହିତ ଓ ତାଙ୍କର ୫ଜଣ ସନ୍ତାନ ସନ୍ତତି ଅଛନ୍ତି । ୧୯୮୩ରେ ସେ ପ୍ରଥମେ ବେସିଲ୍‌ଡନ୍‌ରୁ ପାର୍ଲାମେଣ୍ଟ୍‌କୁ ନିର୍ବାଚିତ ହୋଇଥିଲେ । ପରେ ୧୯୯୭ରେ ସେ ସାଉଥ୍‌ଏଣ୍ଡ୍‌ ଓ୍ଵେଷ୍ଟ୍‍ରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ ।

   Related Posts