scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପରେ ସ୍ଵାସ୍ଥ୍ୟ ସଚିବ ମେଟ୍ ହେନକକ୍ କରୋନା ପଜିଟିଭ

27/03/2020 at 7:27 PM

ଲଣ୍ଡନ ୨୭।୦୩: ମହାମାରୀ କରୋନା ଭାଇରସ ବିଶ୍ଵରେ ୧୭୦ରୁ ଅଧିକ ଦେଶକୁ କବଳିତ କରି ସାରିଲାଣି। ବ୍ରିଟେନ ରାଜପରିବାରର ପ୍ରିନ୍ସ ଚାର୍ଲ୍ସ କରୋନାରେ ସଂକ୍ରମିତ ହେବା ପରେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କର ରକ୍ତ ନମୂନା ଓ ସ୍ଵାବ ପରୀକ୍ଷା ପରେ ରିପୋର୍ଟରେ କରୋନା ପଜିଟିଭ୍ ମିଳିଛି। ଏହାର ପରେ ପରେ  ଟ୍ରିଟେନର ସ୍ଵାସ୍ଥ୍ୟ ସଚିବ ମେଟ୍ ହେନକକ୍ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି। ଏହା ସହିତ ଲୋକଙ୍କୁ ଘରେ ରହି କାମ କରିବାକୁ ଅପିଲ୍ କରିଛନ୍ତି।

ଏହା ପୂର୍ବରୁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ, ପ୍ରିନ୍ସ ଚାର୍ଲ୍ସ, ମୋନେକୋ ପ୍ରିନ୍ସ, ଅଷ୍ଟ୍ରେଲିଆ ଗୃହ ମନ୍ତ୍ରୀ ପିଟର ହଟନ, ଇସ୍ରାଏଲ ରାଷ୍ଟ୍ରଦୂତ, ଇରାନର ସ୍ଵାସ୍ଥ୍ୟ ମନ୍ତ୍ରୀ ଇରାଜ ହରି ରକି ସମେତ ଅନେକ ବିଶିଷ୍ଟ ବ୍ୟକ୍ତି କରୋନା  ସଂକ୍ରମିତ ହୋଇ ସାରିଛନ୍ତି। କରୋନା ଲକ୍ଷଣ ମିଳିବା ପରେ  ପ୍ରଧାନମନ୍ତ୍ରୀ ୫୫ ବର୍ଷୀୟ ବୋରିସ୍ ଜନସନ କ୍ଵାରେନଟାଇନରେ ଥିଲେ। ହେଲେ ଏବେ ପରୀକ୍ଷା ରିପୋର୍ଟରୁ କରୋନା ପଜିଟିଭ୍ ଥିବା ଜଣା ପଡିଛି। ଏବେ ସେ ନିଜକୁ ଡ୍ରାଉନିଙ୍ଗ ଷ୍ଟ୍ରିଟରେ ଆଇସୋଲେଟେଡ୍ କରିବା ସହିତ ଘରେ ରହି  କାମ କରୁଛନ୍ତି। ତାଙ୍କ ପରେ ସ୍ଵାସ୍ଥ୍ୟ ସଚିବ ମେଟ୍ ହେନକକ୍ କରୋନା ପଜିଟିଭ୍ ମିଳିବା ଖବର ଏବେ ବ୍ରିଟେନ ପ୍ରଶାସନକୁ ଚିନ୍ତାରେ ପକାଇଛି। ହେନକକ୍ ମଧ୍ୟ ନିଜକୁ ଆଇସୋଲେଟେଡ୍ କରି ଘରୁ କାମ କରିବା ଆରମ୍ଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ,  ଫ୍ରାନ୍ସରେ ଗତ ୨୪ ଘଂଟାରେ ୩୬୫ ଓ ଇଂଲଣ୍ଡରେ ୧୧୫  ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଜର୍ମାନୀ ଓ ସ୍ୱିଜରାଲଣ୍ଡରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ୟୁରୋପରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ସମଗ୍ର ଦୁନିଆରେ ଗୁରୁବାର ଅପରାହ୍ନ ସୁଦ୍ଧା ସଂକ୍ରମିତ ସଂଖ୍ୟା ୫ ଲକ୍ଷ ୩୦ ହଜାରକୁ ବୃଦ୍ଧି ଘଟିଥିବା ବେଳେ ୨୪ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି । ଏଥିରୁ ୧ ଲକ୍ଷ ୨୩ ହଜାର ୩୮୦ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ମାତ୍ର ୨୦ ହଜାର ରୋଗୀଙ୍କ ଅବସ୍ଥା ଗୁରୁତର ରହିଛି।

   Related Posts