ଜିୟା ଖାନଙ୍କ ମୃତ୍ୟୁକୁ ନେଇ ଡକ୍ୟୁମେଣ୍ଟାରୀ ତିଆରି କରୁଛନ୍ତି ବ୍ରିଟିଶ୍ ଫିଲ୍ମମେକର, ଗଜନୀ ଭଳି ହିଟ୍ ଫିଲ୍ମରେ ସେ କରିଥିଲେ ଅଭିନୟ
20/08/2019 at 10:35 PM

ମୁମ୍ବାଇ୨୦|୮: ୨୦୧୩ ମସିହାରେ ବଲିଉଡ ଅଭିନେତ୍ରୀ ଜିୟା ଖାନ ଆରପାରିକୁ ଚାଲି ଯାଇଥିଲେ। ଜିୟା ଖାନ ଆତ୍ମହତ୍ୟା କରିଥିଲେ ବୋଲି ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଥିଲା। ଜିୟା ଖାନଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟକୁ ନେଇ ଦୀର୍ଘ ୬ ବର୍ଷ ହେବ ଚର୍ଚ୍ଚା ଚାଲିଛି। ଜିୟା ଖାନଙ୍କ ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ତିଆରି କରାଯାଉଛି।

ତାଜା ସୂଚନା ଅନୁସାରେ, ବ୍ରିଟିଶର ଜଣେ ଫିଲ୍ମ ନିର୍ମାତା ଏହି ରହସ୍ୟମୟ ଆତ୍ମହତ୍ୟାକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏକ ଲୋକପ୍ରିୟ ବ୍ରିଟିଶ ଟେଲଭିଜନ ବ୍ରାଣ୍ଡକାଷ୍ଟର ଏବେ ମୁମ୍ବାଇରେ ରହି ଜିୟା ଖାନଙ୍କ ମୃତ୍ୟୁ ସଂପର୍କରେ ଅଧିକ ତଥ୍ୟ ହାସଲ କରୁଛନ୍ତି। ସେହି କାଷ୍ଟର ଜଣଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ସଂପର୍କରେ ଅଧିକ ସୂଚନ ଦେଇ ପାରିବେ ନାହଁ ବୋଲି ମନା କରିଛନ୍ତି।

ଜିୟା ଖାନଙ୍କ ଆତ୍ମହତ୍ୟା ୨୦୧୩ ମସିହାରେ ପୁରା ବଲିଉଡ ଇଣ୍ଡଷ୍ଟ୍ରିରେ ହଇଚୟ ସୃଷ୍ଟି କରିଦେଇଥିଲା। କୁହାଯାଏ ତାଙ୍କ ବୟଫ୍ରେଣ୍ଡ ସୁରଜ ପଞ୍ଚୋଲିଙ୍କ ଯୋଗୁ ସେ ଆତ୍ମହତ୍ୟା କରିଥିଲେ। ଏଥିସହ ୬ ପୃଷ୍ଠାର ସୁସାଇଡ୍ ନୋଟ ଜିୟା ଖାନ ଲେଖି ଆତ୍ମହତ୍ୟା କରିଥିଲେ। ତାଙ୍କ ବୟଫ୍ରେଣ୍ଡଙ୍କ ପାଇଁ ଆତ୍ମହତ୍ୟା କରିଥିବା କଥା ଏହି ସୁସାଇଡ୍ ନୋଟରୁ ଜଣା ପଡିଥିଲା।

ଏଥିପାଇଁ ସୁରଜଙ୍କୁ ପୋଲିସ ଗିରଫ କରିଥିଲା। ଏକ ମାସେ ପରେ ସୁରଜ ଜେଲରୁ ବାହାରିଥିଲେ। ଏକ ମାସେ ପରେ ଏକ ଚିଠି ଜିୟା ଖାନଙ୍କ ମାଆ ରୋବିୟା ଜାରି କରିଥିଲେ। ଜିୟା ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମାଆ ଦାବି କରିଥିଲେ। ୨୦୧୪ ମସିହାରେ ବମ୍ବେ ହାଇକୋର୍ଟ ସିବିଆଇକୁ ଜିୟାଙ୍କ ଡେଥ୍ କେସ ହସ୍ତାନ୍ତର କରିଥିଲା।

ଜିୟା ଖାନା ବଲିଉଡରେ ତିନୋଟି ଫିଲ୍ମ କରିଛନ୍ତି। ୨୦୦୭ ମସିହାରେ ଅମିତାଭ ବଚ୍ଚନଙ୍କ ସହ ନିଶବ୍ଦ, ୨୦୦୮ମସିହାରେ ଅମିର ଖାନଙ୍କ ସହ ଗଜନୀ ଓ ୨୦୧୦ ମସିହାରେ ହାଉସଫୁଲ ଫିଲ୍ମରେ କରିଥିଲେ।