‘Star Trek’ ଫେମ୍ ଆଲାନ ସ୍କାର୍ଫଙ୍କ ଦେହାନ୍ତ, କର୍କଟ ରୋଗରେ ଥିଲେ ପୀଡିତ

Published By : Prameya-News7 Bureau | June 07, 2024 IST

ମୁମ୍ଵାଇ ୦୭।୦୬: ଭେଟେରାନ ଅଭିନେତା ଆଲାନ ସ୍କାର୍ଫଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲେ। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ରିପୋର୍ଟ ଅନୁଯାୟୀ, ସ୍କାର୍ଫେ ଏପ୍ରିଲ୍ ୨୮ ରେ ତାଙ୍କ ଘରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ତାଙ୍କ ପୁଅ ଅଭିନେତା ଜୋନାଥନ ସ୍କାର୍ଫ ଅଛନ୍ତି।

ଆଲାନ୍ ସ୍କାର୍ଫ, ଜୁନ୍ ୮, ୧୯୪୬ରେ, ଇଂଲଣ୍ଡର ଜନ୍ମଗ୍ରହଣ କରିଥିଲେ, ଖୁବ୍ କମ୍ ବୟସରେ ତାଙ୍କ ପ୍ରଫେସର ପିତାମାତାଙ୍କ ସହ ଭାନକୋଭରକୁ ଯାଇଥିଲେ। ସେ ଭାନକୋଭରର ଲର୍ଡ ବିଙ୍ଗ ମାଧ୍ୟମିକ ବିଦ୍ୟାଳୟରୁ ସ୍ନାତକ ହାସଲ କରି ୧୯୬୪ ରୁ ୧୯୬୬ ମଧ୍ୟରେ ଲଣ୍ଡନ ଏକାଡେମୀ ଅଫ୍ ମ୍ୟୁଜିକ୍ ଆଣ୍ଡ ଡ୍ରାମାଟିକ୍ ଆର୍ଟରେ ପଢିବା ପାଇଁ ଇଂଲଣ୍ଡକୁ ଫେରିଥିଲେ। 

ତା’ପରେ ସେ ୧୯୬୭ ରୁ ୧୯୬୮ ପର୍ଯ୍ୟନ୍ତ ଲିଭରପୁଲର ଆର୍ମାନ୍ ଥିଏଟରର ସହଯୋଗୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ଉଲ୍ଲେଖନୀୟ ଫିଲ୍ମ ମଧ୍ୟରେ ଦି ବାଏ ବଏ (୧୯୮୪), ଡିଜର୍ଟର (୧୯୮୪), ଓଭରନାଇଟ (୧୯୮୬), ଷ୍ଟ୍ରିଟ୍ ଜଷ୍ଟିସ୍ (୧୯୮୭), ଆଇରନ୍ ଇଗଲ୍ ୨ (୧୯୮୮), ପୋର୍ଟ୍ରେଟ୍ (୧୯୯୨), ହାମଷ୍ଟର୍ କେଜ୍ (୨୦୦୫) ଯାହା ଖୁବ୍‌ ହିଟ୍‌ ଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.