ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢିବ ଭାରତ, ବ୍ରିଟେନ୍ ସହାୟତାରେ ତିଆରି ହେବ ଶକ୍ତିଶାଳୀ ଯୁଦ୍ଧବିମାନ

Published By : Prameya-News7 Bureau | April 22, 2022 IST

ନୂଆଦିଲ୍ଲୀ,୨୨/୦୪: ଭାରତ ଗସ୍ତରେ ଅଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଏହାମଧ୍ୟରେ ଭାରତକୁ ବଡ ଅଫର ଦେଇଛି ବ୍ରିଟେନ୍ । କିପରି ନିଜସ୍ୱ ଜ୍ଞାନକୌଶଳରେ ଯୁଦ୍ଧ ବିମାନ ତିଆରି କରାଯାଏ ସେନେଇ ଭାରତକୁ ସାହାଯ୍ୟ କରିବ ବ୍ରିଟେନ୍ । ଏଦିଗରେ ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜନସନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ନୂଆଦିଲ୍ଲୀ ଗସ୍ତରେ ବୋରିସ ମୋଦୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଉଭୟ ଦେଶ ମଧ୍ୟରେ ୟୁକ୍ରେନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ । ସାମୁଦ୍ରିକ କ୍ଷେତ୍ରରେ ପରସ୍ପର ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ । ଆହୁରି ମଧ୍ୟ କିପରି ଭାରତ ଉନ୍ନତ ମାନର ଯୁଦ୍ଧ ବିମାନ ଆଦି ନିର୍ମାଣ କରିପାରିବ ସେନେଇ ମୋରିସନ କୌଣସି ବଡ ଚୁକ୍ତି କରିପାରନ୍ତି ।

କିଛିବର୍ଷ ଧରି ଭାରତ ଓ ବ୍ରିଟେନ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ସୁଦୃଢ ହୋଇଛି । ବ୍ରିଟେନ ଭାରତକୁ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଓ ରପ୍ତାନୀ ଉପରେ କଟକଣାମୁକ୍ତ ଆଭିମୁଖ୍ୟ ଦେଖାଇଛି । ଏପରି ମନୋଭାବ କେବଳ ୟୁରୋପୀୟ ସଂଘ ଓ ଆମେରିକା ପ୍ରତି ପୋଷଣ କରାଯାଇଥାଏ । ଭାରତକୁ ମଧ୍ୟ ଏପରି ସୁବିଧା ମିଳୁଛି । କେବଳ ବ୍ରିଟେନ ନୁହେଁ, ଆମେରିକା ମଧ୍ୟ ଭାରତକୁ ଯୁଦ୍ଧାସ୍ତ୍ର କ୍ରୟ ପାଇଁ ଲୋଭନୀୟ ଅଫର୍ ଦେଉଛି ।  

ସୂଚନାଯୋଗ୍ୟ, ଗତ କିଛି ଦିନ ଧରି ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ଅନେକ ବିଶ୍ୱନେତା ଭାରତ ଗସ୍ତ କରୁଛନ୍ତି । ସେମାନେ ଋଷ ବିରୋଧରେ ଭାରତ ସାମ୍ନାକୁ ଆସୁ ବୋଲି ଚାହୁଁଛନ୍ତି । ତେବେ ଋଷ ଉପରେ କଟକଣା ସତ୍ତ୍ୱେ ଭାରତ ଅଶୋଧିତ ତୈଳ ଆମଦାନୀ କରିଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.