ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବ୍ରିଟେନରେ ହିନ୍ଦୁ ସବୁଠୁ ବୁଦ୍ଧିମାନ, ଧନୀ ଏବଂ ଉତ୍ତମ ବ୍ୟବହାର କରନ୍ତି: ରିପୋର୍ଟ

31/10/2022 at 11:09 PM

ନୂଆଦିଲ୍ଲୀ: ‘ଦ ଟାଇମ୍ସ ନ୍ୟୁଜ’ର ଏକ ରିପୋର୍ଟ ଦାବି କରାଯାଇଛି ଯେ, ଇଂଲଣ୍ଡ ଏବଂ ୱେଲ୍ସରେ ୯,୮୩,୦୦୦ ହିନ୍ଦୁ ଘର ନିର୍ମାଣ କରିସାରିଛନ୍ତି । ଲଣ୍ଡନର କବ୍ରସ୍ତାନରେ ଦର୍ଶାଯାଇଛି ଯେ, ପାଞ୍ଚ ଶହ ବର୍ଷରୁ ହିନ୍ଦୁ ବ୍ରିଟେନ ଆସୁଛନ୍ତି । ଅନ୍ୟପଟେ ବ୍ରିଟେନର ଜେଲ ଗୁଡିକରେ ମାତ୍ର ୩୨୯ ଜଣ ହିନ୍ଦୁ ଅଛନ୍ତି । ରିପୋର୍ଟରେ କୁହାଯାଇଛି, ସେମାନେ (ହିନ୍ଦୁ) ଖ୍ରୀଷ୍ଟିଆନଙ୍କ ଠାରୁ ଅଧିକ ଯୋଗ୍ୟ ଏବଂ ଅଧିକ ଆୟ କରନ୍ତି ।

ଖବରକାଗଜ ରିପୋର୍ଟ ଅନୁସାରେ, ୧୯୪୭ରେ ଭାରତର ସ୍ୱାଧୀନତା ଏବଂ ରକ୍ତାକ୍ତ ବିଭାଜନ ପରେ ହିନ୍ଦୁ ପ୍ରବାସୀ ବଡ଼ ସଂଖ୍ୟାରେ ବ୍ରିଟେନ ଆସିଥିଲେ । ଏଠାରେ ଶ୍ରମ ଅଭାବ ଦୂର କରିବା ପାଇଁ ସେମାନଙ୍କୁ ପ୍ରତ୍ସୋହିତ କରାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରୀ ହନୋକ ପାୱେଲ ମଧ୍ୟ ନିଜ କାର୍ଯ୍ୟକାଳ ସମୟରେ ଭାରତୀୟ ଉପମହାଦ୍ୱୀପର ସ୍ୱାସ୍ଥ୍ୟ କର୍ମୀଙ୍କୁ ଭର୍ତ୍ତି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ପାୱେଲ ପ୍ରବାସୀଙ୍କୁ ସ୍ଥାନ ଦେବାକୁ ବିରୋଧ କରୁଥିଲେ ।

ଏହାପରେ ୧୯୭୦ ମସିହାରେ ଦ୍ୱିତୀୟ ପର୍ଯ୍ୟାୟରେ ଆଫ୍ରିକାରୁ ବହୁ ସଂଖ୍ୟାରେ ହିନ୍ଦୁ ଏଠାକୁ ଆସିଥିଲେ । ଏହି ସମୟରେ ଇଦି ଅମୀନ ୟୁଗାଣ୍ଡାରୁ ଏସିଆଇ ଲୋକଙ୍କୁ ଦେଶରୁ ବାହାର କରିଥିଲେ । ଏହି ସମୟରେ ୪,୫୦୦ ପ୍ରବାସୀ ଭାରତୀୟ ନିଜ ଦେଶକୁ ଫେରିଥିଲେ, ଅନ୍ୟପଟେ ୨୭୦୦ ବ୍ରିଟେନରେ ରହିଥିଲେ । ୧୯୯୦ ଦଶନ୍ଧିରେ ବ୍ରିଟେନ ଦ୍ୱାରା ବିଦେଶୀ ଛାତ୍ରଙ୍କ ଇମିଗ୍ରେସନ ଆଇନରେ କହୋଳ ହେବା ପରେ ପ୍ରବାସୀଙ୍କ ତୃତୀୟ ଲହର ଦେଶକୁ ଆସିଥିଲା ।

ରିପୋର୍ଟରେ କୁହାଯାଇଛି, ଅଧିକାଂଶ ଧାର୍ମିକ ଏବଂ ଜାତୀୟ ଅଳ୍ପସଂଖ୍ୟକଙ୍କ ପରି ହିନ୍ଦୁ ବଡ଼ ସହରରେ ବସବାସ କରନ୍ତି । ୪୭ ପ୍ରତିଶତ ବ୍ରିଟିଶ ହିନ୍ଦୁ ଲଣ୍ଡନରେ ବାସ କରୁଛନ୍ତି । ଏହା ରାଜଧାନୀର ଜନସଂଖ୍ୟାର ୫ ପ୍ରତିଶତ । ଇଷ୍ଟ ମିଡଲେଡସ, ଲିଷ୍ଟର ପରି ସହର ନିକଟରେ ୧୦ ପ୍ରତିଶତ ହିନ୍ଦୁଙ୍କ ଘର ରହିଛି । ବ୍ରିଟିଶ ଫ୍ୟୁଚର ଥିଙ୍କ ଟ୍ୟାଙ୍କର ପ୍ରତିଷ୍ଠାତା ସୁନ୍ଦର କଟୱାଲା କହିଛନ୍ତି, ହିନ୍ଦୁଙ୍କ ଏହି ପ୍ରସାର ଉପରେ ପୂର୍ବ ପିଢିର ସାମାନ୍ୟ ପ୍ରଭାବ ରହିଛି । ଆଗାମୀ ଜନଗଣନାରେ ପ୍ରତି ସ୍ଥାନରେ ଅଧିକ ବିବଧତା ଦେଖିବାକୁ ମିଳିବ।    

   Related Posts