Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାନାଡା ଅଭିଯୋଗରେ ଭାରତ ସହ ବାଣିଜ୍ୟିକ ଡିଲ୍‌ର ପ୍ରଭାବ ପଡ଼ିବନି ବୋଲି କହିଲା ବ୍ରିଟେନ୍

19/09/2023 at 11:28 PM

ନୂଆଦିଲ୍ଲୀ, ୧୯/୯: ଖଲିସ୍ତାନୀ ଆତଙ୍କୀ ତଥା ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା ନେଇ କାନାଡା-ଭାରତ ମୁହାମୁହିଁ। ମଙ୍ଗଳବାର କାନାଡାରେ ବିଚ୍ଛିନ୍ନତାବାଦୀ ଶିଖ ନେତାଙ୍କ ହତ୍ୟାକୁ ଗୁରୁତର ସହ ନେଇଛି ବ୍ରିଟିଶ ସରକାର। ଭାରତ ସହ ଚାଲିଥିବା ବାଣିଜ୍ୟିକ ଡିଲ୍‌ ଉପରେ ପ୍ରଭାବ ପକାବ କି ସେନେଇ ବି ମତ ରଖିଛି ବ୍ରିଟେନ୍।

ଏହାପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସୋମବାର ସଂସଦକୁ କହିଛନ୍ତି ଯେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ଭାବ୍ୟ ଲିଙ୍କ ସମ୍ପର୍କରେ ସେ ଅଭିଯୋଗର ଯାଞ୍ଚ କରୁଛନ୍ତି। ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି କାନାଡା। ଖଲିସ୍ତାନ ଟାଇଗର ଫୋର୍ସର ମୁଖ୍ୟ ତଥା ଭାରତରେ ଘୋଷିତ ଆତଙ୍କବାଦୀ ଥିଲେ ନିଜ୍ଜର।

ଭାରତର ବୈଦେଶିକ ମନ୍ତ୍ରାଳୟ ଭାରତର ମଙ୍ଗଳବାର କାନାଡାର ଦାବିକୁ ଭିତ୍ତିହୀନ କହିବା ସହ ପ୍ରତ୍ୟାଖ୍ୟାନ କରିଛି ଏବଂ ଏହାସହ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଭାରତ।

ବ୍ରିଟେନର ସରକାରଙ୍କ ମୁଖପାତ୍ର କହିଛନ୍ତି ଯେ ଏହି ଗୁରୁତର ଅଭିଯୋଗକୁ ନେଇ ଆମେ ଆମର କାନାଡୀୟ ସହଯୋଗୀମାନଙ୍କ ସହ ସମ୍ପର୍କରେ ରହିଛୁ। କାନାଡା କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଲିଥିବା ତଦନ୍ତ ସମୟରେ ମନ୍ତବ୍ୟ ଦେବା ଅନୁଚିତ ବୋଲି କହିଛନ୍ତି। ପରେ ଯେତେବେଳେ ସୁନକଙ୍କ ମୁଖପାତ୍ର କହିଥିଲେ- ଭାରତ ସହ ବାଣିଜ୍ୟ ଆଲୋଚନା ଉପରେ କାର୍ଯ୍ୟ ପୂର୍ବପରି ଜାରି ରହିଛି।

   Related Posts