ରାଣୀ ଏଲିଜାବେଥ୍‌ଙ୍କ ଘରକୁ ଆସିଲା ନୂଆ ସଦସ୍ୟ, ପୁତ୍ର ସନ୍ତାନ ଜନ୍ମ ଦେଲେ ନାତୁଣୀ

Published By : Prameya-News7 Bureau | February 11, 2021 IST

ନୂଆଦିଲ୍ଲୀ ୧୧।୨: ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରିବାରରେ ନୂଆ ସଦସ୍ୟକୁ ସ୍ୱାଗତ କରାଯାଇଛି । ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ନାତୁଣୀ ରାଜକୁମାରୀ ୟୁଜିନି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖବର ପାଇବା ପରେ ଏଲିଜାବେଥ୍ ଖୁବ୍ ଖୁସି ଅଛନ୍ତି । ଏହି ଖୁସି ଖବରକୁ ରାଜକୁମାରୀ ୟୁଜିନି ନିଜେ ସେୟାର କରିଛନ୍ତି ।

ୟୁଜିନି ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପୁଅର ପ୍ରଥମ ଝଲକ ଦେଖାଇଛନ୍ତି । ୟୁଜିନି ଏବଂ ତାଙ୍କ ସ୍ବାମୀ ବ୍ରୁକବ୍ୟାଙ୍କ ତାଙ୍କ ପୁଅର ହାତ ଧରିଥିବା ଏହି ଫଟୋରେ ଦେଖାଯାଇଛି ।

ଏହି ଖୁସିଖବର ସେୟାର କରିବା ପରେ ରାଜକୁମାରୀ ୟୁଜିନିଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି । ୟୁଜିନି ଗତବର୍ଷ ୨୦୨୦ରେ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ପ୍ରେଗ୍ନେସି ନେଇ ସୂଚନା ଦେଇଥିଲେ । ଏଥିସହିତ ସେ କ୍ୟାପସନରେ ଲେଖିଥିଲେ, '୨୦୨୧ର  ଶୁଭାରମ୍ଭ ପାଇଁ ଜ୍ୟାକ୍ ଏବଂ ମୁଁ ବେଶ ଉତ୍ସାହିତ ।'

ଉଲ୍ଲେଖଯୋଗ୍ୟ ଯେ, ୨୦୧୮ରେ ରାଜକୁମାରୀ ୟୁଜନିଙ୍କର ଜ୍ୟାକ୍ ବ୍ରୁକବ୍ୟାଙ୍କଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ୟୁଜନିଙ୍କ ପୁଅ ହେଉଛନ୍ତି ରାଣୀ ଏଲିଜାବେଥଙ୍କ ନବମ ନାତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.