ସାମ୍ନାରେ ଥିଲା ମୃତ୍ୟୁ : ବୋରିସ୍ ଜନସନ୍ କହିଲେ ଅନୁଭୂତି, ଡାକ୍ତରମାନେ ତାଙ୍କ ମୃତ୍ୟୁ ଘୋଷଣା କରିବାକୁ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି

Published By : Prameya-News7 Bureau | May 03, 2020 IST

ଲଣ୍ଡନ ୩।୫: କରୋନା ଭାଇରସ୍ ସଂକ୍ରମରୁ ସୁସ୍ଥ ହୋଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କ ଅନୁଭୂତି ସେୟାର କରିଛନ୍ତି । ଦି ସନ୍ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ଘୋଷଣା ପାଇଁ ଡାକ୍ତରମାନେ ପ୍ରସ୍ତୁତ ହୋଇଥିଲେ । ତାଙ୍କୁ ଜୀବନ୍ତ ରଖିବା ପାଇଁ ବହୁତ ଅମ୍ଳଜାନ ଦିଆଯାଇଥିଲା ।

ବୋରିସ୍ କହିଛନ୍ତି ଏହା ଏକ କଷ୍ଟକର ସମୟ ଥିଲା । ମୁଁ ଅସ୍ବୀକାର କରିବି ନାହିଁ । ଷ୍ଟାଲିନଙ୍କ ମୃତ୍ୟୁ ପରେ ସେ ଯୋଜନା କରିସାରିଥିଲେ । ମୋର ଅବସ୍ଥା ଯଥେଷ୍ଟ ଭଲ ନଥିଲା ଏବଂ ମୋତେ ଏହା ଜଣାଥିଲା ଯେ ଆକସ୍ମିକ ଘଟଣା ପାଇଁ ଏକ ଯୋଜନା ପ୍ରସ୍ତୁତ ଅଛି । ଯଦି ତାଙ୍କର କିଛି ହୋଇଯାଏ ତେବେ କ’ଣ କରାଯିବ ସେ ନେଇ ଡାକ୍ତରମାନେ ସମ୍ପୂର୍ଣ୍ଣ ଯୋଜନା କରିସାରିଥିଲେ ।

ଡାକ୍ତରଖାନାରେ ଚିକିତ୍ସା ସମ୍ପର୍କରେ ଜନସନ କହିଛନ୍ତି ଯେ, ମନିଟରରେ ଦେଖାଯାଉଥିବା ଇଣ୍ଡିକେଟର ଲଗାତର ଓଲଟା ଦିଗରେ ଯାଉଥିଲା । ସେହି ସମୟରେ ସେ ଅନୁଭବ କରିଥିଲେ ଯେ, କରୋନା ଭାଇରସ୍ ର କିଛି ଚିକିତ୍ସା ନାହିଁ। ଗତ ମାସରେ ଜନସନ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ସମୟରେ ଜନସନ ଲଗାତର ନିଜକୁ ପ୍ରଶ୍ନ ପଚାରୁଥିଲେ ଯେ ସେ କିପରି ଏହି ସ୍ଥିତିରୁ ବାହାରିବେ ?

ସେ କହିଛନ୍ତି ଯେ, କିଛି ଦିନ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ କିପରି ଏତେ ଖରାପ ହୋଇଗଲା ତାହା ବିଶ୍ବାସ କରିବା କଷ୍ଟସାଧ୍ୟ । ମୋର ମନେ ଅଛି ଯେ ମୁଁ ନିରାଶ ହୋଇଯାଇଥିଲି । ମୁଁ କିଛି ବୁଝିପାରୁନଥିଲି ଯେ, ମୁଁ କାହିଁକି ଭଲ ହେଉନାହିଁ ।

ତେବେ କରୋନାରୁ ସୁସ୍ଥ ହେବା ସହ ଜନସନଙ୍କ ପାଇଁ ଆଉ ଏକ ଭଲ କଥା ହେଉଛି ତାଙ୍କ ଭାବିପତ୍ନୀ କ୍ୟାରି ସାଇମଣ୍ଡ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତାଙ୍କ ଜୀବନ ରକ୍ଷା କରିଥିବା ଡାକ୍ତରଙ୍କ ନାଁରେ ସ ତାଙ୍କ ପୁଅର ନାମ ନିକୋଲସ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.