ବିଭାଗର ବିନା ଅନୁମତିରେ ରିୟଲିଟି ସୋ’ରେ ଭାଗ ନେଇ କ୍ୟାମେରା ସାମ୍ନାରେ ପୁରୁଷ ପ୍ରତିଯୋଗୀଙ୍କ ସହ ଅନ୍ତରଙ୍ଗ ହେଲେ ମହିଳା ପୋଲିସ ଅଧିକାରୀ ,ଏବେ ଯାଇପାରେ ଚାକିରୀ…

Published By : Prameya-News7 Bureau | August 14, 2019 IST

ଲଣ୍ଡନ୧୪|୮: ଅନୁମତି ନମିଳିବା ପରେ ମଧ୍ୟ ବ୍ରିଟେନର ଖାଫି କରିମ ନାମକ ଜଣେ ମହିଳା ପୋଲିସ ଅଧିକାରୀ ନାଇଜେରିଆ ଟିଭି ରିୟଲିଟି ସୋ’ ରେ ଅଂଶଗ୍ରହଣ କରି ଅଡୁଆରେ ପଡିଛନ୍ତି । ଏହି ରିୟଲିଟି ସୋ’ରେ ସଂପୃକ୍ତ ମହିଳା ପୋଲିସ ଅଧିକାରୀ ଜଣେ ସାଥୀ ପୁରୁଷ ପ୍ରତିଯୋଗୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ମଧ୍ୟ ସ୍କ୍ରିନରେ ନଜର ଆସିଥିଲା ।

{"id":144252}

ମହିଳା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି । ତଦନ୍ତ ସରିବାପରେ ବିବାଗ କଡା ନିଷ୍ପତ୍ତି ନେଇପାରେ ବୋଲି ଆଲୋଚନା ହେଉଛି ।  ସୋସିାଲ ମିଡିଆରେ ମଧ୍ୟ ଏହି ପ୍ରସଂଗକୁ ନେଇ ବିତର୍କ ଜାରୀ ରହିଛି । ୟୁଜର୍ସଙ୍କ ମଧ୍ୟରୁ କିଛି ଜଣ କହିଛନ୍ତି ଯେ, ମହିଳା ପୋଲିସ ଅଧିକାରୀ ବୋଲି ଏତେ ତନା ଘନା ହେଉଛି । ଯଦି ପୁରୁଷ ପୋଲିସ ଅଧିକାରୀ ହୋଇଥାନ୍ତେ ତାହେ କଥା ପଦାକୁ ହିଁ ଆସିନଥାନ୍ତା ।

{"id":144253}

ଅନ୍ୟଜଣେ କହିଛନ୍ତି ଯେ, ପୋଲିସ ଭଳି ଏକ ଶୃଙ୍ଖଳା ରକ୍ଷା କରୁଥିବା ବିଭାଗରେ କାମ କରି ନିଜେ ବିଶୃଙ୍ଖଳିତ ହେଲେ ସାଧାରଣରେ ଖରାପ ବାର୍ତ୍ତା ନିଶ୍ଟୟ ଯିବ । ଆଉଜଣେ ୟୁଜର୍ସ ମହିଳା ପୋଲିସ ଅଧିକାରୀଙ୍କ ସମର୍ଥନ କରି କହିଛନ୍ତି ଯେ, ଚାକିରୀ କରିବା ଅର୍ଥ ନିଜର ସମସ୍ତ ସ୍ବାଧୀନତା ବନ୍ଧା ପକାଇଦେବା ନୁହେଁ । ନିଜ ଡ୍ୟୁଟି ସମୟ ପରେ ବା ବିଧିବଦ୍ଧ ଛୁଟି ନେଇ ବ୍ୟକ୍ତିଗତ ଜୀବନରେ ଯେ କୌଣସି ବ୍ୟକ୍ତି ଯାହା ବି କରିପାରେ ।

{"id":144254}

୨୯ବର୍ଷ ବୟସ୍କା ଏହି ମହିଳା ପୋସିସ ଅଧିକାରୀଙ୍କୁ ବିଭାଗର ପୋଷ୍ଟର ଗର୍ଲ ଭାବେ ମଧ୍ୟ ଅଭିହିତ କରାଯାଇଥିଲା । ଲମ୍ଡନ ମେଟ୍ରୋପୋଲିଟାନ ପୋଲିସ କମିଶନରଙ୍କ ସହ ଏହି ମହିଳା ପୋଲିସ ଅଧିକାରୀଙ୍କ ଫଟୋ ବେଶ ଚର୍ଚ୍ଚିତ ହୋଇଥିଲା ।

{"id":144255}

ତେବେ ବର୍ତ୍ତମାନ ତାଙ୍କ କାରନାମା ପାଇଁ ତାଙ୍କ ଚାକିରୀ ଯିବାର ସମ୍ଭାବନା ଉପୁଜିଛି । ମହିଳା ଅଧିକାରୀ ଯଦି କେବଳ ରିୟଲିଟି ଶୋ ରେ ଭାଗ ନେଇ ଫେରିଥାନ୍ତେ ତାହେଲେ କଥା ଅଲଗା ହୋଇଥାନ୍ତା । କିନ୍ତୁ କ୍ୟାମେରା ସାମ୍ନାରେ ପୁରୁଷ ପ୍ରତିଯୋଗୀଙ୍କ ସହ ଅନ୍ତରଙ୍ଗ ହେବା ଘଟଣାକୁ ବିଭାଗ ହଜମ କରିପାରୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.