ଦୁର୍ଲଭ ନୀଳ ପ୍ରଜାପତି : ୧୫୦ବର୍ଷ ପରେ ଦେଖାଦେଇଥିବା ପ୍ରଜାପତିର ବିରାଟ ଆକାର ଏବଂ ସୌନ୍ଦର୍ଯ୍ୟ ଦେଖି ଆପଣ ହୋଇଯିବେ ଆଚମ୍ବିତ

Published By : Prameya-News7 Bureau | August 15, 2020 IST

କରୋନା ମହାମାରୀ ମଧ୍ୟରେ ବ୍ରିଟେନରୁ ଏକ ଭଲ ଖବର ସାମନାକୁ ଆସିଛି। ବ୍ରିଟେନର ସବୁଠୁ ଦୁର୍ଲଭ ପ୍ରଜାପତିର ପ୍ରଜାତି ୧୫୦ବର୍ଷରେ ପ୍ରଥମ ଥର ନଜର ଆସିଛି। ଏହି ପ୍ରଜାପତି ସବୁଠୁ ବଡ଼ ନୀଳ ପ୍ରଜାତି। ଏହାକୁ ପୁଣି ଥରେ କୋଟସବୋଲ୍ଡ ପାହାଡ଼ରେ ଦେଖାଯାଇଛି।

{"id":314856,"sizeSlug":"large"}

ଏହି ନୀଳ ପ୍ରଜାତିକୁ ୧୯୭୯ମସିହାରେ ବିଲୁପ୍ତ ଘୋଷିତ କରି ଦିଆଯାଇଥିଲା ଯାହା ପରେ ଦ ନ୍ୟାସନାଲ ଟ୍ରଷ୍ଟର ବାରମ୍ବାର ପ୍ରୟାସ ପରେ ଏହି ପ୍ରଜାତି ପୁଣି ଥରେ ଫେରିଛି। ଏହି କିସମର ପ୍ରଜାତିକୁ ଗୁରୁତ୍ବ ଦେବାରେ ସାହାଯ୍ୟ କରିବା ପାଇଁ ଗତ ବର୍ଷ ରୋଡବୋରୋ କମନରେ ୮୬୭ ଏକରର ଜମି ପ୍ରଦାନ କରାଯାଇଥିଲା।

{"id":314859,"sizeSlug":"large"}

ଗତ ୧୫୦ବର୍ଷରେ ଏହି ଦୁର୍ଲଭ ପ୍ରଜାପତିକୁ ଦେଖା ଯାଇନଥିଲା। ସେହିପରି ଏବର୍ଷ ଗ୍ରୀଷ୍ମଦିନେ ଗ୍ଲୁଷ୍ଟରଶାୟରର ରୋଡବୋରୋ କମନରେ ପାଖାପାଖି ୭୫୦ ପ୍ରଜାପତି ନଜର ଆସିଥିଲେ। ଏଥିପାଇଁ ଟିମ୍ ପାହାଡ଼ର ଘାସ ପଡ଼ିଆରେ ଏହି ପ୍ରଜାପତିର ଅନୁରୂପ କରିଥିଲେ,ଯାହା ପରେ ଗତ ଶରତ ଋତୁରେ ୧୧୦୦ ଲାର୍ଭା ସୃଷ୍ଟି ହୋଇଥିଲେ।

{"id":314863,"sizeSlug":"large"}

୪ଦଶକ ପରେ ବିଶ୍ବବ୍ୟାପି ବିଲୁପ୍ତ ହୋଇ ସାରିଥିବା ଏହି ପ୍ରଜାପତି ଏବେ କେବଳ ବ୍ରିଟେନରେ ହିଁ ବହୁଳ ସଂଖ୍ୟାରେ ନଜର ଆସୁଛନ୍ତି। ବ୍ରିଟେନରେ ଏହି ଦୁର୍ଲଭ ପ୍ରଜାପତିର ପୁନରାବର୍ତ୍ତନ ନିଶ୍ଚିତଭାବେ ବିଶ୍ବର ସଫଳ କୀଟ ପ୍ରଜନନ ପରିଯୋଜନା।

{"id":314864,"sizeSlug":"large"}

  ପ୍ରଫେସର ଜେରେମି ଥୋମାସ୍ ଏବଂ ଡେଭିଡ ସିମକୋକ୍ସ ଦୀର୍ଘ ବର୍ଷର ପ୍ରଜାପତିର ବ୍ରିଡିଂକୁ ନେଇ ଅଧ୍ୟୟନ କରିଥିଲେ। ଏହା କରିବା ପାଇଁ ତାଙ୍କୁ ପ୍ରଥମେ ଏହି ପ୍ରଜାପତିର ନିଆରା ଜୀବନଚକ୍ରକୁ ବୁଝିଥିଲେ ଯାହା ପରେ ସଫଳତାପୂର୍ବକ ନିଜ କାମ ଆରମ୍ଭ କରିଥିଲେ। ଦୁର୍ଲଭ ପ୍ରଜାପତିର ପୁଣି ଥରେ ​‌ଫେରିବାକୁ କୌଣସି ବଡ଼ ଉପଲବ୍ଧିଠୁ କମ୍ ମନେ କରାଯାଉନାହିଁ। ​‌

{"id":314865,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.