ପାକିସ୍ତାନରୁ ୟୁକ୍ରେନକୁ ଗୋଳାହାରୁଦ ପହଞ୍ଚାଉଛି ବ୍ରିଟେନ୍; ରୟାଲ୍ ଏୟାର୍ ଫୋର୍ସର ବିମାନ ଉଡ଼ାଣକୁ ନେଇ ଚର୍ଚ୍ଚା ଜୋର
16/08/2022 at 11:17 PM

ନୂଆଦିଲ୍ଲୀ ୧୬/୦୮: ୟୁକ୍ରେନ ଓ ଋଷ ମଧ୍ୟରେ ଲଗାତାର ୬ ମାସ ହେଲା ଯୁଦ୍ଧ ଲାଗିରହିଛି। ଏହା ସତ୍ତ୍ୱେ ମଧ୍ୟ ୟୁକ୍ରେନ ସାହାସର ସହିତ ଋଷ ବିରୋଧରେ ଲଢ଼େଇ ଜାରି ରଖିଛି। ଏହା ମଧ୍ୟରେ ଯୁଦ୍ଧ ସମ୍ପର୍କିତ ଅନେକ ଖବର ଆମ ସାମ୍ନାକୁ ଆସିଛି। ସଦ୍ୟ ସୂଚନା ଅନୁସାରେ ବ୍ରିଟେନ୍ର ଏକ ସାମରିକ ବିମାନ ଲଗାତାର ଗୋଳାବାରୁଦ, ବିସ୍ଫୋରକ ଓ ଯୁଦ୍ଧାସ୍ତ୍ର ପାକିସ୍ତାନରୁ ନେଇ ୟୁକ୍ରେନ୍ରେ ପହଞ୍ଚାଉଛି। ଏଥିରୁ ପୁରା ସ୍ପଷ୍ଟ ହୋଇଛିଯେ ବ୍ରିଟେନ ୟୁକ୍ରେନ-ଋଷ ଯୁଦ୍ଧରେ ୟୁକ୍ରେନକୁ ସମର୍ଥନ କରିବା ସହିତ ସାହାଜ୍ୟ ମଧ୍ୟ କରୁଛି। ବିମାନ ଟ୍ରାକିଙ୍ଗ ୱେବସାଇଟର ତଥ୍ୟରୁ ଏପରି ଖୁଲାସା ହୋଇଛି। ବ୍ରିଟେନର ସି-୧୭ ଗ୍ଲୋବମାଷ୍ଟର ନାମକ ବିମାନ ରୋମାନିଆରୁ ଉଡ଼ାଣ ଭରି ପାକିସ୍ତାର ରାୱଲପିଣ୍ଡିର ଏକ ଏୟାର୍ ବେସ୍କୁ ଯାଉଛି।
ଏହି ମାମଲାକୁ ଜାଣିଥିବା ଲୋକମାନେ କହିଛନ୍ତିଯେ ବ୍ରିଟେନ୍ର ଏହି ବିମାନ ୟୁକ୍ରେନ ସମର୍ଥନରେ ଅଭିଯାନରେ ଯଡ଼ିତ ରହିଛି ସ୍ପଷ୍ଟ ହୋଇଛି। ଏହି ସାମରିକ ବିମାନରେ କିପରି ଭାବେ ଯୁଦ୍ଧାସ୍ତ୍ରଗୁଡିକ ଏୟାର ଲିଫ୍ଟ କରାଯାଉଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ବ୍ରିଟେନର ଏହି ଗ୍ଲୋବ ମାଷ୍ଟର ସାମରିକ ବିମାନରେ ସର୍ବାଧିକ ୭୭ କିଲୋ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ନେବାର କ୍ଷମତା ରହିଛି।
ରୟାଲ ଏୟାର ଫୋର୍ସର ବିମାନ ସାଇପ୍ରସର ଭୂମଧ୍ୟସାଗରରେ ଥିବା ଅକ୍ରୋଟିରୀ ବେଶ୍ରୁ ଉଡ଼ାଣ ଭରୁଛି। ଏହାକୁ ସର୍ବପ୍ରଥମେ ଓପନ ସୋର୍ଶ ଇଣ୍ଟେଲିଜେନ୍ସ ଭଳି ଫ୍ଲାଇଟ୍ ଟ୍ରାକିଙ୍ଗ ୱେବସାଇଟ୍ ବ୍ୟବହାର କରି ସାମାଜିକ ଗଣମାଧ୍ୟମ ୟୁଜର୍ସମାନେ ଟ୍ରାକ୍ କରିଥିଲେ। ଏହି ବିମାନଟି ଆରଏଏଫ (ରୟାଲ ଏୟାର ଫୋର୍ସର) ବୋଇଙ୍ଗ ସି-୧୭ (C17A) ଗ୍ଲୋବ ମାଷ୍ଟର ବୋଲି ଜଣା ପଡ଼ିଛି। ଯାହାକୁ ସାମରିକ ଭାଷାରେ ଜେଡ୍ଜେଡ୍୧୭୩ (ZZ173) ବୋଲି କୁହାଯାଇଥାଏ।
ଏହି ସାମରିକ ବିମାନ ଉଡ଼ାଣ ବିଷୟରେ ବ୍ରିଟେନ୍ ରୋମାନିଆ କିମ୍ୱା ପାକିସ୍ତାନର ସେନାଧିକାରୀମାନେ କୌଣସି ଆନୁଷ୍ଠାନିକ ବୟାନ ଜାରି କରି ନାହାନ୍ତି। ଏହି ବିମାନର ଉଡ଼ାଣକୁ ଟ୍ରାକ୍ କରିବା ଅଗଷ୍ଟ ୬ରୁ ଆରମ୍ଭ କରାଯାଇଛି। ମଙ୍ଗଳବାର ଏହି ଗ୍ଲୋବମାଷ୍ଟର ବିମାନକୁ ପାକିସ୍ତାନ ବିମାନ ବନ୍ଦରରେ ଟ୍ରାକ୍ କରାଯାଇଥିଲା। ଏହି ବିମାନଟି ସାଇପ୍ରସରୁ ଉଡ଼ାଣ ଭରି ପାକିସ୍ତାନ ବାୟୁ ସେନାର ରାୱଲପିଣ୍ଡିରେ ଥିବା ନୁର ଖାନ ଏୟାର ବେଶ୍ରେ ଅଟକି ଥିଲା।