ଆଖିବୁଜା ଘରୋଇକରଣ ପାଇଁ ବଡ଼ ମୂଲ୍ୟ ଦେଉଛି ବ୍ରିଟେନ, ୭୦ ପ୍ରତିଶତରୁ ଅଧିକ ପାଣି ଉପରେ ଘରୋଇ କମ୍ପାନି ମାଲିକ
4/12/2022 at 4:12 PM

ନୂଆଦିଲ୍ଲୀ: ବ୍ରିଟେନରେ ଘରୋଇକରଣର ସ୍ଥିତି ଏପରି ହୋଇଛି ଯେ ଦେଶର ୭୦ ପ୍ରତିଶତରୁ ଅଧିକ ପାଣି ପରେ ଆଜି ଇନଭେଷ୍ଟମେଣ୍ଟ ଫାର୍ମ, ଫ୍ରାଇଭେଟ୍ ଇକ୍ୱିଟୀ ଫାର୍ମ, ପେନସନ୍ ଫଣ୍ଡସ ଏବଂ ଟ୍ୟାକ୍ସ ହ୍ୟାବେନ୍ସ ପରି କାରବାର କରୁଥିବା ବିଜନେସ ଘରର ମାଲିକାନା ରହିଛି । ଏହି ଚକିତ କଲା ଭଳି ରିପୋର୍ଟ ଅନ୍ତର୍ଜାତୀୟ ଖବରକାଗଜ ଦ ଗାର୍ଡିୟନର ଏକ ରିସର୍ଚ୍ଚରେ ସାମନାକୁ ଆସିଛି ।
ବ୍ରିଟେନବାସୀ ବର୍ତ୍ତମାନ ସମୟରେ ପାଣିର ସଂକଟ, ସ୍ୱିୱେଜ୍ ଏବଂ ପାଇପ୍ ଲିକ୍ ସମସ୍ୟାର ସାମନା କରୁଛନ୍ତି । ଏହି ସମୟରେ ଅନେକ ଜନସଂଗଠନ ୱାଟର ଇଣ୍ଡଷ୍ଟ୍ରୀକୁ ଉତ୍ତରଦାୟୀ କରିବା ଦାବି କରୁଛନ୍ତି । ଅଭିଯୋଗ ଏହା ଯେ ପାଣି ବ୍ୟବସାୟୀ ସଠିକ ସେବା ପ୍ରଦାନ କରିବା ପାଇଁ ପର୍ଯ୍ୟାପ୍ତ ନିବେଶ କରୁ ନାହାନ୍ତି । ଏହାର କୁପରିଣାମ ଲୋକଙ୍କ ଉପରେ ପଡୁଛି ।
ବ୍ରିଟିଶ ସରକାର ତିନି ଦଶନ୍ଧି ପୂର୍ବେ ପାଣିର ଘରୋଇକରଣ କରିଥିଲେ । ସେତେବେଳେ ଏହା କୁହାଯାଇଥିଲା ଯେ ନୂଆ ବ୍ୟବସ୍ଥା ସାଧାରଣ ଲୋକେ ଜଳ ପ୍ରବନ୍ଧନରେ ସହଭାଗୀ ହେବେ । କିନ୍ତୁ ବାସ୍ତବରେ ପାଣି ବଡ଼ ନିବେଶକଙ୍କ ପାଇଁ ଲାଭର ଉଦ୍ୟୋଗ ପାଲଟିଗଲା । ଏସଓଏଏସି ୟୁନିଭର୍ସିଟି ଅଫ୍ ଲଣ୍ଡନର ଅର୍ଥଶାସ୍ତ୍ର ବିଭାଗରେ ରିସର୍ଚ୍ଚ ଆସୋସିଏଟ୍ ଡା.କେଟ ବାୟଲିସ ଦ ଗାର୍ଡିୟନକୁ କହିଛନ୍ତି-ପାଣି ଉପରେ ସ୍ୱାମିତ୍ୱର ଢାଞ୍ଚା ଏପରି ହୋଇଛି ଯେ ଏଥିରେ ସ୍ୱଚ୍ଛତା ଏବଂ ଉତ୍ତରଦାୟୀ ସୀମିତ ହୋଇଛି ।
ରିପୋର୍ଟ ଅନୁସାରେ, ବ୍ରିଟେନର ପାଣି ଉପରେ ଦୁନିଆର ସବୁଠୁ ବଡ଼ ଇନଭେଷ୍ଟମେଣ୍ଟ ଫଣ୍ଡର ମାଲିକାନା ରହିଛି । କତାର ଇନଭେଷ୍ଟମେଣ୍ଟ ଅଥରିଟି ସେୱେର୍ନ ଟ୍ରଷ୍ଟ ନାମକ କମ୍ପାନିରେ ତୃତୀୟ ସବୁଠୁ ବଡ ଅଂଶଧାରକ । ସେହିପରି ଆମେରିକା ଇନଭେଷ୍ଟମେଣ୍ଟ କମ୍ପାନି ବ୍ଲାକରକ ମଧ୍ୟ ଏହି ସହଯୋଗୀ କମ୍ପାନି । ଏହିପରି ଥେମ୍ସ ୱାଟରରେ ଆବୁ ଧାବି ଅଥରିଟିର ସେୟାର ହୋଲଣ୍ଡିଂ ୯.୯ ପ୍ରତିଶତ ରହିଛି । ଏହି କମ୍ପାନିର ୮.୭ ପ୍ରତିଶତ ଅଂଶ ଏକ ଚୀନ କମ୍ପାନିର ରହିଛି ।
ଏହି ରିସର୍ଚ୍ଚ ଅନୁସାରେ ବ୍ରିଟେନର ୯ ପ୍ରମୁଖ ଏବଂ ଛଅ ଅପେକ୍ଷାକୃତ ଛୋଟ ପାଣି ଏବଂ ସିୱେଜ କମ୍ପାନିରେ ପ୍ରାୟ ୧୦୦ ଅନ୍ୟ କମ୍ପାନିର ହୋଲଡିଂ ରହିଛି । ୧୭ ଦେଶର ଏହି କମ୍ପାନି ଗୁଡିକ ଆଜି ବ୍ରିଟେନ ୱାଟର ଉଦ୍ୟୋଗରେ ୭୨ ପ୍ରତିଶତ ମାଲିକାନା ରହିଛି । ଏହି ରିସର୍ଚ୍ଚରେ ୱାଟର ଇଣ୍ଡଷ୍ଟ୍ରୀର ୮୨ ପ୍ରତିଶତ ଅଂଶର ଲୋକଙ୍କୁ ସାମିଲ କରାଯାଇଥିଲା ।