କୁସ୍ତି ସଂଘ ରଦ୍ଦକୁ ନେଇ ବ୍ରିଜଭୂଷଣଙ୍କ ପ୍ରତିକ୍ରିୟା: କହିଲେ- କୁସ୍ତିରୁ ନେଇ ସାରିଛି ସନ୍ୟାସ...

Published By : Prameya-News7 Bureau | December 24, 2023 IST

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ନିଲମ୍ବନକୁ ନେଇ କ୍ରୀଡ଼ା ମନ୍ତ୍ରାଳୟର ନିଷ୍ପତ୍ତି ପରେ ପ୍ରଥମ ଥର ବ୍ରିଜଭୂଷଣ ଶରଣ ସିଂହଙ୍କ ପ୍ରତିକ୍ରିୟା ଆସିଛି। ଏହାକୁ ନେଇ ସେ କହିଛନ୍ତି ରଦ୍ଦ ପ୍ରସଙ୍ଗରେ ସଂଘର ନିର୍ବାଚିତ ଲୋକ ନିଷ୍ପତ୍ତି ନେବେ। ‘‘ମୁଁ କୁସ୍ତିରୁ ସନ୍ୟାସ ନେଇସାରିଛି। ମୋ ପାଖରେ ଅହୁରି ଅନେକ କାମ ରହିଛି। ମୋର ଏହାସହ କିଛି ସମ୍ପର୍କ ନାହିଁ।

ଯଦି ଫେଡେରେସନ କୋର୍ଟ ଯିବାର ଅଛି କିମ୍ବା କ’ଣ କରିବାର ଅଛି ତାହାର ସଂପୂର୍ଣ୍ଣ ଭାବରେ ତାଙ୍କର ନିଷ୍ପତ୍ତି। ସୂଚନାଥାଉକି, କ୍ରୀଡ଼ା ମନ୍ତ୍ରାଳୟ ରବିବାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସହ ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାର କୁସ୍ତି ସଂଘକୁ ରଦ୍ଦ କରିଛନ୍ତି। ଏହା ସହ ସେ ସଞ୍ଜୟ ସିଂହ ତାଙ୍କର ସମ୍ପର୍କୀୟ କଥାକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: କୁସ୍ତି ଫେଡେରେସନ ଚଳାଇ ରଖିବାକୁ ଭାରତୀୟ ଅଲିମ୍ପିକ ସଂଘଙ୍କ ବଡ଼ ନିଷ୍ପତ୍ତି, ୨୪ ଘଣ୍ଟାର ଗଠନ ହେବ ନୂଆ ଆଡ-ହକ୍ କମିଟି

ସାକ୍ଷୀ ମଲିକଙ୍କ ସନ୍ୟାସ ଉପରେ ବ୍ରିଜଭୂଷଣ କହିଛନ୍ତି ଯେ, ‘‘ତାଙ୍କର ମଧ୍ୟ ସନ୍ୟାସ, ଆମର ମଧ୍ୟ ସନ୍ୟାସ। ମୁଁ କାମ କରୁଥିବି। ଆମେ ଏକାଡେମୀ ଚାଲୁ ରଖିବୁ। ଏକାଡେମୀରେ ୧୦୦-୧୫୦ ପିଲା ଅଛନ୍ତି। ମୁଁ ନିଜେ କୁସ୍ତି ଖେଳିଛି। କୁସ୍ତି ବଳରେ ହିଁ ଆଜି ଏଠାରେ ପହଞ୍ଚିଛି। ଆମେ ଆମର ଏକାଡେମୀ ବନ୍ଦ କରିବୁନି।’’ ଏହା ସହ ସେ ନନ୍ଦୀନଗର ଟୁର୍ଣ୍ଣାମେଣ୍ଟ କରାଇନେବାକୁ ମଧ୍ୟ କହିଛନ୍ତି।

ସୂଚନାଥାଉକି, ଭାରତୀୟ କୁସ୍ତି ସଂଘର ନୂଆ ଅଧ୍ୟକ୍ଷ ସଞ୍ଜୟ ସିଂହ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ। ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷ ହେବାପରେ ରେସଲରମାନେ ବିରୋଧ କରିଥିଲେ। ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ କୁସ୍ତିରୁ ସନ୍ୟାସ ଘୋଷଣା କରିଥିଲେ। ଏହା ପରେ ଅନ୍ୟ ଜଣେ ରେସଲର ବଜରଙ୍ଗ ପୁନିଆ ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇଥିଲେ। ଏହା ବାଦ୍‌ ସାକ୍ଷୀ ଟ୍ବିଟ କରି ନନ୍ଦୀନଗରରେ ଟୁର୍ଣ୍ଣାମେଣ୍ଟ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

ଆହୁରି ପଢ଼ନ୍ତୁ: ଭାରତୀୟ କୁସ୍ତି ମହାସଂଘ ରଦ୍ଦ; ବିଦ୍ରୋହ ପରେ ଖେଳ ମନ୍ତ୍ରାଳୟର ଆକ୍ସନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.