ଅଯୋଧ୍ୟାରେ ରଦ୍ଦ ହେଲା ବ୍ରିଜ୍‌ଭୂଷଣଙ୍କ ରାଲି, କହିଲେ-କିଛିଦିନ ପାଇଁ ହୋଇଛି ସ୍ଥଗିତ

Published By : Prameya-News7 Bureau | June 02, 2023 IST

ନୂଆଦିଲ୍ଲୀ, ୦୨/୦୬: ବିଜେପି ସାଂସଦ ଏବଂ ଡବ୍ଲୁଏଫଆଇ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଅଯୋଧ୍ୟାରେ ହେବାକୁ ଥିବା ରାଲି ରଦ୍ଦ ହୋଇଛି। ପ୍ରକୃତରେ ବ୍ରିଜ୍‌ଭୂଷଣ ନିଜେ ହିଁ ଏହି ରାଲିକୁ ରଦ୍ଦ କରିଛନ୍ତି। ଏହି ଜନଚେତନା ମହାରାଲି ଅଯୋଧ୍ୟାର ରାମକଥା ପାର୍କରେ ଆୟୋଜିତ ହେବାର ଥିଲା। ଯେଉଁଠାରେ ୧୧ ଲକ୍ଷ ଲୋକ ଏକତ୍ରିତ ହୋଇଥାନ୍ତେ। ତେବେ ଅଧିକାରୀଙ୍କ ତରଫରୁ ଅନୁମତି ନମିଳିବାର କିଛି ସମୟ ପରେ ଏହି ଘୋଷଣା କରିଛନ୍ତି ବ୍ରିଜ୍‌ଭୂଷଣ।

ଫେସବୁକ୍‌ ପୋଷ୍ଟରେ ରାଲି ରଦ୍ଦ କରିବା ନେଇ ସୂଚନା ଦେଇଛନ୍ତି। ଏହା ସହ, ଯୌନ ନିର୍ଯ୍ୟାତନା ଅଭିଯୋଗର ଯାଞ୍ଚ ଜାରି ରହିଛି ଏବଂ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇ ଜନଚେତନା ରାଲି ରଦ୍ଦ କରୁଛନ୍ତି ବୋଲି କହିଛନ୍ତି ବ୍ରିଜ୍‌ଭୂଷଣ। ସେ ତାଙ୍କ ଫେସବୁକ୍‌ ପୋଷ୍ଟରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘ସେ ସବୁ ସମୁଦାୟ ଏବଂ ଧର୍ମର ଲୋକଙ୍କୁ ଏକଜୁଟ୍‌ କରିବା ପାଇଁ ଚେଷ୍ଟା କରିଥିଲେ, ଏଥିପାଇଁ ଏବେ ତାଙ୍କ ଉପରେ ମିଥ୍ୟା ଆରୋପ ଲଗାଯାଉଛି।’

{"id":795802,"sizeSlug":"full","linkDestination":"none"}

ଆହୁରି ପଢ଼ନ୍ତୁ: କୁସ୍ତି ଯୋଦ୍ଧା ଆନ୍ଦୋଳନ: ସମ୍ବେଦନଶୀଳ ଭାବେ ଚାଲିଛି ତଦନ୍ତ, ଚାର୍ଜଶିଟ୍ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଲେ ମନ୍ତ୍ରୀ

ଏହାରି ମଧ୍ୟରେ କୁହାଯାଉଛି ଯେ ସେ ଏପରି ବିଜେପି ହାଇକମାଣ୍ଡଙ୍କ ନିର୍ଦ୍ଦେଶ​ରେ କରିଛନ୍ତି। ପ୍ରକୃତରେ କୁସ୍ତିଯୋଦ୍ଧା ମାମଲାରେ କେନ୍ଦ୍ରୀୟ ନେତୃବୃନ୍ଦ ବ୍ରିଜ୍‌ଭୂଷଣଙ୍କୁ ଅଯଥା ବୟାନବାଜିରୁ ବିରତ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜୁନ୍‌ ୫ର ରାଲି କରିବାକୁ ମନା କରିଛନ୍ତି। ଏହା ପରେ ବ୍ରିଜ୍‌ଭୂଷଣ ହାଇକମାଣ୍ଡ ନିର୍ଦ୍ଦେଶ ଉପରେ ରାଲି ରଦ୍ଦ କରିଛନ୍ତି।

ସୂଚନାଥାଉକି, ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧା ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ତାଙ୍କ ବିରୋଧରେ ଦୁଇଟି ଏଫଆଇଆର ମଧ୍ୟ ମାମଲା ରୁଜୁ କରାଯାଇଛି। ଉଭୟ ଏଫଆଇଆରରେ ବ୍ରିଜ୍‌ଭୂଷଣ ସିଂହଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଲଗାଯାଇଛି। ଅଭିଯୋଗ ହୋଇଛି ଯେ ସେ ଅନେକ ସମୟରେ କୁସ୍ତିଯୋଦ୍ଧାଙ୍କ ସହ ଖରାପ ଭାବରେ ସ୍ପର୍ଶ କରିବା ଏବଂ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ।

{"id":779206,"sizeSlug":"full","linkDestination":"none"}

କୁସ୍ତିଯୋଦ୍ଧା ଏହି ମାମଲାରେ ୨୧ ଏପ୍ରିଲ୍‌ରେ ଅଭିଯୋଗ କରିଥିଲେ ଏବଂ ୨୮ ଏପ୍ରିଲ୍‌ରେ ପୋଲିସ୍‌ ଏଫଆଇଆର ରୁଜୁ କରିଥିଲା। ପ୍ରଥମ ଏଫଆଇଆର ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା ଯେତେବେଳେକି ଦ୍ବିତୀୟ ଏଫଆଇଆରରେ ୬ କୁସ୍ତିଯୋଦ୍ଧା ବ୍ରିଜ୍‌ଭୂଷଣଙ୍କ ଉପରେ ଗମ୍ଭ ଅଭିଯୋଗ ଲଗାଇଥିଲେ। ବର୍ତ୍ତମାନ ପୋଲିସ୍‌ ଅଭିଯୋଗର ଯାଞ୍ଚ କରୁଛନ୍ତି।

ଆହୁରି ପଢ଼ନ୍ତୁ: କୁସ୍ତି ଯୋଦ୍ଧାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଲଢ଼େଇ ଜାରି ରଖିବୁ: ମହାପଞ୍ଚାୟତ ପରେ କହିଲେ ରାକେଶ ଟିକାୟତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.