ବୁନ୍ଦି ରାଜପୁତ ସମାଜର ‘ରାଜା’ ହେଲେ ବ୍ରିଗେଡିୟର ଭୂପେଶ ସିଂହ ହାଡା, ରାଜ୍ୟାଭିଷେକ ପରେ ସମ୍ଭାଳିଲେ ରାଜ୍ୟ

Published By : Prameya-News7 Bureau | December 12, 2021 IST

ବୁନ୍ଦି ୧୨।୧୨:  ଦେଶର ସ୍ୱାଧୀନତା ସହ ଭାରତରୁ ରାଜା, ମହାରାଜା ଓ ଜମିଦାରୀର ମଧ୍ୟ ଅବସାନ ହୋଇଥିଲା। ତେବେ ୨୦୨୧ ମସିହାରେ କୌଣସି ରିୟାସତର ରାଜାଙ୍କ ରାଜ୍ୟାଭିଷେକ ପ୍ରଥମ ଥର ରାଜାରାଜୁଡାଙ୍କ ମାଟି ରାଜସ୍ଥାନ ବୁନ୍ଦିରେ ହୋଇଛି। ବୁନ୍ଦି ରାଜ୍ୟର ରାଜପୁତ ସମାଜ ୨୬ତମ ରାଜା ଭାବେ ଭାରତୀୟ ସେନାର ସ୍ୱତନ୍ତ୍ର ବଳ ଅଧିକାରୀ ବ୍ରିଗେଡିୟର ଭୂପେଶ ସିଂହ ହାଡାଙ୍କୁ ବାଛିଛନ୍ତି। ତେବେ ଏହି ପଦକୁ ନେଇ ଦୀର୍ଘ ସମୟରୁ ରାଜପୁତ ସମାଜର ୨ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଭୂପେଶ ସିଂହଙ୍କ ନାମ ପ୍ରସ୍ତାବ ହେବା ପରେ ଏହାକୁ ନେଇ କାହାର ଆପତ୍ତି ନ ହେବାରୁ ଶେଷରେ ତାଙ୍କର ରାଜ୍ୟାଭିଷେକ କରିଦିଆଯାଇଛି।

ରବିବାର ବୁନ୍ଦି ରଙ୍ଗନାଥ ଜୀ ମନ୍ଦିରରେ ଭୂପେଶଙ୍କ ପାଗ ଦସ୍ତୁର (ପାଗ ବନ୍ଧା) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ସହ ବୁନ୍ଦି ରାଜ୍ୟର ଉତ୍ତରାଧିକାର ଦାୟିତ୍ୱ ଭୂପେଶ ହାଡା ସମ୍ଭାଳିଛନ୍ତି। ହାଡା ଜଣେ ସୈନ୍ୟ ଅଧିକାରୀ ଓ ଅପୂର୍ବ ବୀରତ୍ୱ ଓ ଦୁଃସାହାସ ଲାଗି ସେ ଅନେକ ସମ୍ମାନରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ୧୯୯୯ ଆତଙ୍କବାଦୀ ନିରୋଧୀ ଅଭିଯାନ ଓ ୨୦୧୯ରେ ସିଆଚେନ ଗ୍ଲେସିୟରରେ ପ୍ରଶଂସନୀୟ କାର୍ଯ୍ୟ ଲାଗି ତାଙ୍କୁ ବିଶିଷ୍ଟ ସେବା ମେଡାଲରେ ସମ୍ବର୍ଦ୍ଧିତ କରାଯାଇଛି।

{"id":558640,"width":837,"height":837,"sizeSlug":"full","linkDestination":"none"}

ବ୍ରିଗେଡିୟର ହାଡା ସୌର୍ଯ୍ୟ ଚକ୍ରରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଏବେ ବୁନ୍ଦି ରାଜପୁତଙ୍କ ସେ ରାଜା ହୋଇଛନ୍ତି। ସେ ତାଙ୍କ କାର୍ଯ୍ୟକାଳରେ ଏନଏସଜି ସ୍କ୍ୱାଡରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଏନଏସଜି କମାଣ୍ଡର ମଧ୍ୟ ଥିଲେ। ସ୍ୱାଧୀନତା ସହ ୧୯୪୮ରେ ବୁନ୍ଦି ରିୟାସତ ଭାରତରେ ମିସି ଯାଇଥିଲା। ରାଜସ୍ଥାନର ଏହା ଏକ ଜିଲ୍ଲା ହୋଇଥିବା ବେଳେ ଏହି ରିୟାସତର ଥିବା ରାଜା କର୍ଣ୍ଣେଲ ମହାରାଓ ରାଜା ବାହାଦୂର ସିଂହ ଗତ ଜାନୁୟାରୀ ୨୦୧୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେବେଠାରୁ ବୁନ୍ଦି ଶାସକ ବିହୀନ ହୋଇଯାଇଥିଲା।

ତେବେ ବାହଦୂର ସିଂହ ନିସନ୍ତାନ ଥିବାରୁ ତାଙ୍କ ଉତ୍ତରାଧିକାର ନେଇ ବିବାଦ ଉପୁଜିଥିଲା। ଗୋଟିଏ ପକ୍ଷ ଭୂପେଶ ସିଂହ ହାଡାଙ୍କୁ ରାଜାଙ୍କ ଉତ୍ତରାଧିକାରୀ ଦାବି କରୁଥିବା ବେଳେ ଆଉ ଗୋଟିଏ ପକ୍ଷ ବଂଶବର୍ଦ୍ଧନ ସିଂହଙ୍କୁ ରାଜା ବୋଲି କହୁଥିଲେ। ଏଥିରେ ଗୁର୍ଜ୍ଜର ସମାଜ ମଧ୍ୟ ଦଖଲ ଦେଇଥିଲା। ସେ ବଂଶ ବର୍ଦ୍ଧନ ହିଁ ଉତ୍ତରାଧିକାରୀ ବୋଲି ସାକ୍ଷ ଦେଇଥିବା ବେଳେ ସମାଜ ହାଡାଙ୍କୁ ରାଜାଭିଷେକ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.