ସେତୁ ଶିଳାନ୍ୟାସକୁ ନେଇ ଛକାପଞ୍ଜା ; ଦୁଇ ଦିନରେ ଗୋଟିଏ ସେତୁର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ
12/05/2018 at 1:47 PM

ସେତୁ ଶିଳାନ୍ୟାସକୁ ନେଇ ଛକାପଞ୍ଜା……. ଦୁଇ ଦିନରେ ଗୋଟିଏ ସେତୁର ଶିଳାନ୍ୟାସ କଲେ ସାଂସଦ ଓ ବିଧାୟକ……ବିରୋଧି କହିଲେ ବିକାଶ ପାଇଁ ନୂହେଁ ଭୋଟ ବ୍ୟାଙ୍କ ପାଇଁ କରାଯାଉଛି ତୁଚ୍ଛ ରାଜନିତି……
ଆଗାମି ୨୦୧୯ ନିର୍ବାଚନ କୁ ନେଇ ଏବେଠୁ ରାଜନତି ଆରମ୍ଭ କଲେଣି ନେତା। ବଲାଙ୍ଗୀର ଜିଲ୍ଲା ଗୋଟିଏ ପଲ୍ଟିକାଲ ହବ ବୋଲାଉଥିବା ବେଳେ । ଏଠାରେ ଚାଲିଛି ଶିଳାନ୍ୟାସକୁ ନେଇ ରାଜନିତି। ଗୋଟିଏ ଦୁଇ ଦିନରେ ଗୋଟିଏ ସେତୁର ଶିଳାନ୍ୟାସ କରୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସର ସାଂସଦ ଓ ବିଧାୟକ। ଯାହାକୁ ନେଇ ଏବେ ବଲାଙ୍ଗୀର ରେ ଜମିଛି ବେଶ ଚର୍ଚ୍ଚା। ସେପଟେ ଏଭଳି ସେତୁ ଶିଳାନ୍ୟାସ ରାଜନିତିକୁ ଦୃଢ ଭାବରେ ନିନ୍ଦା କରିବା ସହ ବିକାଶ ପାଇଁ ଛକାପଞ୍ଜା କରିବା ଭଲ ବୋଲି କହିଛି ବିଜେପି ।
ନଦୀ ଉପରେ ତିଆରି ହେବ ସେତୁ। ଲୋକଙ୍କ ଦିର୍ଘ ଦିନର ଆାଶା ପୁରଣ ହେବ । ବର୍ଷ ବର୍ଷ ଧରି ଅପେକ୍ଷା କରିରହିଥିବା ଲୋୟରସୁକତେଲ ନଦୀ ଉପରେ କୁଟୁମ ଡୋଲା ଠାରୁ କୁସମେଲ ପର୍ଯ୍ୟଅନ୍ତ ନିର୍ମାଣ ହେବ ସେତୁ। ହେଲେ ସେତୁ କାମ ଆରମ୍ଭ ରୁ ହିଁ ଦେଖା ଦେଇଛି କେଁ। ଦେଖନ୍ତୁ ଏ ନଦୀ ର ଦୃଶ୍ୟ। ଯାହା ଉପରେ ହେବ ସେତୁ ତିଆରି। ଆଉ ଏ ପଟେ ଟିକିଏ ନଜର ପକାନ୍ତୂ। ଏ ହେଉଛନ୍ତି ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂଦେଓ। ବଳାଙ୍ଗୀର ସଦର ଅଞ୍ଚଳରେ ରହିଥିବା କୁଟୁମଡୋଲା ଗାଁ ଠାରୁ ଲୋୟରସୁକତେଲ ନଦୀ ଉପରେ କୁସମେଲ ପର୍ଯ୍ୟନ୍ତ ତିଆରି ହେବ ସେତୁ। ଯାହାର ଶିଲାନ୍ୟାସ କରୁଛନ୍ତି ସାଂସଦ। ବାଜା ବଜାଇ ଭବ୍ୟ ସ୍ବାଗ ଜଣାଇ ଗ୍ରାମାବସିଙ୍କ ଗହଣରେ ସାଂସଦ କରିଛନ୍ତି ଶିଳାନ୍ୟାସ। ଏ ତଥିଲା ଗୋଟିଏ ଦିନ ତା ପର ଦିନର ଦୃଶ୍ୟ ମଧ୍ୟ ଟିକିଏ ଭଲ କରି ଦେଖନ୍ତୁ। ଗୋଟିଏ ଗାଁ , ଗୋଟିଏ ନଦୀ , ଗୋଟିଏ ସେତୁ ହେଲେ ଦୁଇ ଦୁଇ ଟି ଶିଳାନ୍ୟାସ। ଏ ହେଉଛି ପର ଦିନର ଦୃଶ୍ୟ ବଲାଙ୍ଗୀର ବିଧାକ ତଥା ବିରୋଧି ଦଳ ନେତା ନରସିହ ମିଶ୍ର ମଧ୍ୟ ଏକ ବିଶାଳ ବାଇକ ରାଲି କରି ବଲାଙ୍ଗୀର ରୁ କୁଟୁମ ଡୋଲା ଗାଁ କୁ ଆସିବା ସହ କରିଛନ୍ତି କୁଟୁମ ଡୋଲା ଠାରୁ କୁସମେଲ କୁ ତିଆରି ହେବାକୁ ଥିବା ସେତୁର ଶିଳାନ୍ୟାସ। ଯାହାକୁ ନେଇ ଏବେ ବଲାଙ୍ଗୀର ରେ ଯୋର ଧରିଛି ଚର୍ଚ୍ଚା।
ଦିର୍ଘ ବର୍ଷ ଧରି ଗୋଟିଏ ସେତୁ ପାଇଁ କୁଟୁମଡୋଲା ବାସି ଦାବି କରିଆସୁଥିଲୋ। କୁଟୁମଡୋଲା ଠାରୁ କୁସମେଲ ପର୍ଯ୍ୟନ୍ତ ଲୋୟରସୁକତେଲ ନଦୀ ଉପରେ ୯ କୋଟି ୧୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ତିଆରି ହେବ ସେତୁ। ତେବେ ଏହି ସେତୁ କୁ ନେଇ ରାଜନିତି ଯୋର ଧରିଚି। ଆଉ କିଛି ମାସ ପରେ ଆରମ୍ଭ ହେବ ୨୦୧୯ ନିର୍ବାଚନ ପାଇଁ ରଣ ନିତି। ହେଲେ ବଲାଙ୍ଗୀରରେ ଏବେଠୁ ଦେଖାଦେଲାଣି ନିର୍ବାଚନକୁ ନେଇ ରାଜନିତି । ଉଭୟ ସାଂସଦ ଓ ବିଧାୟକ ଦୁଇ ଦିନରେ ଗୋଟିଏ ସେତୁ ଶିଳାନ୍ୟାସ କୁ ନେଇ ବେଶ ଚର୍ଚ୍ଚା ଯୋର ଧରିଛି ବଲାଙ୍ଗୀର ଜିଲ୍ଲାରେ। ସେପଟେ ଏହାକୁ ଦୃଢ ଭାବରେ ନିନ୍ଦା କରିଛି ବିଜେପି। ବଲାଙ୍ଗୀର ଜିଲ୍ଲାରେ ରହିଛି ଗୁଡାଏ ମୁଖ୍ୟ ସମସ୍ୟା ବାଏପାସ ଓ ଲୋୟରସୁକତେଲ ଡେମ କାମ । ତାହାକୁ ପୁରଣ କରିବା ପାଇଁ ଯଦି ଏଭଳି ଛକାପଞ୍ଜା କରାଯାଇଥାନ୍ତା ଉଭୟ ସାଂସଦ ଓ ବିଧାୟକ ଙ୍କ ତରଫରୁ ତାହେଲେ ବଲାଙ୍ଗୀର ରେ ବହୁ ବିକାଶ ହୋଇ ସାରନ୍ତା କେବଳ ରାଜନିତି କରିବା ସହ ଭୋଟ ପାଇଁ ଏଭଳି ତୁଚ୍ଛ ରାଜନିତି କରିବା ଦରକାର ନାହିଁ ବୋଲି କହିଛି ବଳାଙ୍ଗୀର ବିଜେପି।