ଲୋକେ ଚାଲୁଥିବା ବେଳେ ଛିଡିଗଲା ପୋଲ, ଦୁର୍ଘଟଣାରେ ଅନେକ ଆହାତ

Published By : Prameya-News7 Bureau | June 12, 2022 IST


ନୂଆ କରି ତିଆରି ହୋଇଥିଲା ପୋଲ। ଇନାଗୋରେସନ୍‌ ପାଇଁ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାମ୍ବାଦିକ ସମସ୍ତଙ୍କୁ ନିମନ୍ତ୍ରଣ ହୋଇଥିଲା। ସମସ୍ତେ ଆସି ଏକତ୍ରିତ ହୋଇଥିଲେ। କିଛି ସମୟ ପରେ ହୋଇଥାନ୍ତା ଉଦ୍‌ଘାଟନ। ନୂତନ ନିର୍ମିତ ପୋଲ ଦେଇ ଲୋକେ ଯିବା ବେଳେ ହଠାତ୍‌ ଭାଙ୍ଗିଗଲା ପୋଲ। ତଳେ ପଡି ୨୦ରୁ ଅଧିକ ଆହତ। ପୋଲ ଭାଙ୍ଗିବା ସମୟର ଭିଡିଓର ଏବେ ସୋସିଆଲ ମିଡିଆରେ ଭାଇରାଲ୍‌।  ଘଟଣାଟି ଦୃଶ୍ୟ ମାକ୍ସିକୋ କ୍ବିର୍ଣ୍ଣାଭେକାର।

ଅନୋକ ସମୟରେ ନିର୍ମାଣଧୀନ ପୋଲି ଭାଙ୍ଗିବାର ଖବର ଆସେ। ନିମ୍ନ ମାନର କାମ ପାଇଁ ଏଭଳି ଘଟଣା ଘଟିଥାଏ। ପୋଲି ଭୁଷୁଡି ଅନେକ ଲୋକ ପ୍ରାଣ ହରାଇବାର ନଜିର ରହିଛି। ଏଠି ମଧ୍ୟ ସାମାନ ଅବସ୍ଥା। କ୍ବିର୍ଣ୍ଣାଭେକାର ଏହି ଝୁଲା କାଠ ପୋଲ ନଦୀ ଉପରେ ତିଆରି ହୋଇଥିଲା। ଏହା ଦ୍ବାରା ୨ ସହର ମଧ୍ୟରେ ଯାତାୟତ ସୁବିଧା ହୋଇଥାନ୍ତା।

ନବ ନିର୍ମିତ ପୋଲକୁ ଇନାଗୋରେସନ୍‌ ପାଇଁ ମେୟରଙ୍କ ସମେତ ମନ୍ତ୍ରୀ ମାନଙ୍କୁ ଡକାଯାଇଥିଲା। ହେଲେ ପୋଲ ଇନାଗୋରେସନ୍‌ ପୂର୍ବରୁ ଏହା ଭାଙ୍ଗିଯାଇଛି।  ପୋଲ ଦେଇ ଆରପଟକୁ ଯିବା ବେଳେ ହଠାତ୍‌ ପୋଲଟି ଛିଡିଯାଇଥିଲା। ଫଳରେ ୨୦ରୁ ଅଧିକ ଲୋକ ତଳେ ପଡିଯାଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲ୍‌କୁ ନିଆଯାଇଥିଲା।  ସମସ୍ତେ ସୁସ୍ଥ ଥିବା ଜଣାପଡିଛି।

ସେପଟେ ଟ୍ବିଟରରେ ପୋଲ ଛିଡିବା ସମୟର ଭିଡିଓ ଭାଇରାଲ୍‌ ହେଉଛି। ଆଡ୍ରେନ୍‌ ସ୍ଲାବର୍ଟ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ବିଟର ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି। ଯାହାକୁ ଅନେକ ଲୋକ ଦେଖିସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.