ମଂଗୁଳା ଝିଅ ଆଗରେ ବାପାକୁ ହତ୍ୟା କରିଦେଲେ ତିନିଜଣ ମାତାଲ ଯୁବକ: ଏପଟେ ଝିଅର ସବାରି ଉଠିଲା ଆଉ ସେପଟେ ବାପାଙ୍କ ଶବ

Published By : Prameya-News7 Bureau | November 09, 2018 IST

ଶ୍ରୀନଗର ୯/୧୧ : ଜାମ୍ମୁ କାଶ୍ମୀରର ବୋହଡୀ ସ୍ଥିତ ରିସୋର୍ଟ ପାଖେରେ ଥିବା ଏକ ବିଅର ବାରରୁ ବାହାରି ୩ ଜଣ ଉନ୍ମତ୍ତ ଯୁବକ ବିବାହ ହେବାକୁ ଥିବା ଜଣେ ଝିଅ ସାମ୍ନାରେ ତାଙ୍କ ବାପାଙ୍କୁ ହତ୍ୟା କରିଛନ୍ତି | ମୃତକ ହେଲେ ଫୁଡ କର୍ପୋରେସନ ଅଫ ଇଣ୍ଡିଆର ମ୍ୟାନେଜର ଦିଲ୍ଲୀପ ଲାଙ୍ଗର | ସେ ଜଣେ କାଶ୍ମୀର ବାସିନ୍ଦା | ବିଗତ କିଛି ଦିନ ହେଲା ସେ ଖାନପୁରରେ ରହିଆସୁଛନ୍ତି | ସୂଚନାଯୋଗ୍ୟ ଯେ, ଦିଲୀପ ଲାଙ୍ଗରଙ୍କ ଝିଅର ବାହାଘର ଗୁରୁବାର ହେବାରଥିଲା |ତା ପୂର୍ବଦିନ ଅର୍ଥାତ ଦୀପାବଳି ରାତିରେ ତାଙ୍କର ମେହନ୍ଦି କାର୍ଯ୍ୟକ୍ରମ ଥିଲା | ଦିଲୀପଙ୍କ ପରିବାର ଓ ସମ୍ପର୍କୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ ଚାଲିଥିବା ରିସୋର୍ଟ ପାଖରେ ଏକ ବିଆର ବାର ଥିଲା | ମେହନ୍ଦି କାର୍ଯ୍ୟକ୍ରମରେ ଚାଲୁଥିବା ସମୟରେ ୩ଜଣ ଯୁବକ ମାତାଲ ଅବସ୍ଥାରେ ବାରରୁ ବାହାରି ଅସଭ୍ୟ ଭାଷାରେ ଗଲି ଗୁଲଜ କରିଥିଲେ | ଏସବୁ ଶୁଣି ଦିଲୀପ ଯୁବକମାନଙ୍କ ପାଖକୁ ଯାଇ ଏଭଳି ଭାଷା ପ୍ରୟୋଗ ନକରିବାକୁ କହିଥିଲେ | ଦିଲୀପଙ୍କ କଥାରେ ଉତକ୍ଷିପ୍ତ ହୋଇ ୩ ଜଣ ଏକ ଧାରୁଆ ଅସ୍ତ୍ରରେ ଦିଲୀପଙ୍କୁ ଆକ୍ରମଣ କରିଥିଲେ |ଏଥିରେ ଦିଲ୍ଲୀପ ଗୁରୁତର ଆହତ ହୋଇଥିଲେ । ଦିଲୀପଙ୍କୁ ସଂଗେ ସାଙ୍ଗ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ଘଟଣାସ୍ଥଳରୁ ଜଣକୁ କାବୁ କରିବାକୁ ସ୍ଥାନୀୟ ଲୋକେ ସକ୍ଷମ ହୋଇଥିଲେ | ଘଟଣା ସମ୍ପର୍କରେ ଖବର ପାଇ ପୌନିଚକ୍କ ଥାନା ଅଧିକାରୀ ସୁମିତ ମଙ୍ଗୋତ୍ର ଘଟଣାସ୍ଥଳରେ ପହଂଚିଥିଲେ | ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା | ୩ ଅଭିଯୁକ୍ତ ହେଲେ ସମଶେରଲାଲ, ଆଶିଷ ସାଇନି ଓ ଯୋଧ ସିଂ | ପିତାଙ୍କ ମୃତ୍ୟୁ ପରେ ମଧ୍ୟ ରୀତି ଅନୁଯାୟୀ ଝିଅ ବାହାଘର ସମ୍ପନ୍ନ ହୋଇଥିଲା | ଗୁରୁବାର ରାତିରେ ଝିଅ ବାହାଘର ହୋଇଥିଲା | ଆଜି ଘରୁ ଝିଅ ବିଦା ହେବା ପରେ ବାପାଙ୍କ ଶବ ସତ୍କାର ମଧ୍ୟ କରାଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.