ଲକ୍‌ଡାଉନ୍‌ରେ ବାରମ୍ବାର ଘୁଞ୍ଚୁଥିଲା : ୮୦କିମି ଚାଲି ଚାଲି ପୁଅ ଘରେ ପହଞ୍ଚିଲା ଝିଅ, ହେଲା ବାହାଘର

Published By : Prameya-News7 Bureau | May 23, 2020 IST

କାନପୁର ୨୩।୦୫: ଦେଶରେ କରୋନା ଭାଇରସ ନେଇ ଲକ୍‌ଡାଉନ୍‌ ଜାରି କରାଯାଇଛି । ଦେଶରେ ବର୍ତ୍ତମାନ ଲକ୍‌ଡାଉନ୍‌ ୪ର୍ଥ ପର୍ଯ୍ୟାୟ ଚାଲୁରହିଛି । ଏହି ଲକ୍‌ଡାଉନ୍‌ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିବାହ ଉପରେ କଟକଣା ଲଗାଯାଇଛି । ବାରମ୍ବାର ଲକ୍‌ଡାଉନ୍‌ ବୃଦ୍ଧି ଯୋଗୁଁ ବାହାଘର ମଧ୍ୟ ଘୁଞ୍ଚିବାରେ ଲାଗିଛି । ତେବେ ବାରମ୍ବାର ବାହାଘର ସ୍ଥଗିତ ଦେଖି ବିବାହ କରିବାକୁ ଥିବା କନ୍ୟା ଏକ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ ଭଳି ଲାଗିଲେ ସତ । ଉତ୍ତରପ୍ରଦେଶର କାନପୁର ଅଞ୍ଚଳରୁ ଆସିଛି ଏକ ଘଟଣା । ୮୦କିମି ଚାଲି ଚାଲି ବର ଘରେ ପହଞ୍ଚିଗଲେ କନ୍ୟା ।

କାନପୁର ଅଞ୍ଚଳର ମଙ୍ଗଳପୁରର ବାସିନ୍ଦା ୧୯ବର୍ଷୀୟ ଯୁବତୀ ଲଗାତାର ୧୨ଘଣ୍ଟା ଚାଲି ଚାଲି ବରର ଘରେ ପହଞ୍ଚିଯାଇଥିଲେ । ୧୨ଘଣ୍ଟାରେ ୮୦କିମି ଚାଲି କନ୍ୟା କନୌଜର ଗାଁର ବାସିନ୍ଦା ବିରେନ୍ଦ୍ର ରାଠୋରଙ୍କ ଘରେ ପହଞ୍ଚିଥିଲେ । ବିରେନ୍ଦ୍ରଙ୍କ ସହିତ ତାଙ୍କର ବିବାହ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ବିହାଘର ବାରମ୍ବାର ଘୁଞ୍ଚୁଥିଲା । ତେବେ ପୁଅ ଘରେ କନ୍ୟା ପହଞ୍ଚିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ କନ୍ୟା ଘରେ ପହଞ୍ଚିବା ଦେଖି ପରିବାର ଲୋକଙ୍କ ପକ୍ଷରୁ ସ୍ୱାଗତ କରିଥିଲେ ଏବଂ କନ୍ୟାର ଘର ଲୋକଙ୍କ ସହିତ ବରର ପରିବାର ଲୋକ କଥା ହୋଇଥିଲେ । ଏବଂ ବିବାହ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ।  ପାରମ୍ପରିକ ବିଧି ବିଦାନ ଅନୁଯାୟୀ ଉଭୟ କନ୍ୟା-ବରଙ୍କ ମଧ୍ୟରେ ବିବାହ ହୋଇଥିଲା । ଗାଁଲୋକେ ଉଭୟଙ୍କ ବିବାହକୁ ସମର୍ଥ କରିଥିଲେ, ଏବଂ ସମାରୋହରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ବିବାହ କରିଥିଲେ ।

ବାହାଘର ପରେ କନ୍ୟା କହିଥିଲେ ଯେ, ମେ ୪କୁ ତାଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଯାହା ଲକ୍‌ଡ଼ାଉନ୍‌ ବାରମ୍ବାର ଘୁଞ୍ଚୁଥିଲା । ବିବାହ ପାଇଁ ଲକ୍‌ଡାଉନ୍‌ ୩.୦ ଶେପ ହେବାକୁ ଚାହିଁବସିଥିଲୁ, କିନ୍ତୁ ତା ପରେ ଲକ୍‌ଡାଉନ୍‌ ୪.୦ ଆରମ୍ଭ ହୋଇଯାଇଥିଲା । ଯାହାକି ମେ ୩୧ରେ ଶେଷ ହେଉଛି । ଲକ୍‌ଡାଉନ୍‌ ସମୟସୀମା ଦେଖି ଆମ ପରିବାର ଲୋକେ ବାହାଘର ପୁଣି ଘୁଞ୍ଚିଇବାକୁ ଚିନ୍ତା କରୁଥିଲେ ।  କିନ୍ତୁ ମୁଁ ନିର୍ଣ୍ଣୟ ନେଇଥିଲେ ଯେ ଲକ୍‌ଡ଼ାଉନ୍‌ ଆମ ବାହାଘର ଘୁଞ୍ଚିପାରିବ ନାହିଁ । ମୁଁ ଘରେ କାହାକୁ ନକହି ଘରୁ ଆସିଥିଲି । ତେବେ କନ୍ୟାଘର ଠାରୁ ବରର ଘର ୮୦କିମି । ଯାହାକୁ ଚାଲିବା ପାଇଁ ୧୨ଘଣ୍ଟା ସମୟ ଲାଗିଥିଲା । କନ୍ୟା ଆହୁରି ମଧ୍ୟ କହିଥିଲେ ଯେ, ୧୨ଘଣ୍ଟା ଚାଲିବା ସମୟରେ ସେ ବାଟରେ କିଛି ଖାଇନାହାନ୍ତି । ମୋ ସହିତ ଏକ ଛୋଟ ବ୍ୟାଗ ଥିଲା , ଯେଉଁଥିରେ କିଛି କପଡା ଥିଲା । ମୁଁ ବରଙ୍କ ଘରେ ପହଞ୍ଚିବା ପରେ ଉଭୟ ପରିବାରଙ୍କ ମଧ୍ୟରେ ଆଲୋଚାନ ହୋଇଥିଲା । ଏବଂ ମନ୍ଦିରରେ ସାମାଜିକ ଦୂରତାକୁ ରକ୍ଷାକରି ବିବାହ କରିଛୁ । ମାସ୍କ ପିନ୍ଧି ବର-କନ୍ୟାଙ୍କ ବାହାଘରର ଫଟୋ ଖୁବ୍‌ ଭାଇରଲ୍‌ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.