ବିଚରା ବର, ଚତୁର୍ଥୀ ରାତି ପୂର୍ବରୁ ଫେରାର ହୋଇଗଲା ନବବଧୂ : ନାବାଳିକା ଶାଳୀ ସହ ପୁଣି ପଡିଲା ହାତଗଣ୍ଠି, କିନ୍ତୁ ଏବେ ହେବନି ମିଳନ

Published By : Prameya-News7 Bureau | December 05, 2020 IST

ଅନୁଗୋଳ ୫।୧୨: ଚତୁର୍ଥୀ ପୂର୍ବରୁ ଫେରାର ହୋଇଗଲା ନବବଧୂ । ଗୋଟିଏ ପଟେ ଭୋଜିଭାତର ଆୟୋଜନ ଚାଲିଥିବା ବେଳେ ପ୍ରେମିକ ସହ ନବବଧୂ ଚମ୍ପଟ ମାରିଛି । ଗୁରୁବାର ଦିନ ଚତୁର୍ଥୀ ସହ ଥିବା ରିସେପ୍ସନ୍ ପାର୍ଟି। ଗୁରୁବାର ଭୋରରୁ ନବବଧୂ ଜଣଙ୍କ ଫେରାର ହୋଇଯାଇଛନ୍ତି । ଅନୁଗୁଳ ସହର ଉପକଣ୍ଠରେ ଘଟିଥିବା ଏଭଳି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ମାତ୍ର ସବୁଠୁ ଚର୍ଚ୍ଚାର ବିଷୟ ହେଉଛି ନବବଧୂ ଫେରାର ହୋଇଯିବା ପରେ ବଡ ଭଉଣୀ ସହ ଆସିଥିବା ସାନ ଭଉଣୀ ଭିଣୋଇକୁ ବିବାହ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଦିନ ଅନୁଗୁଳ ସହର ଉପକଣ୍ଠର ଜଣେ ଯୁବକ କାଙ୍ଗୁଲା ଅଞ୍ଚଳରେ ବିବାହ କରିଥିଲେ। ବିବାହ ପରେ ପୁଅ-ବୋହୂ ଘରକୁ ଫେରିଥିବା। ସାଥୀରେ ନବବଧୂଙ୍କ ସାନଭଉଣୀ ମଧ୍ୟ ଆସିଥିଲେ । ଚତୁର୍ଥୀ ଦିନ ରିସେପ୍ସନ୍ ପାର୍ଟି ମଧ୍ୟ ଥିଲା। ଗୁରୁବାର ରାତିରୁ ଭୋଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ସମସ୍ତେ ଭୋଜି ପାଇଁ ବ୍ୟସ୍ତ ଥିବାବେଳେ ଭୋର୍‌ରୁ ନବବଧୂ ଫେରାର ହୋଇଯାଇଥିଲେ। ତେବେ ନବବଧୂ ଜଣଙ୍କ ତାଙ୍କ ପ୍ରେମିକ ସହିତ ଫେରାର ହୋଇଯାଇଥିବା ଜଣାପଡିଥିଲା । ଘରଲୋକ ଏହା ଜାଣିବା ପରେ ସେମାନଙ୍କ ପିଛା କରିଥିଲେ ହେଲେ ସେମାନେ କେଉଁଆଡେ ପଳାଇ ଯାଇଥିଲ ।

ଝିଅ ପଳାଇବା ଜାଣି ସକାଳୁ ଝିଅ ଘର ଲୋକ ପହଞ୍ଚିଥିଲେ। ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ପରେ ସାଥୀରେ ଆସିଥିବା ନାବାଳିକା ଶାଳୀଙ୍କ ସହ ଯୁବକଙ୍କ ବିବାହ ହୋଇଥିଲା । କନ୍ୟା ନାବାଳିକା ବୋଲି ଜଣାପଡ଼ିବା ପରେ ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚିଥିଲା । ୧୮ ବର୍ଷ ନହେବା ପର୍ଯ୍ୟନ୍ତ ଝିଅକୁ ଶାଶୂ ଘରକୁ ନପଠାଇବାକୁ ଚୁକ୍ତି କରିଥିବା ଜଣାପଡିଛି। ନାବାଳିକା ତାଙ୍କ ବାପା-ମାଙ୍କ ସହ ଘରକୁ ଫେରିଯାଇଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.