ଦିନରେ ହେଲା ବାହାଘର, ରାତିରେ ପ୍ରେମିକ ସହ ଫେରାର ହୋଇଗଲା କନିଆଁ

Published By : Prameya-News7 Bureau | November 27, 2020 IST

ଲକ୍ଷ୍ନୌ ୨୭/୧୧ : ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବିବାହ ଶେ​‌ଷ ହେବା ପରେ ପ୍ରେମିକ ସହିତ ଫେରାର ହୋଇଯାଇଛି କନ୍ୟା । ତେବେ ପ୍ରେମିକ ସହିତ ବିବାହ ଦିନ ରାତିରେ ହିଁ ଫେରାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଘଟଣାରେ ପରିବାରଲୋକେ କିମ୍ବା ବନ୍ଧୁବାନ୍ଧବ ମଧ୍ୟ କିପରି ଜାଣିପାରିଲେ ନାହିଁ ତାହା ମଧ୍ୟ ସବୁଠାରୁ ଆଶ୍ଚର୍ଯ୍ୟ କଥା ।

ସୂଚନା ଅନୁସାରେ, ଛପିୟା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଝିଅ ସହିତ ମନକାପୁର ଥାନା ଅଞ୍ଚଳରୁ ଜଣେ ଯୁବକଙ୍କ ସହିତ ବାହାଘର ଠିକ ହୋଇଥିଲା । ପରିବାର ଲୋକ ଏବଂ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବାହାଘର କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ସମାପନ ହେଲା । ଏହା ପରେ ସମସ୍ତେ ଆରାମ କରିବାକୁ ଚାଲିଯାଇଥିଲେ । ତେବେ ସେହି ରାତିରେ ସୁଯୋଗ ଦେଖି କନ୍ୟାଜଣକ ପ୍ରେମିକ ସହିତ ଫେରାର ହୋଇଯାଇଥିଲେ । ସକାଳୁ ସମସ୍ତେ ଉଠିବା ପରେ ଝିଅକୁ ବିଦାୟ ଦେବା ପାଇଁ ଖୋଜିବା ବେଳେ ତାଙ୍କୁ ପାଇ ନଥିଲେ । କାହାକୁ ନଜଣାଇ ସମସ୍ତେ ଖୋଜିବାକୁ ଲାଗିଥିଲେ, ବହୁ ଖୋଜାଖୋଜି ପ​‌ରେ ମଧ୍ୟ ପାଇନଥିଲେ ।

ତେବେ ପରେ ଜାଣିବାକୁ ପାଇଥିଲେ ଯେ, କନ୍ୟାଜଣକ ଜଣେ ଯୁବକଙ୍କ ସହିତ ଫେରାର ହୋଇଯାଇଥିଲେ । ଏହା ଜାଣିବା ପରେ ମୁଣ୍ଡରେ ହାତ ଦେଇଥିଲେ ପରିବାର ଲୋକେ । ତେବେ ବାଧ୍ୟ ହୋଇ ବର ପକ୍ଷଙ୍କ ସହିତ ଆପୋଶ ବୁଝାମଣା କରିବାରେ ଲାଗିପଡିଥିଲେ ।  ତେବେ ଏଥିରେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ଦୁଇ ପକ୍ଷଙ୍କ ମଧ୍ୟରେ ଆପୋଶ ବୁଝାମଣା ହୋଇଥିଲା । ​‌କେହି କାହା ବିରୁଦ୍ଧରେ ମାମଲା ରୁଜୁ ନକରିବା ପାଇଁ କଥାହୋଇଥିଲା । ତେବେ ଏହି ମାମଲାରେ କନ୍ୟାରଘ ଘରଲୋକମାନେ କିଛି କହିବାକୁ ମନା କରିଦେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.