ଗୋଣ୍ଡା ୦୫/୧୨ : ସରକାରୀ ଚାକିରୀ ଖଣ୍ଡେ ପାଇବାକୁ ଲୋକେ କଣ ନ କରୁଛନ୍ତି। ଦିନ ରାତି ପାଠ ପଢି ନକେ ପରିଶ୍ରମ କଲେ ଯେଇଁ ସରକାରୀ ଚାକିରୀର୍ଟେ ମିଳିଥାଏ। ପରୀକ୍ଷାରୁ ଆରମ୍ଭ କରି ଇଣ୍ଟରଭ୍ୟୁ ଯାଏଁ ଲୋକେ ବହୁତ ପରିଶ୍ରମ କରିଥାନ୍ତି। ଯେତେବେଳେ ଚାକିରୀ ପାଇବାର ଆଶା ସଞ୍ଚାର ହୁଏ ସେତେବେଳେ ପ୍ରାର୍ଥୀ ସବୁ ପ୍ରକାର ବିପଦକୁ ଏଡେଇ ଆଗକୁ ମାଡିଯିବାକୁ ପଛାଏନାହିଁ।ଏହିଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶ ଗୋଣ୍ଡାରେ ଜଣେ କନ୍ୟା ବିବାହ ମଣ୍ଡପରେ ବରକୁ ଛାଡି କାଉନସିଲିଂ ପାଇଁ ପଳାଇଲେ। ତେବେ ବିବାହ ମଣ୍ଡପରେ ବରକୁ ଏକା ଛାଡି ଯିବାର ସୁଫଳ ତାଙ୍କୁ ମିଳିଥିଲା। ତାଙ୍କୁ ସରକାରୀ ଚାକିରୀ ମିଳିଗଲା। ଚାକିରୀ ପାଇବା ପରେ ଘରଲୋକ ବିବାହର ବାକି କାମ ସମ୍ପନ୍ନ କରି କନ୍ୟା ବିଦା କରିଥିଲେ।
{"id":373133,"sizeSlug":"large"}ଗୋଣ୍ଡା ରାମନଗର ବାରାବାଙ୍କିରେ ରହୁଥିବା ପ୍ରଜ୍ଞା ତିୱାରୀ ହାତରେ ମେହେନ୍ଦି ଲଗାଇ ଡକ୍ୟୁମେଣ୍ଟ ଧରି ଇଣ୍ଟରଭ୍ୟୁ ପାଇଁ ଯାଇଥିଲେ। ପ୍ରଜ୍ଞାଙ୍କ ବାହାଘର ସରିଯାଇଥିଲା। ସକାଳ ୫ଟା ବର କନ୍ୟା ମଥାରେ ସିନ୍ଦୁର ଦେବା ପରେ ସେ ମଣ୍ଡପ ଛାଡି ଗୋଣ୍ଡା ବିଏସଏ ଅଫିସକୁ ବାହାରି ପଡିଲେ। ସେଠାରେ ତାଙ୍କର କାଉନସିଲିଂ ହେବାର ଥିଲା। କାଉନସିଲିଂର ତାରିଖ ଓ ସମୟ ପୂର୍ବରୁ ଧାର୍ଯ୍ୟ ଥିଲା ସେଥିପାଇଁ ସାତ ଫେରା ନେବାର ତୁରନ୍ତ ପରେ ପ୍ରଜ୍ଞା କାଉନସିଲିଂ ପାଇଁ ବାହାରି ପଡ଼ିଥିଲେ। କାଉନସିଲିଂ ପରେ ସେ ଫେରିବା ପରେ ବାକିତକ କାମ ସମ୍ପନ୍ନ ହୋଇଥିଲା।
{"id":373134,"sizeSlug":"large"}ପ୍ରଜ୍ଞାଙ୍କ ମୁହଁରେ ଦୁଇଟି ଦୁଇଟି ଖସିର ଝଲକ ନଜର ଆସୁଥିଲା। ମୌଳିକ ଶିକ୍ଷା ଅଧିକାରୀ ଇନ୍ଦ୍ରଜିତ ପ୍ରଜାପତି ପ୍ରଜ୍ଞାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ବାହାଘର ଓ ଚାକିରୀ ଏକାସଙ୍ଗେ ହେଲା। ଏହି ଦିନଟି ତାଙ୍କ ପାଇଁ ବହୁତ ଶୁଭ ବୋଲି ସେ କହିଥିଲେ। ସେ କହିଛନ୍ତି ଯେ ଗୋଣ୍ଡା ମୌଳିକ ଶିକ୍ଷା ବିଭାଗରେ ଶିକ୍ଷକ ପଦବୀରେ ପ୍ରଜ୍ଞାଙ୍କ ନିଯୁକ୍ତି ହୋଇଛି। ତେବେ ନବ ବିବାହିତା କନ୍ୟା ମଣ୍ଡପ ଛାଡି କାଉନସିଲିଂ ପାଇଁ ଯିବା ଏବଂ ସରକାରୀ ଚାକିରୀ ପାଇ ବିଦା ହେବାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ଲୋକେ ପ୍ରଜ୍ଞାଙ୍କ ପର୍ତଟିଭ ଓ ସାହସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।