ନିକାହ ବା ବାହାଘର ପୂର୍ବରୁ ବାପାମାଆଙ୍କର ଏହି କଥା ଶୁଣିବାରୁ ଥାନାକୁ ଗଲା କନ୍ୟା

Published By : Prameya-News7 Bureau | August 24, 2019 IST

ମିରଟ – ବାହଘର ଠିକ୍‌ ହୋଇଥିଲା । ବରଯାତ୍ରୀ ବି ଆସିଥିଲେ  ମାତ୍ର ବାପା ମାଆଙ୍କ କଥା ଶୁଣିବା ପରେ ୧୬ ବର୍ଷର ନାବାଳିକା ଥାନାକୁ ନ୍ୟାୟ ପାଇବା ଆଶାରେ ଦୌଡିଥିଲା । ଏହି ଘଟଣା ଉତ୍ତର ପ୍ରଦେଶର ମିରଟରେ ଘଟିଛି ।

ମିରଟରେ ଜଣେ ନାବାଳିକାର ନିକାହ ତାଙ୍କ ବାପା ମାଆ ଠିକ୍‌ କରି ଦେଇଥିଲେ ।  ବରଯାତ୍ରୀ ଆସିବା ବେଳକୁ ବାପା ମାଆଙ୍କ ମଧ୍ୟରେ ଟଙ୍କା ପଇସା କାରବାରକୁ ନେଇ କିଛି କଥାବାର୍ତ୍ତା ହୋଇଥିଲା । ଜଣେ ବୟସ୍କ ଲୋକ ଟଙ୍କା ଦେଇ ଏହି ନାବାଳିକା ସହ ନିକାହ କରିବା ପାଇଁ ଚାହୁଁଥିଲା । ଏ କଥା ଶୁଣିବା ପରେ ନାବାଳିକାଟି ନିକଟସ୍ଥ ଥାନାକୁ ଦୌଡିଥିଲା ।  ପୁଲିସ ଅଭିଯୋଗ ପାଇବା ପରେ ନାବାଳିକାର ପିତାଙ୍କୁ ଥାନାକୁ ଆଣିଥିଲା ।ପରେ ପରିବାର ଲୋକ ଥାନାକୁ ଆସିଥିଲେ । ପ୍ରଥମେ ପରିବାର ଲୋକ ଥାନାରେ ନାବାଳିକାକୁ ବୁଝେଇବା ପାଇଁ ଚେଷ୍ଚାକରିଥିଲେ , ମାତ୍ର ସେ ପରିବାର ଲୋକ ଙ୍କ ଖଥାରେ ରାଜି ହୋଇ ନଥିଲା  ପରେ  ପୁଲିସ ଆଇନ ଅନୁାସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।

ଏହି ଲୋକଟି ଆଗରୁ ନିଜର ଦୁଇ ଜଣ ଝିଅଙ୍କର ବାହାଘର କରି ଦେଇଛି । ତୃତୀୟ ଝିଅର ବୟସ ୧୬ ବର୍ଷ , ତାର ବି ବାହାଘର କରିବାକୁ ଚେଷ୍ଟା କରୁଥିଲା । ଏକ ବିଲ୍ଡର ସହ ୧୬ ବର୍ଷୀୟା ଝିଅର ବାହାଘରକରିବା ପାଇଁ ଯୋଜନା କରିଥିଲା । ଏଥିପାଇଁ ଟଙ୍କା ବି ନେଇ ସାରିଥିଲା । ମାତ୍ର ଝିଅ ସବୁ ଶୁଣିଦେବାରୁ ଘଟଣାକ୍ରମ ବଦଳିଯାଇଥିଲା । ରାତିରେ ଏହା ଶୁଣିବାପରେ ଘରୁ ଲୁଚି ପରେ ଏକ ଅଟୋରେ ଲିସାଡିଗଡ ଥାନାରେ ପହଞ୍ଚିଥିଲା । ଥାନରେ ଏବେ ଏକ ମାମଲା ରୁଜୁ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.