ରାସ୍ତାରେ ବନାଉଥିଲେ ରିଲ୍ସ,ମୋଟା ଅଙ୍କର ଚାଲାଣ କାଟିଲା ପୋଲିସ

Published By : Prameya-News7 Bureau | May 23, 2023 IST

ମୁମ୍ବାଇ ୨୩।୦୫ : ନିଜ ବାହାଘରକୁ ସବୁଠୁ ଅଲଗା କରିବାକୁ ପ୍ରାୟ ସମସ୍ତେ ଚାହିଁଥା’ନ୍ତି । ଏଥିପାଇଁ ଆପଣାଇଥାନ୍ତି ଭିନ୍ନ ଭିନ୍ନ ଉପାୟ । ବିଶେଷକରି ଯୁବତୀମାନେ ତାଙ୍କ ବିବାହକୁ କିପରି ସ୍ମରଣୀୟ କରିପାରିବେ ସେଥିପ୍ରତି ଧ୍ୟାନ ଦେଇଥା’ନ୍ତି । ଫଟୋ ସୁଟ୍‌, ରିଙ୍ଗ ସେରିମନି, ମେହେନ୍ଦୀ, ହଳଦୀ ଓ ବାହାଘରର ପୂରା ଘଟଣା କିପରି ସମସ୍ତଙ୍କ ମନେରହିବ ସେଥିପ୍ରତି ଦୃଷ୍ଟି ଦେଇଥା’ନ୍ତି ଯୁବତୀମାନେ । ଆଉ ଏଥିପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରିଥା’ନ୍ତି ।

{"id":790888,"width":839,"height":537,"sizeSlug":"full","linkDestination":"none"}

ନିକଟ ଅତୀତରେ ଏମିତି ଅନେକ ଗୁଡ଼ିଏ ବିବାହର ଚିତ୍ର ସାମ୍ନାକୁ ଆସିଛି, ଯାହା ଦେଖିବାକୁ ଖୁବ୍ ସ୍ୱତନ୍ତ୍ର । ଯାହାକି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ମଧ୍ୟ ହୋଇଥିଲା । ସେହିପରି ଏକ ଚିତ୍ର ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କୁ  ତାଙ୍କ ବିବାହ ପୂର୍ବରୁ ଫଟୋ ଉଠାଇବା ମହଙ୍ଗା ପଡ଼ିଛି । ବାସ୍ତବରେ କନ୍ୟା ଜଣକ ରାସ୍ତାରେ କାରର ବୋନେଟରେ ବସି ରିଲ୍‌ ତିଆରି କରିଥିଲେ । ଏହାକୁ ନେଇ ତାଙ୍କ ନାଁରେ କଟିଛି ଚାଲାଣ । ସେ ପୁଣି ହଜାରେ କି ଦୁଇ ହଜାରେ ନୁହେଁ । ପୁରା ୧୫ ହଜାର ଟଙ୍କାର କଟିଛି ଚାଲାଣ । ଖବର ଅନୁଯାୟୀ ଏହି ଘଟଣାଟି ପ୍ରୟାଗରାଜରେ ଘଟିଛି । ଯେତେବେଳେ ଯୁବତୀଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଉକ୍ତ କାର୍‌ ନମ୍ୱରରେ କରାଯାଇଛି ୧୫,୫୦୦ ଟଙ୍କା ଜରିମାନା ।

{"id":790889,"width":836,"height":561,"sizeSlug":"full","linkDestination":"none"}

ଖାଲି ସେତିକି ନୁହେଁ, କନ୍ୟାଙ୍କ ଏହି ଫଟୋ ସୁଟ୍‌ କରିବା ସମୟରେ ଜଣେ ସମ୍ପର୍କୀୟ ଏକ ସ୍କୁଟି ଯୋଗେ ତାଙ୍କର ଏକ ରିଲ୍‌ସ ତିଆରି କରିଥିଲେ । ଯାହାକୁ ଦେଖିବାପାଇଁ ରାସ୍ତାକଡ଼ରେ ଅନେକ ଲୋକଙ୍କ ଭିଡ ଜମିଥିଲା । ଭିଡିଓ ସୁଟ୍‌ କରିବା ସମୟରେ ସ୍କୁଟି ଚାଳକ ଜଣକ ହେଲମେଣ୍ଟ ମଧ୍ୟ ପିନ୍ଧିନଥିବା ଜଣାପଡ଼ିଛି । ଫଳରେ ସ୍କୁଟି ନମ୍ବରରେ ମଧ୍ୟ ୧୫ଶହ ଟଙ୍କା ଚାଲାଣ କଟାଯାଇଛି । ତେବେ ଟାଟା ସଫାରୀଟି ସୌରଭ କୁମାରଙ୍କ ନାଁରେ ପରିବହନ ବିଭାଗରେ ପଞ୍ଜିକୃତ ହୋଇଥିବାବେଳେ ବୋନେଟରେ ବସିଥିବା କନ୍ୟାଙ୍କ ନାଁ ବର୍ଣ୍ଣିକା ଚୌଧୁରୀ ବୋଲି ଜଣାପଡ଼ିଛି । ବର୍ଣ୍ଣିକାଙ୍କ ଘର ଆଲାପୁରରେ ହୋଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.