କରୋନାରେ ନିଆରା ବାହାଘର : ଝରକା ସେପଟେ କନିଆଁ ତଳେ ବଗିଚାରେ ବର,କାହିଁକି ହେଲା ଏମିତି,ଫଟୋ ଭାଇରାଲ୍...

Published By : Prameya-News7 Bureau | December 04, 2020 IST

ନ୍ୟୁୟର୍କ ୪/୧୨: ଆମେରିକାର କାଲିଫର୍ଣ୍ଣିଆରେ ଏକ ଏପରି ମାମଲା ସାମନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହୋଇଛି ଏବଂ ପ୍ରେମର ଏକ ଜ୍ବଳନ୍ତ ଉଦାହରଣ ଭାବେ ଦେଖା ଯାଉଛି। ଏଠାରେ ବିବାହର ମାତ୍ର ୩ଦିନ ପୂର୍ବରୁ କନିଆଁ କରୋନା ପଜିଟିଭ ହୋଇଛନ୍ତି ଏବଂ ବିବାହ ଅସମ୍ଭବ ବୋଲି ଲାଗିଥିଲା। କିନ୍ତୁ ବର ହାର ମାନିନଥିଲେ ଏବଂ ଯୋଗାଡ଼ କରି ସେହି ଦିନ ହିଁ ବିବାହ କରିଥିଲେ। ଉଭୟଙ୍କ ବିବାହ ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ସେୟାର କରାଯାଉଛି।

wp:html
/wp:html

କାଲିଫର୍ଣ୍ଣିଆରେ ରହୁଥିବା ପ୍ରେମୀ ଯୁଗଳ,ପ୍ୟାଟ୍ରିକ୍ ଡେଲଗାଡୋ ଏବଂ ଲରେନ୍ ଜିମେନେଜ୍ ନିଜର ବିବାହ ପାଇଁ ସବୁ କିଛି ନିର୍ଦ୍ଧାରିତ କରିଥିଲେ। କିନ୍ତୁ ଏହା ପୂର୍ବରୁ ଉଭୟଙ୍କୁ ଝଟକା ଲାଗିଥିଲା। ଲରେନ୍ ବିବାହର ୩ଦିନ ପୂର୍ବରୁ କରୋନା ଟେଷ୍ଟ୍ କରାଇଥିଲେ ଏବଂ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଦୁହେଁ ଯୋଜନା କରି ସେହି ଦିନ ହିଁ ବିବାହ କରିଥିଲେ।

ଜଣେ ପେଶାଦାର ଫଟୋଗ୍ରାଫର ଏହି ବିଚିତ୍ର ବିବାହର ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି।

ଏହି ଫଟୋରେ ଦେଖାଯାଇପାରୁଛି ଯେ କନିଆଁ ଏକ ଝରକା ଉପରେ ବସିଛନ୍ତି ଏବଂ ବର ତଳେ ଛିଡ଼ା ହୋଇଛନ୍ତି। ଦୁହେଁ ଏକ ଦଉଡ଼ିରେ ପରସ୍ପରକୁ ବାନ୍ଧିଛନ୍ତି। ପୋଷ୍ଟର କ୍ୟାପସନର ଜ୍ୟାକସନ କହିଛନ୍ତି ଯେ କିପରି କଠିନ ପରିସ୍ଥିତି ସତ୍ବେ ଦମ୍ପତ୍ତି ମୁଦି ବଦଳିଥିଲେ ଏବଂ ନିଜ ପ୍ରେମକୁ ପ୍ରମାଣିତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.