ବାହାଘର ଦିନ ଖବରକାଗଜ ପଢି ପାରିଲାନି ବର: ବାହାହେବାକୁ ମନା କରିଦେଲା କନ୍ୟା

Published By : Prameya-News7 Bureau | June 23, 2021 IST

କାନପୁର ୨୩/୦୬ : ବାହାଘର ଭାଙ୍ଗିବାର ଅନେକ କାରଣ ଆପଣ ଦେଖିଥିବେ ବା ଶୁଣିଥିବେ। କିନ୍ତୁ ଉତ୍ତର ପ୍ରଦେଶ ଔୌରେୟାରେ ବର ହିନ୍ଦୀ ଖବରକାଗଜ ପଢି ପାରିଲାନି ବୋଲି ବାହାଘର ଭାଙ୍ଗିଗଲା। କେବଳ ସେତିକି ନୁହେଁ ବର ପକ୍ଷ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ ହୋଇଛି। ତେବେ ବର ହିନ୍ଦୀ ହିନ୍ଦୀ ଖବରକାଗଜ ନ ପଢି ପରିବାର କାରଣ ସେ ସେ ଲେଖି ପଢି ଜାଣିନଥିବା ନୁହେଁ। ସେ ଶିକ୍ଷିତ। ସେ ନ ପଢି ପରିବାର କାରଣ ତାଙ୍କ ଦୃଷ୍ଟିଶକ୍ତି। ଯୁବକଙ୍କ ଦୃଷ୍ଟିଶକ୍ତି ଦୁର୍ବଳ ସେଥିପାଇଁ ସେ ପଢି ପାରିନଥିଲେ। ଯୁବକଙ୍କ ଦୁର୍ବଳ ଦୃଷ୍ଟିଶକ୍ତି ତାଙ୍କ ପାଇଁ ଅଭିଶାପ ପାଲଟିଗଲା। ବାହାଘର ଭାଙ୍ଗିଗଲା ତା ସାଙ୍ଗକୁ ତାଙ୍କ ବିରୋଧରେ ମାମଲା ମଧ୍ୟ ଦାଏର ହେଲା।

୨ ଦିନ ପୂର୍ବରୁ ଘରେ ହସଖୁସିର ମାହୋଲ ଥିଲା। କିନ୍ତୁ ଏବେ ଘର ପୁରା ଉଦାସ। ଉତ୍ତର ପ୍ରଦେଶ ଔୌରେୟା ଥାନା ଅନ୍ତର୍ଗତ ଜମାଲିପୁର ଗାଁରେ ଅର୍ଜୁନ ସିଂହ ନିଜ ଝିଅ ଅର୍ଚ୍ଚନାଙ୍କ ବାହାଘର ଅଛଲ୍ଦା ଗାଁର ଶିବମ ସହ ଠିକ କରିଥିଲେ। ଶିକ୍ଷିତ ଯୁବକଙ୍କୁ ଦେଖି ଅର୍ଜୁନ ସିଂହ ପ୍ରଥମ ଦେଖାରେ ହିଁ ପସନ୍ଦ କରି ବାହାଘର ପାଇଁ ରାଜି ହୋଇଥିଲେ। ଏହାପରେ ବାହାଘର ତାରିଖ ଧାର୍ଯ୍ୟ ହେଲା। ଯୌତୁକରେ ନଗଦ ଟଙ୍କା ଓ ବାଇକ ବି ଶଗୁନ ହିସାବରେ ଦିଆଗଲା।

{"id":470289,"width":705,"height":470,"sizeSlug":"large","linkDestination":"none"}

ଅର୍ଚ୍ଚନାଙ୍କ ପିତା ଅର୍ଜୁନ ସିଂହ କହିଛନ୍ତି ଜୁନ ୨୦ ତାରିଖରେ ବରଯାତ୍ରୀ ଆସିଥିଲା। ସେତେବେଳେ ସେ ବର ଚଷମା ପିନ୍ଧିଥିବା ଦେଖିଥିଲେ। ମହିଳାମାନେ ସନ୍ଦେହ କରିଥିଲେ। ଏହାପରେ ଶିବମକୁ ବିନା ଚଷମାରେ ହିନ୍ଦୀ ଖବରକାଗଜ ପଢିବାକୁ କୁହାଗଲା। କିନ୍ତୁ ସେ ପଢି ପାରିଲେନି। ସେ ବିନା ଚଷମାରେ ଦେଖି ପାରନ୍ତିନି। ଏହା ଶୁଣି ଅର୍ଚ୍ଚନା ବାହାହେବାକୁ ମନା କରିଦେଲେ। ଏହାପରେ କନ୍ୟା ପକ୍ଷ ଅର୍ଚ୍ଚନାଙ୍କ ସହ ଏକମତ ହୋଇ ବାହାଘର ପାଇଁ ମନା କରିଦେଲେ। ଏହାପରେ ନଗଦ ଟଙ୍କା, ବାଇକ ଓ ବାହାଘର ପାଇଁ ଯାହା ଖର୍ଚ୍ଚ ହୋଇଛି ଡ଼ିସେସବୁ ଫେରାଇବାକୁ କନ୍ୟା ପକ୍ଷ ଦାବି କରିଥିଲେ। ବର ପକ୍ଷ ମନା କରିବାରୁ କନ୍ୟା ପକ୍ଷ ଥାନାରେ ମାମଲା ରୁଜ୍ଜୁ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.