ବ୍ରିକ୍ସ ସମ୍ମିଳନୀରେ ଜାରିହେଲା ଘୋଷଣାପତ୍ର; ଜାଣନ୍ତୁ କେଉଁ କେଉଁ ପ୍ରସଙ୍ଗରେ କରାଯାଇଛି ଘୋଷଣା
23/06/2022 at 10:46 PM

ନୂଆଦିଲ୍ଲୀ ୨୩/୦୬ : ଚୀନ୍ରେ ହେଉଥିବା ବ୍ରିକ୍ସ ସମ୍ମିଳୀରେ ଆଜି ଘୋଷଣା ପତ୍ର ଜାରି କରାଯାଇଛି। ଏଥିରେ ବିଶେଷ ଭାବେ ଋଷ ୟୁକ୍ରେନ୍ ଯୁଦ୍ଧକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ଗୁରୁତ୍ୱ ଦିଆଯାଇଛି। ଏଥିରେ କୁହାଯାଇଛିଯେ ଆମେ ସମସ୍ତ ରାଜ୍ୟର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ ଦେବା ପାଇଁ ପ୍ରତିବଦ୍ଧ। ମତଭେଦ ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେ ପ୍ରତିବଦ୍ଧତା ଉପରେ ଜୋର ଦେଉ।
ଘୋଷଣାନାମାରେ ବ୍ରିକ୍ସ ଦେଶ କୁହାଯାଇଛିଯେ ଋଷ ଓ ୟୁକ୍ରେନ୍ ଆଲୋଚନାକୁ ସମର୍ଥନ କରିଥାଏ। ଆଫଗାନି ପ୍ରସଙ୍ଗରେ କୁହାଯାଇଛିଯେ ଆମେ ଏହାର ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନକୁ ଗୁରୁତ୍ୱ ଦେଇ ଏକ ଶାନ୍ତିପୂର୍ଣ୍ଣ ସୁରକ୍ଷିତ ଓ ସ୍ଥିର ଆଫଗାନିସ୍ତାନକୁ ସମର୍ଥନ କରୁଛୁ।
କୌଣସି ଦେଶକୁ ଧମକାଇବା ବା ଆକ୍ରମଣ କରିବା କିମ୍ୱା ଆତଙ୍କବାଦୀମାନଙ୍କୁ ଶରଣ ଦେବା କିମ୍ୱା ପ୍ରଶିକ୍ଷିତ କରିବା ପାଇଁ ଆଫଗାନିସ୍ତାନକୁ ବ୍ୟବହାର ନ କରିବା ଆବଶ୍ୟକ।