ବ୍ଲକ କାର୍ଯ୍ୟାଳୟରେ କେମିତି ଚାଲେ ଲାଂଚ କାରବାର…
11/08/2018 at 7:59 AM

ବ୍ରହ୍ମପୁର ୧୧|୮-ଲାଞ୍ଚ ରୋକିବା ପାଇଁ ଯେତେ ଚେଷ୍ଟା କରିଲେ ମଧ୍ୟ ଲାଞ୍ଚ କୁ ରୋକାଯାଇ ପାରୁନାହି। ସାଧାରଣ ବିବାହ ପ୍ରମାଣପତ୍ର କରିବାକୁ ବ୍ଳକ୍ କାର୍ଯ୍ୟାଳୟକୁ ଗଲେ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ଆସିକା ବ୍ଳକ୍ ଅନ୍ତର୍ଗତ ହୁମୁକି ଗାଆଁ ର ମନୁ ପ୍ରଧାନଙ୍କ ଝିଅ ସଂଗୀତା ପ୍ରଧାନ ପୁଡୁଗେଶ୍ବରପଲ୍ଲୀ ଗାଆଁ ର ସ୍ବର୍ଗତ ଗୋପୀ ନାହାକଙ୍କ ପୁଅକୁ 28 .01.2018ରେ ବାହାହ କରିଥିଲେ। ଝିଅର ମାଆ ବିବାହ ପ୍ରମାଣପତ୍ର ପାଇଁ ଆସିକା ବ୍ଳକ୍ କାର୍ଯ୍ୟାଳୟ ଯାଇଥିବା ବେଳେ କିରାଣୀ 2000 ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ କରିଛନ୍ତି। ଘଟଣାର ପର୍ଦ୍ଦାଫାସ୍ ଭୟରେ ଅନ୍ୟ ଜଣେ ସହଯୋଗୀ କିରାଣୀ ହିତାଧିକାରୀଙ୍କୁ ଟଙ୍କା ଫେରାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଜୁଆଲ ଏବେ ଭାଇରଲ୍ ହେବା ପରେ ବ୍ଳକ୍ କାର୍ଯ୍ୟାଳୟର ଲାଞ୍ଚ କାରବାର ଲୋଲୋଚନକୁ ଆସିପାରିଛି।
Related Posts
ଓଲଟିଲା ‘ସାଇକୃପା’ ବସ୍ : ଜଣେ ମୃତ, ୩୦ ଆହତ
6 July 2022