ଲାରା @ ୫୧: ଟେଷ୍ଟରେ ୪୦୦ ରନର ରେକର୍ଡ ଏବେବି ଅକ୍ଷୁର୍ଣ୍ଣ କିନ୍ତୁ ମହାନ ଇଣ୍ଡିଜ୍ ଖେଳାଳି ନିଜର ଅନ୍ୟ ଏକ ଇନିଂସକୁ ମାନନ୍ତି ଶ୍ରେଷ୍ଠ

Published By : Prameya-News7 Bureau | May 02, 2020 IST

ନୂଆଦିଲ୍ଲୀ, ୦୨|୦୫:  ଓ୍ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ୍ ବ୍ରାଏନ୍ ଲାରା ଏବେବି ବିଶ୍ୱ କ୍ରିକେଟର ଜଣେ ଚର୍ଚ୍ଚିଚ ଚେହେରା । ସେ ଅବସର ନେଇସାରିଥିଲେ ମଧ୍ୟ ତାଙ୍କ ରେକର୍ଡ ଆଉ କେହି ଭାଙ୍ଗି ପାରିନହାନ୍ତି । ସେ ଟେଷ୍ଟରେ ୩୭୫, ୪୦୦ ଓ ୫୦୧ ରନର ଇନିଂସ ଖେଳିଛନ୍ତି । ଯାହା ସର୍ବଶ୍ରେଷ୍ଠ ଇନିଂସ ଭାବେ ପରିଗଣିତ । ଆଜି ହେଉଛି ଏହି ମହାନ ଖେଳାଳିଙ୍କ ଜନ୍ମଦିନ । ସେ ୫୧ ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ତାଙ୍କ ପାଇଁ ଏହି ତିନୋଟି ଇନିଂଶ ସ୍ପେଶାଲ ନୁହେଁ । ସେ ଆଉ ଏକ ଇନିଂସକୁ ଶ୍ରେଷ୍ଠ ବୋଲି ବିବେଚନା କରିଥାନ୍ତି ।

wp:core-embed/twitter {"url":"https://twitter.com/ICC/status/1256442502032297984?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256442502032297984\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Fbrian-lara-birthday-his-best-innings-daughter-named-after-the-city-sydney-tspo-1-1186622.html","type":"rich","providerNameSlug":"twitter","className":""}
https://twitter.com/ICC/status/1256442502032297984?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1256442502032297984&ref_url=https%3A%2F%2Faajtak.intoday.in%2Fsports%2Fstory%2Fbrian-lara-birthday-his-best-innings-daughter-named-after-the-city-sydney-tspo-1-1186622.html
/wp:core-embed/twitter

ଲାରା ଆଣ୍ଟିଗୁଆ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ଐତିହାସିକ ପାଳି ଖେଳିଥିଲେ । ସର୍ବପ୍ରଥମେ ୧୯୯୪ରେ ସେ ୩୭୫ ରନ କରି ଗୀରି ଗୋବର୍ସଙ୍କ ୩୬୫ ରନର ରେକର୍ଡ ଭାଙ୍ଗିଥିଲେ । ୯ ବର୍ଷ ପରେ ୨୦୦୩ରେ ମାଥ୍ୟୁ ହେଡେନ୍ ୩୮୦ ରନ କରି ଏହି ରେକର୍ଡ ଭାଙ୍ଗିଥିଲେ । ୬ ମାସ ପରେ ଲାରା ପୁଣି ଏହି ରେକର୍ଡ ଭାଙ୍ଗିଥିଲେ । ସେ ୪୦୦ ରନର ଇନିଂସ ଖେଳିଥିଲେ । ୧୩ ବର୍ଷ ପରେ ବି ଏହି ରେକର୍ଡ କେହି ଭାଙ୍ଗିପାରି ନାହାଁନ୍ତି । 

{"id":263479,"width":686,"height":386,"sizeSlug":"large"}

୧୯୯୪ରେ ଲାଗା ଇଂଲିଶ କାଉଣ୍ଟିଂରେ ଡରହମ୍ ବିରୋଧରେ ୫୦୧ ରନର ଇନିଂସ ଖେଳିଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୪୯୯ କରିତିବା ହନୀଫ୍ ମହମ୍ମଦଙ୍କ ରେକର୍ଡ ଭାଙ୍ଗିଥିଲେ । ତେବେ ଲାରା ନିଜର ପ୍ରଥମ ଟେଷ୍ଟ୍ ଶତକକୁ ଶ୍ରେଷ୍ଠ ବୋଲି କହିଥାନ୍ତି । ଅଷ୍ଟ୍ରେଲିଆ ବିରୋଧରେ ସେ ୧୯୯୩ରେ ସିଡନୀରେ ୨୭୭ ରନ କରିଥିଲେ । ଏହି ଟେଷ୍ଟ୍ ଡ୍ର ରହିଥିଲା ।  ଏଥିପାଇଁ ସେ ନିଜ ଝିଅର ନାଁ ମଧ୍ୟ ସିଡନୀ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.