ବିଶ୍ୱ କ୍ରିକେଟ୍‌ରେ ହିଟ୍‌ ମ୍ୟାନ୍‌ 'ବାଘ', ଭୂରି ଭୂରି ପ୍ରଶଂସା କଲେ ବ୍ରେଟ୍‌ ଲି

Published By : Prameya-News7 Bureau | June 20, 2023 IST

ମୁମ୍ବାଇ ୨୦।୦୬ :  ବ୍ରେଟ୍‌ ଲି'ଙ୍କ ମୁହଁରେ ହିଟ୍‌ ମ୍ୟାନ୍‌ଙ୍କ ପ୍ରଶଂସା । ରୋହିତ ଜଣେ ଭଲ ଖେଳାଳି ଏବଂ ତାଙ୍କ ପରି ଶାନ୍ତ କ୍ରିକେଟ୍‌ର ଖୁବ୍‌ କମ୍‌ ଦେଖିବାକୁ ମିଳେ । ତେଣୁ ସେ ଜଣେ  ଭିନ୍ନ ଧରଣର ବ୍ୟାଟର ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଏହି ଦ୍ରୁତ ବୋଲର ।

wp:embed {"url":"https://www.prameyanews7.com/suresh-raina-reaction-on-ipl-2021/","type":"wp-embed","providerNameSlug":"prameya-news-7"}
https://www.prameyanews7.com/suresh-raina-reaction-on-ipl-2021/
/wp:embed

ବ୍ରେଟ୍‌ ଲି ଆହୁରି ମଧ୍ୟ କହିଛନ୍ତି ଯେ, ରୋହିତ ଶର୍ମା ଜଣେ ଶ୍ରେଷ୍ଠ ବ୍ୟାଟର୍‌ । ପୁଲ୍‌ ସଟ୍‌ରେ ସେ ମାଷ୍ଟର । ବର୍ତ୍ତମାନ କ୍ରିକେଟ୍‌ ଜଗତରେ ସେ ଜଣେ ଶ୍ରେଷ୍ଠ ପୁଲ୍ ସଟ୍‌ ମାରୁଥିବାର ବ୍ୟାଟର । ବୋଲରଙ୍କୁ ସେ ଯେଉଁଭଳି ଭାବେ ଖେଳିଥାନ୍ତି । ହୁଏତ ଖୁବ କମ୍‌ ବ୍ୟାଟର କରିପାରନ୍ତି । ବିଶ୍ୱ କ୍ରିକେଟ୍‌ର ସେ ଟାଇଗର । ୨୦୦୭ରୁ ମୁଁ ତାଙ୍କ ଖେଳ ଦେଖିଆସିଛି । ସେ ଯେତେବେଳେ ବ୍ୟାଟିଂ କରିଥାନ୍ତି ତ ସେତେବେଳ ଦେଖିବାକୁ ଖୁମ୍‌ ଭଲ ଲାଗେ ।  ଖାସ୍ କରି ତାଙ୍କର ଆକର୍ଷଣୀୟ ସଟ୍‌ ସିଲେକ୍ସନ ।

wp:embed {"url":"https://www.prameyanews7.com/david-miller-said-about-mahendra-singh-dhoni/","type":"wp-embed","providerNameSlug":"prameya-news-7"}
https://www.prameyanews7.com/david-miller-said-about-mahendra-singh-dhoni/
/wp:embed

ସୂଚନାଯୋଗ୍ୟ ଯେ, ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ ରୋହିତ ଶର୍ମା । ୨୪୩ଟି ଦିନିକିଆ ମ୍ୟାଚ୍‌ ଖେଳି ୯୮୨୫ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୦ଟି ଶତକ ଏବଂ ୪୮ଟି ଅର୍ଦ୍ଧଶତକ ରହିଛି । ତାଙ୍କର ସର୍ବାଧିକ ସ୍କୋର ୨୬୪ ରନ୍‌ ରହିଛି ।

ସେହିପରି ୧୪୮ଟି ଟି-୨୦ ମ୍ୟାଚ୍‌ ଖେଳି ୩୮୫୩ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୪ଟି ଶତକ ରହିଥିବା ବେଳେ ୨୯ଟି ଅର୍ଦ୍ଧଶତକ ରହିଛି । ବାକି ୫୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ସଂଗ୍ରହ କରିଛନ୍ତି ୩୪୩୭ ରନ୍‌ । ଏଥିରେ ୯ଟି ଶତକ ରହିଥିବା ବେଳେ ୧୪ଟି ଅର୍ଦ୍ଧଶତକ ରହିଛି । ଏବେ ଭାରତୀୟ ଦଳର ସବୁ ଫର୍ମାଟରେ ଅଧିନାୟକ ରହିଛନ୍ତି ।

wp:embed {"url":"https://www.prameyanews7.com/ram-charan-upasana-kamineni-blessed-with-baby-girl/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ram-charan-upasana-kamineni-blessed-with-baby-girl/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.