ୟୁନିଫର୍ମ ସିଭିଲ୍ କୋଡ୍ କମିଟି ଗଠନରେ ଭୂଲ ନାହିଁ, ଚ୍ୟାଲେଞ୍ଜ ଜନସ୍ବାର୍ଥ ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ୟୁନିଫର୍ମ ସିଭିଲ୍ କୋଡକୁ ନେଇ ଦାୟର ହୋଇଥିବା ଜନସ୍ବାର୍ଥ ମାମଲା ଖାରଜ । ରାଜ୍ୟ ସରକାର ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରିବା ପାଇଁ କମିଟି ଗଠନ କିଛି ଭୂଲ ନୁହେଁ । ସିଭିଲ୍ କୋର୍ଟ ଲାଗୁ କରିବା ପୂର୍ବରୁ ବିଚାରବିମର୍ଶ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଗୁଜରାଟ ଓ ଉତ୍ତରଖଣ୍ଡରେ ୟୁନିଫର୍ମ ସିଭିଲ୍ କୋଡକୁ ନେଇ କମିଟି ଗଠନ ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା । ଏନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାୟର ହୋଇଥିଲା । ସୋମବାର ସିଜେଆଇ ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ରାଜ୍ୟମାନଙ୍କରେ ୟୁନିଫର୍ମ  ସିଭିଲ୍ କୋଡ୍ ଲାଗୁ କରିବା ପୂର୍ବରୁ ଏହାର ବିଭିନ୍ନ ଦିଗକୁ ନେଇ ତର୍ଜମା କରିବା ଆବଶ୍ୟକ । ତେଣୁ ଗୁଜରାଟ ଓ ଉତ୍ତରଖଣ୍ଡ ରାଜ୍ୟ ସରକାର କମିଟି ଗଠନ କରିବା ନିଷ୍ପତ୍ତି କିଛି ଭୂଲ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଅନୁଚ୍ଛେଦ ୧୬୨ ଅନୁଯାୟୀ, ରାଜ୍ୟ ସରକାରମାନଙ୍କୁ କମିଟି ଗଠନ କରିବାର ଅଧିକାର ରହିଛି । ଏହାକୁ ଚ୍ୟାଲେଞ୍ଜ କରିବା ଭୂଲ କହି ଯାଚିକାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.