ବାେମା ମାଡ଼ରେ ଦୁଇ ଆହତ; ଏମକେସିଜି ମେଡ଼ିକାଲ୍ରେ ଭର୍ତ୍ତି
21/03/2023 at 8:38 PM

ବ୍ରହ୍ମପୁର ୨୧/୦୩: ନିମଖଣ୍ଡି ଥାନା ଅନ୍ତର୍ଗତ ପୁରୁଣା ଯୁଗୀଆପଲ୍ଲୀ ଗାଁରେ ବୋମାମାଡ଼। ଏଥିରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଆହତ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
ଖବର ଅନୁସାରେ, ସନ୍ଧ୍ୟାବେଳେ ସେହି ଗାଁ ର କାର୍ତ୍ତିକ ପାତ୍ର ଘର ଦାଣ୍ଡରେ ଠିଆ ହୋଇ ଶ୍ରମିକମାନଙ୍କୁ ଟଙ୍କା ଦେବେବେଳେ ହଠାତ୍ କାଳିଆ ପାତ୍ର ଓ ଏମ ମହେଶ ଦୋରା ଏକ ବାଇକ୍ରେ ଆସି ହଠାତ୍ ଏକ ବୋମା ବାହାର କରି କାର୍ତ୍ତିକଙ୍କ ପିଠିକୁ ବୋମା ମାରିଥିଲେ। ଏତିକି ବେଳେ କାଳିଆଙ୍କ ହାତରେ ବୋମା ଫୁଟିବାରୁ ବାଇକ୍ର ପଛରେ ବସିଥିବା ମହେଶଙ୍କ ମୁହଁକୁ ମାଡ଼ ହୋଇଥିଲା। କାର୍ତ୍ତିକଙ୍କ ପିଠିରେ ବୋମା ମାଡ ହୋଇ ଗଭୀର ଆଘାତ ଲାଗିଛି। ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023