Breaking News : News7 (21.08.2018)

Published By : Prameya-News7 Bureau | August 21, 2018 IST

1. ୭ଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କ ନାଁ ଘୋଷଣା । ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ୭ଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳଙ୍କ ନାଁ ଘୋଷଣା କରାଯାଇଛି । ଶ୍ରୀ ଲାଲ୍ ଜୀ ଟଣ୍ଡନଙ୍କୁ ବିହାର ରାଜ୍ୟପାଳ ଭାବେ ଦାୟିତ୍ବ ଦିଆଯାଇଛି । ସତ୍ୟଦେବ ନାରାୟଣ ହେଲେ ହରିଆଣା ରାଜ୍ୟପାଳ, ସେହପରି ବେବି ରାଣୀ ମୌର୍ଯ୍ୟଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ପୂର୍ବରୁ ବିହାର ରାଜ୍ୟପାଳ ଥିବା ସତ୍ୟପାଲ ମଲ୍ଲିକଙ୍କୁ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ସେହିପରି ମେଘାଳୟ ରାଜ୍ୟପାଳ ଥିବା ଗଙ୍ଗା ପ୍ରସାଦଙ୍କୁ ସିକିମ୍ ଦାୟିତ୍ବ ଦିଆଯାଇଛି । ସେପଟେ ମେଘାଳୟ ଦାୟିତ୍ବରେ ତ୍ରିପୁରା ରାଜ୍ୟପାଳ ତଥାଗତ ରୟଙ୍କୁ ନିଯୁକ୍ତି ଦିଆଯାଇଛି । ହରିଆଣା ରାଜ୍ୟପାଳ କ୍ୟାପଟେନ୍ ସିଂ ସୋଲାଙ୍କିଙ୍କୁ ହରିଆଣା ଦାୟିତ୍ବରୁ ଅପସାରଣ କରି , ତ୍ରିପୁରା ଦାୟିତ୍ବ ଦିଆଯାଇଛି । 2. ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ । କବିସୂର୍ଯ୍ୟ ନଗର ଅଞ୍ଚଳରେ ଚଢ଼ାଉ କରି ୧୦ ଜୁଆଡ଼ିଙ୍କୁ କବିସୂର୍ଯ୍ୟ ନଗର ପୋଲିସ୍ ଗିରଫ କରିଥିବା ବେଳେ , ୮ଟି ବାଇକ୍, ୨୧ ହଜାର ଟଙ୍କା ଜବତ କରିଛି । ସେହିପରି ଚମାଖଣ୍ଡିରୁ ୭ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ , ସେମାନଙ୍କ ନିକଟରୁ ୨୩ ହଜାର ୨୭୦ ଟଙ୍କା ଓ ୫ଟି ବାଇକ୍ ଜବତ କରାଯାଇଛି । ସମଗ୍ର ଗଞ୍ଜାମ ଜିଲ୍ଲାରେ ବେଧଡ଼କ ଚାଲିଛି ଜୁଆ ଖେଳ । ବିଭିନ୍ନ ସ୍ଥାନରେ ଜୁଆ ଖେଳକୁ ନେଇ ହତ୍ୟାକାଣ୍ଡ, ଗୋଷ୍ଠୀ ସଂଘର୍ଷ ମଧ୍ୟ ଘଟିଛି । ଜୁଆ ଆଡ୍ଡା ଚାଲିଥିବା ନେଇ ବାରମ୍ବାର ପୋଲିସ୍ ନିକଟରେ ଅଭିଯୋଗ ହେଉଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଆଜି ରେଡ଼ କରିଥିଲା । 3. ଢ଼େଙ୍କାନାଳରୁ ମୁମ୍ବାଇ ଚାଲାଣ ବେଳେ ୨ ନାବାଳିକାଙ୍କ ସମେତ ୫ ଯୁବତୀ ଉଦ୍ଧାର । ସମ୍ବଲପୁର କ୍ଷେତ୍ରରାଜପୁର ଷ୍ଟେସନରୁ ସମସ୍ତଙ୍କୁ ଉଦ୍ଧାର କରିଛି ଜିଆରପି ପୋଲିସ । ଏହା ସହିତ ଚାଲାଣ କରୁଥିବା ଦଲାଲ ଢ଼େଙ୍କାନାଳ କାମାକ୍ଷା ନଗରର ହାଡ଼ିଆ ସାହୁ ଓ ତାଙ୍କ ସ୍ତ୍ରୀକୁ ଅଟକ ରଖି ପଚରା ଉଚରା କରୁଛି । ମୁମ୍ବାଇରେ କାମ ଯୋଗାଇ ଦେବାକୁ ଲୋଭ ଦେଖାଇ ଏହି ଯୁବତୀ ମାନଙ୍କୁ ଚାଲାଣ କରାଯାଉଥିଲା । ଖବର ପାଇଁ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ପୂର୍ବରୁ ମଧ୍ୟ ଉଭୟ ସ୍ବାମୀ ସ୍ତ୍ରୀ ଅନେକ ଯୁବତୀଙ୍କୁ ଚାଲାଣ କରୁଥିବାର ସୂଚନା ପାଇଛି ପୋଲିସ । ତେବେ ବିକ୍ରି ପାଇଁ ନୁହେଁ ବଂର କାମ କରିବା ପାଇଁ ସେମାନଙ୍କ ନେଉଥିବା କହିଛି ଅଭିଯୁକ୍ତ ହାଡ଼ିଆ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.