Breaking News : News7
13/06/2018 at 9:20 PM

୧. ରାଇରଙ୍ଗପୁରରେ ରେଳ ଅଣ୍ଡରପାସ ନିର୍ମାଣବେଳେ ଅଘଟଣ। ମାଟି ଅତଡ଼ା ଧସି ୩ ଶ୍ରମିକ ଗୁରୁତର। ଗୁରୁତର ୩ ଶ୍ରମିକଙ୍କୁ ଝରାଦିହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୩ ଜଣ
ଶ୍ରମିକ ହେଲେ ଗେଡା ମାହାଲି, ମନୋରଞ୍ଜନ ମାହାଲି ଓ ଉଦାର ରେନ।
୨. ୧୪ ଦିନ ପରେ ରାଣୀଗଡ଼ ଗୁମା ପଥର ଖାଦାନରୁ ଉଦ୍ଧାର ହେଲା ଘନଶ୍ୟାମଙ୍କ ମୃତଦେହ। ମୃତ ଘନଶ୍ୟାମ ଗୁରୁଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କଲେ
କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ।
୩. କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇଫତାର ରାଜନୀତି। ପାର୍ଟିରେ ସାମିଲ ହେବାପାଇଁ ୧୮ଟି ରାଜନୈତିକ ଦଳକୁ ନିମନ୍ତ୍ରଣ। ପାର୍ଟିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି, ପ୍ରତିଭା ପାଟିଲ
ସାମିଲ।
Related Posts
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ
24 March 2023