Breaking News : News7 (14.08.2018)

Published By : Prameya-News7 Bureau | August 15, 2018 IST

୨୦୧୯ ନିର୍ବାଚନ ପରିଚାଳନା ଟେଣ୍ଡର୍ ଗ୍ୟାଙ୍ଗଷ୍ଟରଙ୍କୁ ଦିଆଯିବ । ଗ୍ୟାଙ୍ଗଷ୍ଟରମାନେ ହିଁ ନିର୍ବାଚନ ପରିଚାଳନା କରିବେ । ଏ କଥା କହିଛନ୍ତି କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ଦେବେନ୍ଦ୍ର ଶର୍ମା। ୧୨ ତାରିଖ ଦିନ ଆଳି ସ୍ଥିତ ନିଜ ବାସଭବନରେ ଆୟୋଜିତ ଏକ ଅନୌପଚାରିକ କର୍ମୀ ସମ୍ମୀଳନୀରେ ଭାଷଣ ଦେବା ବଳେ ଏ କଥା ବିଧାୟକ କହିଛନ୍ତି । କେବଳ ସେତିକି ନୁହେଁ , ଶହେ ଟୋକାଙ୍କୁ ମଦ ପିଆଇ ଛିଡା କରିଦେବା କଥା ମଧ୍ୟ ନିଜ ଭାଷଣରେ କହିଛନ୍ତି ବିଧାୟକ । ଶହେ ଟୋକା ଛିଡ଼ା ହେଲେ, ବିଜେଡି ବାଲା ବାଟରେ ଚାଲି ପାରିବେନି । ବିଜେଡି ବାଲାଙ୍କୁ ଘରୁ ବାହାର କରେଇ ନଦେବା ପାଇଁ ଦୃଢୋକ୍ତି ପ୍ରକାଶ କରୁଛନ୍ତି ବିଧାୟକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.