ନିର୍ମାଣ କାମ ଉପରେ ବ୍ରେକ୍: ଲକଡାଉନ୍‌ ଶେଷ ପର୍ଯ୍ୟନ୍ତ ବନ୍ଦ

Published By : Prameya-News7 Bureau | March 24, 2020 IST

ଭୁବନେଶ୍ବର୨୪/୩: ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଭୟଙ୍କର କରୋନା ଭାଇରସ୍‌ ମୁକାବିଲା ଲାଗି ଜାରି ଲକ ଡାଉନ୍ ପରିପ୍ରେକ୍ଷୀରେ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି ରାଜ୍ୟ ସରକାର। ଏପରି କି ଏପିଡେମିକ ଡିଜିଜ ଆକ୍ଟ ୧୮୯୭ର ଧାରା ୨, ୩ ଏବଂ ୪ ଭିତ୍ତିରେ ଓଡ଼ିଶା ସରକାର କରୋନା ଭାଇରସ୍‌ର ନିୟନ୍ତ୍ରଣ ତଥା ନିରାକରଣ ଲାଗି କୋଭିଡ-୧୯ ନିୟାମକ, ୨୦୨୦ ପରିପ୍ରେକ୍ଷୀରେ ସତର୍କ ଓ ସାବଧାନ ପଦକ୍ଷେପ ନେଉଛନ୍ତି। ଉପରୋକ୍ତ ଆଇନ୍‌ର ଧାରା ୨ ତଥା ନିୟାମକ ଅନୁଯାୟୀ, ଓଡ଼ିଶା ସରକାର ସାରା ରାଜ୍ୟରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

{"id":243644,"sizeSlug":"large"}

ତେବେ କେବଳ ଡାକ୍ତରଖାନା ପରିସରରେ ଅଥବା ସ୍ବାସ୍ଥ୍ୟସେବା ସହ ଜଡ଼ିତ ବିଭିନ୍ନ ନିର୍ମାଣ କାର୍ଯ୍ୟ ଏବଂ କୋଭିଡ-୧୯ ସହ ସଂପର୍କୀତ କୌଣସି ନିର୍ମାଣ କାର୍ଯ୍ୟକୁ ଏହି ନିୟମରୁ ବାଦ ଦିଆଯାଇଛି। ଅର୍ଥାତ ସେ ସବୁ ନର୍ମାଣ କାର୍ଯ୍ୟ କରାଯାଇ ପାରିବ। ଏହି ନିୟମ ବା ନିର୍ଦ୍ଦେଶର କାର୍ଯ୍ୟକାରିତାରେ କୌଣସି ସନ୍ଦେହ ରହିଲେ ରାଜ୍ୟ ସରକାର ଆବଶ୍ୟକୀୟ ନିର୍ଦ୍ଦେଶ ବା ସ୍ପଷ୍ଟିକରଣ ଜାରି କରିବେ ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ବତନ୍ତ୍ର ସଚିବ ତଥା କୋଭିଡ-୧୯ ପରିଚାଳନା ଦାୟିତ୍ବରେ ଥିବା ସ୍ବତନ୍ତ୍ର ସଚିବଙ୍କ  ଓଏସ୍‌ଡିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.