ବ୍ରାଜିଲ୍ ଦଙ୍ଗା; ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ବିରୋଧରେ ହେବ ତଦନ୍ତ, ସୁପ୍ରିମକୋର୍ଟ ଦେଲେ ଅନୁମତି
14/01/2023 at 5:20 PM

ନୂଆଦିଲ୍ଲୀ: ବ୍ରାଜିଲ୍ ଦଙ୍ଗା ତଦନ୍ତର ସାମ୍ନା କରିବେ ପୂର୍ବତନ ରାଷ୍ଟ୍ରପତି । ଜାନୁଆରୀ ୮ ତାରିଖରେ ବ୍ରାଜିଲ ରାଜଧାନୀରେ ଘଟିଥିବା ଦଙ୍ଗା ଘଟଣାରେ ଜାୟର ବୋଲସୋନାରୋୟଙ୍କ ବିରୋଧରେ ହେବ ତଦନ୍ତ । ଏନେଇ ଦାୟର ଯାଚିକାର ଶୁଣାଣି କରି ଅନୁମତି ଦେଇଛନ୍ତି ବ୍ରାଜିଲ୍ ସୁପ୍ରିମକୋର୍ଟ । ଏହା ପ୍ରଥମ ଘଟଣା କି କୌଣସି ଦେଶରେ ହୋଇଥିବା ଦଙ୍ଗା ଘଟଣାରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଯାଞ୍ଚରେ ସାମିଲ କରାଯାଇଛି ।
ରାଷ୍ଟ୍ରପତି ନିର୍ବାଚନରେ ହାରିବା ପରେ ଜାୟର ବୋଲସୋନାରୋ ଏକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । ଏଥିରେ ସେ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ହୋଇଛି ବୋଲି କହିଥିଲେ । ଏହା ସହିତ ଦଙ୍ଗା ପାଇଁ ସମର୍ଥକଙ୍କୁ ଉସୁକାଇ ଭଳି କଥା କହିଥିଲେ । ବୋଲସୋନାରୋଙ୍କ ଉତ୍ତେଜନା କଲା ଭଳି ଭିଡିଓକୁ ଦଙ୍ଗାର ମୁଖ୍ୟ କରାଣ ବୋଲି ଆବେଦନକାରୀ କୋର୍ଟରେ ଯୁକ୍ତି ରଖିଛନ୍ତି । ହିଂସାକାଣ୍ଡ ତଦନ୍ତରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ସାମିଲ କରିବାକୁ ସୁପ୍ରିମକୋର୍ଟରେ ଦାବି କରିଥିଲେ । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ବୋଲସୋନାରୋଙ୍କ ବିରୋଧରେ ତଦନ୍ତ ପାଇଁ କରିଛନ୍ତି ଅନୁମତି ଦେଇଛନ୍ତି ।
୨୦୨୨ ଅକ୍ଟୋବରରେ ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏଥିରେ ଲୁଇଜ୍ ଇନ୍କାଓ ଲୁଲା ଡା ସିଲ୍ଭା ବିଜୟ ହାସଲ କରିଛନ୍ତି । ହେଲେ ପରାଜୟକୁ ଗ୍ରହଣ କରିପାରିନଥିଲେ ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସୋନାରୋ । ଲୁଲା ଡା ସିଲଭାଙ୍କୁ ନିର୍ବାଚନ ଅଧିକାରୀ ସହଯୋଗ କରିଥିବା ସୋସିଆଲ୍ ମିଡିରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହା ପରେ ଜାନୁଆରୀ ୮ ତାରିଖରେ ତାଙ୍କ ସମର୍ଥକମାନେ ରାଜଧାନୀ ବ୍ରାଜିଲିଆରେ ରାଷ୍ଟ୍ରପତି ଭବନ, ସୁପ୍ରିମକୋର୍ଟ ଓ ସଂସଦରେ ଭଙ୍ଗା ରୁଜୁ କରିଥିଲେ । ବ୍ରାଜିଲ୍ ସୁରକ୍ଷାବଳ ରାଜଧାନୀରୁ ଦଙ୍ଗାକାରୀଙ୍କ ଟେଣ୍ଟ ଭାଙ୍ଗିବା ଏଥିରେ ସମ୍ପୃକ୍ତି ଥିବା ବ୍ୟକ୍ତି ଗିରଫ କରିଥିଲେ । ଏହି ଘଟଣା ଏବେ ସୁପ୍ରିମକୋର୍ଟ ଶୁଣାଣି ହୋଇଛି ।