ବେଆଇନ ଖଣି ଖନନ ପାଇଁ କୁପୋଷଣର ଶିକାର ହୋଇ ପ୍ରାଣ ହରାଉଛନ୍ତି ଶିଶୁ; ଏମାର୍ଜେନ୍ସି ଘୋଷଣା କଲେ ବ୍ରାଜିଲ୍ ସରକାର

Published By : Prameya-News7 Bureau | January 23, 2023 IST

ବ୍ରାଜିଲିଆ: ବେଆଇନ ଖଣି ଖନନ କେମିତି ମାନବ ସମାଜର ବିନାଶର ଭୟଙ୍କର ପରିଣତି ଆଣିଦିଏ ତାହା ବ୍ରାଜିଲ୍‌ର ବିଶାଳ ଜନଜାତି ଅଞ୍ଚଳ ୟାନୋମାମି ପ୍ରଦେଶରେ ଦେଖିବାକୁ ମିଳିଛି। ଭେନିଜୁଆଲା ସୀମାକୁ ଲାଗି ରହିଥିବା ଜନଜାତି ବାସ କରୁଥିବା ଏହି ବିଶାଳ ଅଞ୍ଚଳରେ ଏବେ ପିଲା କୁପଷୋଣର ଶିକାର ହୋଇ ପ୍ରଣା ହରାଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ ଏବେ ସେଠାରେ ସ୍ୱାସ୍ଥ୍ୟ ଏମାର୍ଜେନ୍ସି ଘୋଷଣା କରିଛନ୍ତି ବ୍ରାଜିଲ୍ ସରକାର। ଶୁକ୍ରବାର ବ୍ରାଜିଲ୍ ରାଷ୍ଟ୍ରପତି ଲୁଇଜ୍ ଇନସିଓ ଲୁଲା ଡା ସିଲ୍‌ଭାଙ୍କ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

Rare Photos of Brazilian Tribe Spur Pleas to Protect It

ବେଆଇନ ଖଣି ଖନନ ପାଇଁ କୁପୋଷଣ ସହ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି ଏଠାକାର ଆଦିବାସୀ ପିଲା। ଏହି ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ସ୍ଥିତି ସଜାଡିବା ଏମାର୍ଜେନ୍ସି ଘୋଷଣା କରିବାର ପ୍ରଥମ ଲକ୍ଷ୍ୟ। ଚରମ ଦକ୍ଷିଣପନ୍ଥି ଜାୟର ବୋଲସୋନୋରୋଙ୍କ ଦ୍ୱାରା ଏହାକୁ ଅଣଦେଖା କରାଯାଇଥିବାରୁ ସ୍ଥିତି ଏମିତି ହୋଇଥିଲା ବୋଲି ସିଲ୍‌ଭା କହିଛନ୍ତି।

Yanomami | History, Traditions, Economy, & Facts | Britannica

ସାମ୍ବାଦିକତାର ସୂଚନା ଅଧିକାରର ନିୟମ(FOIA)ରୁ ମିଳିଥିବା ତଥ୍ୟ ଅନୁସାରେ, ବୋଲସୋନାରୋଙ୍କ ଶାସନକାଳରେ ବିଭିନ୍ନ ସାଧାରଣ ରୋଗରେ ୫୭୦ ୟାନୋମାମି ପିଲାଙ୍କର ମୃତ୍ୟୁ ହୋଇଛି। ଏମାନେ ମୁଖ୍ୟତ କୁପୋଷଣ ସହ ମ୍ୟାଲେରିଆ,ଡାଇରିଆ ଓ ଅନ୍ୟାନ୍ୟ ଚର୍ମଜନିତ ସାଧାରଣ ରୋଗରେ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି। ଆମାଜନ ସାମ୍ବାଦିକତା ପ୍ଲାଟ୍‌ଫର୍ମ ସୁମଉମା ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି। ୱିଲ୍ଡକାଟ ସୁନା ଖଣିର ଖନନରେ ବ୍ୟବହାର ହେଉଥିବା ମରକ୍ୟୁରିର ବହୁଳ ବ୍ୟବହାର ପାଇଁ ସ୍ଥିତି ଏପରି ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

wp:heading {"level":3}

ପଢନ୍ତୁ-‘‘ଗାଈ ଗୋବରରେ ତିଆରି ହୋଇଥିବା ଘରେ ପରମାଣୁ ବିକିରଣର ମଧ୍ୟ ପ୍ରଭାବ ପଡ଼ିନଥାଏ’’: ଗୁଜରାଟ କୋର୍ଟ

/wp:heading

ୟାନୋମାମି ଅଞ୍ଚଳ ପିଲା ଓ ମହିଳାମାନଙ୍କର କୁପୋଷଣର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ ସ୍ଥିତି ଭୟଙ୍କର ଦେଖି ଶନିବାର ରାଷ୍ଟ୍ରପତି ଲୁଲା ରୋରାଇମା ରାଜ୍ୟରେ ୟାନୋମାମି ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରିଥିଲେ। ସେ କହିଥିଲେ “ଏଠାରେ ଭୟଙ୍କର ମାନବିକ ସଂକଟ ଦେଖାଦେଇଛି। ରୋରାଇମାରେ ନରସଂହାର ହୋଇଥିଲା। ଏକ ଅସମ୍ବେଦନଶୀଳ ସରକାର ଦ୍ୱାରା ଜାଣିଶୁଣି ୟାନୋମାମି ଲୋକଙ୍କ ପ୍ରତି ଏପରି ଅପରାଧ କରାଯାଇଛି” ବୋଲି ଲୁଲା ଟ୍ୱିଟ୍ କରି କହିଥିଲେ।

{"width":837,"height":482}
The Amazon's Yanomami utterly abandoned by Brazilian authorities: Report

ଏଭଳି ସ୍ଥିତି ଦେଖିବା ପରେ ବ୍ରାଜିଲ ସରକାର ଖାଦ୍ୟ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଗୁଡ଼ିକ ସବୁ ୨୬ ହଜାର ୟାନୋମାମି ଲୋକଙ୍କ ମଧ୍ୟରେ ବଣ୍ଟାଯିବ। ଦଶନ୍ଧୀ ଧରି ବେଆଇନ ସୁନା ଖଣି ଖନନ କରୁଥିବା ମାଫିଆମାନେ ଏହି ଜଙ୍ଗଲେ ପ୍ରବେଶକରି ଏଠାକାର ସ୍ଥିତିକୁ ସଂକଟାପନ୍ନ କରିଛନ୍ତି। ୨୦୧୮ରେ ବୋଲସୋନାରୋଙ୍କ ସରକାର ଆସିବା ପରେ ଖଣି ମାଫିଆଙ୍କ ପ୍ରାଦୁର୍ଭାବ ଅଧିକ ବଢ଼ିଯାଇଥିଲା।

wp:heading {"level":3}

ପଢନ୍ତୁ-ଇସ୍ରାଏଲ: ପ୍ରଧାନମନ୍ତ୍ରୀ ନେତାନ୍ୟହୁଙ୍କ ବିରୋଧରେ ସଡ଼କକୁ ଓହ୍ଲାଇଲେ ଲକ୍ଷଲକ୍ଷ ଲୋକ, ଜାଣନ୍ତୁ କାହିଁକି?

/wp:heading
Keep away blood pressure, diabetes the Yanomami way - Telegraph India

ଖଣି ଖନନକୁ ଆଇନଗତ କରିବେ ବୋଲି ବୋଲସୋନାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ। ତେଣୁ ସରକାରୀ ସହଯୋଗ ପାଇଁ ଖଣି ମାଫିଆମାନେ ୟାନୋମାମି ଅଞ୍ଚଳର ସ୍ଥିତି ଏଭଳି କରିଦେଇଛନ୍ତି।  କେବଳ ଖଣି ଖନନ ନୁହେଁ ଏଠାରେ ଅପରାଧ ମଧ୍ୟ ବଢ଼ିଛି। ତେବେ ଲୁଲା ସରକାର ଆସିବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ଖଣି ମାଫିଆ ସ୍ଥାନ ଛାଡି ଚାଲିଯାଇଛନ୍ତି ବୋଲି ସୂଚନା ମିଳିଛି। ଆମାଜନ ଜଙ୍ଗଲରେ ବେଆଇନ ଖଣି ଖନନ ଉପରେ ରୋକ ଲଗାଇବାକୁ ବେଆଇନ କରାଯାଇଥିବା ଖନନ ପ୍ରକ୍ରିୟାକୁ ଲୁଲା ସରକାର ଏବେ ସମାପ୍ତ କରିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.