ସାହାସ ଦେଖାଇ ଲୁଟେରାଙ୍କୁ କାବୁ କରିଥିବା ସୁବ୍ରତଙ୍କୁ ସମ୍ମାନିତ କଲେ ପୋଲିସ କମିଶନର, ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ସୁବ୍ରତ

Published By : Prameya-News7 Bureau | August 16, 2019 IST

ଭୁବନେଶ୍ବର୧୬|୮: ସାବାସ ସୁବ୍ରତ । ସାହାସ ଦେଖାଇ ଲୁଟେରାଙ୍କୁ କାବୁ କଲେ । ଯାହାକୁ ନେଇ କମିଶନେରେଟ ପୋଲିସ ପକ୍ଷରୁ ସୁବ୍ରତଙ୍କୁ ସମ୍ବର୍ଧିତ କରାଯାଇଛି । ସେପଟେ ସୁବ୍ରତ କମିଶନରେଟ ପୋଲିସ ପକ୍ଷରୁ ଦିଅଯାଇଥିବା ଅର୍ଥ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ଘୋଷଣା କରି ଉଦାହରଣ ପାଲଟିଛନ୍ତି ।

{"id":145051}

ଲୁଟେରାଙ୍କୁ ଧରି ସାବାସି ସାଉଁଟିଲେ ସୁବତ୍ର । କମିଶନରେଟରେ ଶୁଭେଚ୍ଛାର ସୁଅ ଛୁଟିଲା ସୁବ୍ରତଙ୍କ ପାଇଁ । ମଞ୍ଚେଶ୍ବର ଥାନାର ଏସିପି ଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୁବ୍ରତଙ୍କୁ ଦେଲେ ମାନପତ୍ର ଓ ଅର୍ଥରାଶି । ସୁବ୍ରତ ଗତ ବୁଧବାର ନିଜ ପରିବାର ସହିତ ଏକ ଅଟୋରେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଭାଗବତ ସନ୍ଧାନ ନିକଟରେ ତିନି ଜଣ ଲ ଲୁଟେରା ସୁବ୍ରତଙ୍କ ମାଁ ଙ୍କ ବେକରୁ ସୁନା ହାର ଛିଣ୍ଡାଇ ଫୋରା ହୋଇ ଯାଉଥିଲେ ।

{"id":145052}

ଆଉ ସେହି ସମୟରେ ସାହାସିକତାର ପରିଚୟ ଦେଇ ରାସ୍ତା ଉପରେ ଗୋଡୋଇ ଗୋଡାଇ ଦୁଇ ଲୁଟେରାଙ୍କୁ କାବୁ କରି ନେଇଥିଲେ । ସେତେବେଳେ ସ୍ଥାନୀୟ ଲୋକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସୁବ୍ରତଙ୍କୁ ସହଯୋଗ କରିଥିଲେ । କମିଶନରେଟ ପୋଲିସ ପକ୍ଷରୁ ସୁବ୍ରତଙ୍କୁ ଶକ୍ରବାର ସମ୍ମାନିତ କରିଥିଲେ ପୋଲିସ କମିଶନର ।

{"id":145061}

ଗୋଟିଏ ପଟେ ସୁବ୍ରତଙ୍କୁ ମଳିଥିଲା ପ୍ରଶଂସା । ଅନ୍ୟପଟେ ସୁବ୍ରତ କମିଶନରେଟ ପୋଲିସ ନିକଟରୁ ପାଇଥିବା ଅର୍ଥ ରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଯାହାଦ୍ବାରା ଆଉ ଏକ ମହାନତାର ପରିଚୟ ଦେଇଥିଲେ ସୁବ୍ରତ ।

ସୁବ୍ରତ ପିଲା ଦିନରୁ ଗାଁ ରେ ଅନ୍ୟମାନଙ୍କୁ ବିନା ସ୍ବାର୍ଥରେ ସାହାଯ୍ୟ କରିବାର ନଜୀର ରହିଛି । କେବଳ ସହଯୋଗ ନୁହେଁ,  ଅସୁବିଧାରେ ପଡି ସହଯୋଗ ପାଇଁ ସହାୟତା ମାଗିଲେ ବିନା ସ୍ବାର୍ଥରେ ସହଯୋଗର ହାତ ବଢାଉଥିଲେ ସୁବ୍ରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.