ଭାରତର ସାହାସୀ ହିନ୍ଦୁ ରାଣୀ, ଏମାନଙ୍କୁ ଡରୁଥିଲେ ମୋଗଲ ଓ ବ୍ରିଟିସ୍

Published By : Prameya-News7 Bureau | May 10, 2023 IST

ନୂଆଦିଲ୍ଲୀ ୧୦।୦୫: ଭାରତ ଦେଶ ଗାଇଥାଏ ବୀରତ୍ବର ଗାଥା । ଏଠକାର ହିନ୍ଦୁ ରାଜାଙ୍କ ପରି ରାଣୀ ମଧ୍ୟ ଥିଲେ ଖୁବ୍ ଶକ୍ତିଶାଳୀ । ଯେଉଁ ହିନ୍ଦୁ ରାଣୀଙ୍କୁ ଡରୁଥିଲେ ମୋଗଲ ଓ ବ୍ରିଟିସ୍ ସରକାର । ଆପଣ ଜାଣିଛନ୍ତି କି ସେମାନଙ୍କ ବିଷୟରେ…

ପ୍ରଥମରେ ରହିଛନ୍ତି ରାଣୀ ଦୁର୍ଗାବତୀ । ଗୌଡବାନାର ଥିଲେ ସେ ରାଣୀ । ସ୍ବାମୀଙ୍କ ମୃତ୍ୟୁ ପରେ ପୁତ୍ର ପାଇଁ ସାଜିଥିଲେ ମାର୍ଗଦର୍ଶକ । ରାଣୀ ଦୁର୍ଗାବତୀ ଅନେକ ଯୁଦ୍ଧ କରିଥିଲେ । କିନ୍ତୁ ତାଙ୍କର ଶେଷ ଯୁଦ୍ଧ ମୋଗଲ ବାଦଶାହଙ୍କ ସେନାପତିଙ୍କ ସହ ହୋଇଥିଲା । ଆଉ  ସେ ଯୁଦ୍ଧରେ ପରାସ୍ତ ହୋଇଥିଲେ ସତ, କିନ୍ତୁ ଆତ୍ମସମର୍ପଣ କରିବା ବଦଳରେ ଦେଇଥିଲେ ପ୍ରାଣବଳୀ ।

ଏହାପଛକୁ ଅଛନ୍ତି ରାଣୀ ତାରାବାଈ । ସେ ହେଉଛନ୍ତି ଛତ୍ରପତି ଶିବାଜୀଙ୍କ ପୂତ୍ରବଧୂ । ନିଜର ଅଦମ୍ୟ ସାହାସ ଯୋଗୁଁ ସେ ବେଶ୍ ପରିଚିତ । ତାରାବାଈ ଅନେକ ବର୍ଷ ଧରି ଯୁଦ୍ଧ କରି ମୋଗଲ ବାଦଶାହ ଔରଙ୍ଗଜେବଙ୍କ ଠାରୁ ନିଜ ରାଜ୍ୟକୁ ରଖିଥିଲେ ସୁରକ୍ଷିତ ।

ତୃତୀୟରେ ଅଛନ୍ତି ରାଜକୁମାରୀ ରତ୍ନାବତୀ । ଜୈସଲମେରର ସେ ଥିଲେ ରାଜକୁମାରୀ । ଏକ ସମୟ ଥିଲା ଯେତେବେଳେ ଆଲ୍ଲାଉଦିନ ଖିଲିଜ ତାଙ୍କର ପୂରା ରାଜ୍ୟକୁ ଘେରି ଯାଇଥିଲେ । ସେତେବେଳେ ରତ୍ନାବତୀ ବିଚଳିତ  ନହୋଇ ଦୃଢତାର ସହ କରିଥିଲେ ଯୁଦ୍ଧ । ଆଉ  ଆଲ୍ଲାଉଦିନଙ୍କ ୧୦୦ ସୈନିକଙ୍କ ସହ ସେନାପତିଙ୍କୁ ରଖିଥିଲେ ବନ୍ଧକ ।

ରାଣୀ ଲକ୍ଷ୍ମୀବାଇ । ଝାନ୍ସିର ରାଜା ଗଙ୍ଗାଧର ରାଓଙ୍କ ମୃତ୍ୟୁ ପରେ ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ ରାଣୀ ଲକ୍ଷ୍ମୀବାଇ । ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟିଶ ସରକାର ଆଗରେ ଢାଲ ହୋଇ ଠିଆ ହୋଇଥିଲେ ଲକ୍ଷ୍ମୀବାଈ । ଏମିତିକି ଯୁଦ୍ଧ କରି କରି ଲକ୍ଷ୍ମୀବାଇ ପ୍ରାପ୍ତ କରିଥିଲେ ବୀରଗତି ।

ରାଣୀ ଚିନମ୍ମା । ରାଣୀ ଲକ୍ଷ୍ମୀବାଇଙ୍କ ପୂର୍ବରୁ କର୍ଣ୍ଣାଟକର କିନ୍ତୁରର ରାଣୀ ଥିଲେ ଚିନମ୍ମା । ସ୍ବାମୀ ଏବଂ ପୁତ୍ରଙ୍କ ମୃତ୍ୟୁ ପରେ ସେ ସମ୍ଭାଳିଥିଲେ ରାଜ୍ୟ ଭାର । କିନ୍ତୁ ଏହି ରାଜ୍ୟ ଉପରେ ପଡିଥିଲା ଇଂରେଜଙ୍କ ନଜର । ଆଉ ଏହାକୁ ହାସଲ କରିବା ପାଇଁ ବ୍ରିଟିସ ସରକାରଙ୍କୁ ସାମ୍ନା କରିବାକୁ ପଡିଥିଲା ଶକ୍ତିଶାଳୀ ହିନ୍ଦୁ ରାଣୀ ଚିମନ୍ନାଙ୍କର । ଇଂରେଜଙ୍କ ବିରୋଧରେ ଜୋରଦାର ଯୁଦ୍ଧ କରିବା ପରେ ରାଣୀଙ୍କୁ ବନ୍ଦୀ କରିଥିଲେ ଇଂରେଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.